www.samajalive.in
Monday, December 8, 2025
17.1 C
Bhubaneswar

ପ୍ରକାଶ ପାଇଲା ଓଜେଇଇ ପରୀକ୍ଷାଫଳ,,୪୯,୨୬୭ ଛାତ୍ରଛାତ୍ରୀଙ୍କ ମିଳିଲା ରାଙ୍କ୍

ଭୁବନେଶ୍ବର: ଆଜି ଚଳିତ ବର୍ଷର ଓଜେଇଇ ପରୀକ୍ଷାଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯, ୨୬୭ ଛାତ୍ରଛାତ୍ରୀଙ୍କୁ ରାଙ୍କ୍ ପ୍ରଦାନ କରାଯାଇଛି। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଆଜି ଓଜେଇଇ ପରୀକ୍ଷାଫଳ ଘୋଷଣା କରିଛନ୍ତି। ଆଜି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା ଓଜେଇଇ-୨୦୨୦ ପରୀକ୍ଷା ଫଳ ପୁସ୍ତିକାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରେମାନନ୍ଦ ନାୟକ ଉନ୍ମୋଚନ କରିଛନ୍ତି । ଆଜିର ପରୀକ୍ଷା ଫଳ ଉନ୍ମୋଚନ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ରାଙ୍କ୍‌ ହାସଲ କରିଥିବା ସମସ୍ତ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ଓଜେଇଇ ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ ଏବଂ ଓଜେଇଇ ସଚିବ ରଞ୍ଜନ କୁମାର ଜେନା ଉପସ୍ଥିତ ଥିଲେ।

- Advertisement -

ବିଟେକ୍‌ରେ ଶୋଭିତ୍‌ ପଟେଲ୍‌ ଟପ୍ପର ହୋଇଛନ୍ତି। ସେହିପରି ବିଫାର୍ମାରେ ସୌମ୍ୟରଞ୍ଜନ ରାଉତରାୟ, ଏମ୍‌ବିଏ ଶୁଭକାନ୍ତ ସାହୁ, ଏମ୍‌ସିଏ ଜୟଦୀପ ଦେ, ଏମ୍‌ଫାର୍ମରେ ପରିମିତା ସାହୁ, ଏମ୍‌ଆର୍କରେ ଭରତ ଭୂଷଣ, ଏମ୍‌ପ୍ଲାନ୍‌ରେ ଗ୍ୟାନେନ୍ଦ୍ର ପଣ୍ଡା, ଏମ୍‌ଟେକ୍‌ରେ ଶ୍ୟାମସୁନ୍ଦର ପଟେଲ ଟପ୍ପର ହୋଇଛନ୍ତି।

 


ଚଳିତ ବର୍ଷ କୋଭିଡ୍‌ ମହାମାରୀ ଯୋଗୁ ମେ’ ମାସ ପରିବର୍ତ୍ତେ ଅକ୍ଟୋବର ୧୨ରୁ୨୨ ପର୍ଯ୍ୟନ୍ତ ଓଜେଇଇ ପରୀକ୍ଷା କରାଯାଇଥିଲା। ଚଳିତ ବର୍ଷ ପ୍ରଥମଥର ପାଇଁ କମ୍ପ୍ୟୁଟର ବେସ୍‌ଡ୍‌ ପରୀକ୍ଷା ହୋଇଥିଲା। ଏହି ବର୍ଷ ଓଜେଇଇ ପରୀକ୍ଷା ଦେବା ପାଇଁ ୭୯,୭୫୪ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୪୯,୨୬୭ ପରୀକ୍ଷା ଦେଇଥିଲେ। ସେମାନଙ୍କ ଦକ୍ଷତା ଅନୁଯାୟୀ ସମସ୍ତଙ୍କୁ ରାଙ୍କ ପ୍ରଦାନ କରାଯାଇଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ରାଙ୍କ କାର୍ଡ ଓଜେଇଇ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌ କରିପାରିବେ ବୋଲି ସୂଚନା ଦିଆଯାଇଛି।

ଓଜେଇଇ-୨୦୨୦ ପରୀକ୍ଷା ପରୀକ୍ଷା ଓଡ଼ିଶାର ୨୧ଟି ସହରର ୫୪ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟ ବାହାରେ ୩ଟି ସହର ଯଥା କଲିକତା, ରାଞ୍ଚି ଓ ପାଟନାର ୫ଟି ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ଏହି ପ୍ରବେଶିକା ପରୀକ୍ଷା ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଅଧୀନରେ ପରିଚାଳିତ ପାଠ୍ୟକ୍ରମ ଯେପରିକି ବି-ଟେକ୍‌, ଏଲ୍‌.ଇ ଟେକ୍‌ (ଡିପ୍ଲୋମା), ଏଲ୍‌.ଇ ଟେକ୍‌ (ବିଏସ୍‌ସି), ବି. ଫାର୍ମ, ଏମ୍‌ବିଏ, ଏମ୍‌ସିଏ. ଇଣ୍ଟିଗ୍ରେଟେଡ୍‌ ଏମ୍‌ବିଏ, ଏଲ୍‌.ଇ ଫାର୍ମ, ଏମ୍‌ ଫାର୍ମ, ଏମ୍‌ ଆର୍କ, ଏମ୍‌ ପ୍ଲାନ୍‌ ଏବଂ ଏମ୍‌ ଟେକ୍‌ ପାଠ୍ୟକ୍ରମକୁ ନେଇ ଆୟୋଜିତ ହୋଇଥିଲା ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories