www.samajalive.in
Monday, December 8, 2025
27.1 C
Bhubaneswar

ରଙ୍ଗ ତୂଳୀରେ ସହର ସୌନ୍ଦର୍ଯ୍ୟୀକରଣ ଓ ସ୍ୱଚ୍ଛତା ସଚେତନ

ବାଙ୍କୀ : ସହରକୁ ସ୍ୱଚ୍ଛ,ସବୁଜ ଓ ସୁନ୍ଦର କରିବା ପାଇଁ ରଜ୍ୟ ବ୍ୟାପୀ ସହର ଓ ନଗର ଉନ୍ନୟନ ବିଭାପ ପକ୍ଷରୁ ସହରାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ବାଙ୍କୀ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ପରିପ୍ରେକ୍ଷୀରେ ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଇଛି। ଏନ.ଏ.ସିର ସମସ୍ତ ୧୭ଟି ୱାର୍ଡକୁ ପରିସ୍କାର ପରିଚ୍ଛନ୍ନତା ଓ ଶ୍ରମ ଭିତ୍ତିକ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସମ୍ପୃକ୍ତି ଓ ସହଭାଗୀତାରେ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏବେ ସହରର ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅଧିକ ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କର ସମ୍ପୂର୍ଣ୍ଣ ପ୍ରାଚେରୀଟିରେ ଏନ.ଏ.ସି ପକ୍ଷରୁ ରଙ୍ଗ ତୂଳୀ ସାହାଯ୍ୟରେ ସୌନ୍ଦର୍ଯ୍ୟୀକରଣ କରାଯାଇଛି। ସୁସ୍ଥ ପରିବେଶ ପାଇଁ ଘରେ ଘରେ ପାଇଖାନା ବ୍ୟବହାର, ଓଡିଶାର ପାରମ୍ପରିକ ସଂସ୍କୃତି ଓ ପର୍ବପର୍ବାଣୀ, ବନ୍ୟଜନ୍ତୁ ସୁରକ୍ଷା, ପାରମ୍ପରିକ କୃଷି ଓ ଜୀବନ ଜିବୀକା, ଜାତୀୟତା ଚେତନା, ଜଳ ସଂରକ୍ଷଣ, ସ୍ୱଚ୍ଛ ସର୍ବେକ୍ଷଣ ଇତ୍ୟାଦି ସହିତ ବାଙ୍କୀ ମାଟିର ପାରମ୍ପରିକ କଳାକୃତୀ ଅଙ୍କିତ ହୋଇଛି। ସ୍ଥାନୀୟ ମା’ ଚର୍ଚ୍ଚିକା ଚିତ୍ରକାର ସଂଘର ସଭାପତି ବିଷ୍ଣୁପ୍ରସାଦ ମହାରଣା, ସମ୍ପାଦକ ଦେବରାଜ ବେହେରା, କୋଷାଧ୍ୟକ୍ଷ ବିରେନ୍ଦ୍ର କୁମାର ରଣା, ହାଡିବନ୍ଧୁ ସାମଲ, ଶ୍ରୀନିବାସ ସେନାପତି ପ୍ରମୁଖ ଅନୁରୂପ ଭାବେ ଜେଲ ରୋଡ୍ ସ୍ଥିତ ଜେଲ ପ୍ରାଚୀରକୁ ମଧ୍ୟ ରଙ୍ଗ ତୂଳୀରେ ସୌନ୍ଦର୍ଯ୍ୟୀ କରଣ କରିଥିବା ହେତୁ ସହର ଅଧିକ ଆକର୍ଷଣୀୟ ହେବା ସହିତ ସହରବାସୀଙ୍କୁ ସ୍ୱଚ୍ଛତା ପାଇଁ କାନ୍ଥରେ ସଚେତନତା ବାର୍ତ୍ତା ଦେଉବା ହେତୁ ବୁଦ୍ଧିଜୀବୀ ମାନେ ପ୍ରଶଂସା କରିଛନ୍ତି। ଏ ସମ୍ପର୍କରେ ନିର୍ବାହୀ ଅଧିକାରୀଙ୍କୁ ପଚାରିବାରୁ ସହର ସୌନ୍ଦର୍ଯ୍ୟୀକରଣ କରିବା ପାଇଁ ଏଭଳି କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇଥିବା ସୂଚନା ଦେଇ ଜିଲ୍ଲା ଅଧିକାରୀ ମାନଙ୍କ ପରିଦର୍ଶନ ସମୟରେ ବାଙ୍କୀର କଳାକୃତୀକୁ ପ୍ରଶଂସା କରିଥିବା ପ୍ରକାଶ କରିଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories