www.samajalive.in
Sunday, December 7, 2025
15.1 C
Bhubaneswar

କରୋନା କଟକଣା: କନ୍ଧମାଳ ଜିଲାରେ ପର୍ଯ୍ୟଟନସ୍ଥଳକୁ ପର୍ଯ୍ୟଟକଙ୍କୁ ବାରଣ

ଫୁଲବାଣୀ: କରୋନା ସଂକ୍ରମଣ ଆଶଙ୍କାରେ କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳ ପରିଭ୍ରମଣ ପାଇଁ ଜିଲା ପ୍ରଶାସନ କଟକଣା ଜାରି କରିଛନ୍ତି। କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳଗୁଡ଼ିକ ପର୍ଯ୍ୟଟକମାନଙ୍କୁ ଯିବା ପାଇଁ ବାରଣ କରାଯାଇଛି। ଏହି କଟକଣା ନଭେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି। ଏଥିନେଇ କନ୍ଧମାଳ ଜିଲା ପ୍ରଶାସନ ଏକ ନିର୍ଦେଶ ନାମା ଜାରି କରିଛି। ଏହାକୁ ନେଇ ଜିଲାର ପର୍ଯ୍ୟଟକ ମାନଙ୍କ ମଧ୍ୟରେ ଛନକା ପଶିଥିବା ବେଳେ ଜିଲାର ହୋଟେଲ ଶିଳ୍ପ ମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି। ବର୍ତ୍ତମାନ ପର୍ଯ୍ୟଟନ ଋତୁ। ଅନେକ ପର୍ଯ୍ୟଟକ କନ୍ଧମାଳ ଜିଲା ଗସ୍ତ ପାଇଁ ସଜବାଜ ହେଉଛନ୍ତି। ତେବେ ଜିଲା ପ୍ରଶାସନର ଏହି ନିର୍ଦେଶନାମା ପର୍ଯ୍ୟଟକମାନଙ୍କୁ ଚିନ୍ତାର ପକାଇ ଦେଇଛି।
ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନିର୍ଦେଶନାମା ଅନୁଯାୟୀ କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳ ଗୁଡ଼ିକୁ ପର୍ଯ୍ୟଟକମାନେ ଗସ୍ତ କରିପାରିବେ ନାହିଁ। ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ପରବର୍ତ୍ତି ସମୟରେ ପରିସ୍ଥିତି ଦେଖି ପଦକ୍ଷେପ ନିଆଯିବ ବୋଲି ମଧ୍ୟ କୁହାଯାଇଛି। ତେବେ ଏହି ନିର୍ଦ୍ଦେଶକୁ ଯିଏ ଅଣଦେଖାକଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସୂଚାଇ ଦିଆଯାଇଛି।
ସରକାରଙ୍କ କୋଭିଡ଼୍ ନିୟମକୁ ମଧ୍ୟ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ମଧ୍ୟ କନ୍ଧମାଳ ଜିଲାପାଳ ଡା.ବୃନ୍ଦା.ଡ଼ି ଉକ୍ତ ନିର୍ଦ୍ଦେଶନମାରେ ସମସ୍ତ ବ୍ଳକ ସ୍ତରୀୟ ବି.ଡ଼ି.ଓ ଓ ତହସିଲ୍‌ଦାରମାନଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କରେନା କଟକଣା ଯୋଗୁଁ ଗତ ୭ ମାସ ହେଲା ଜିଲାର ସମସ୍ତ ଲଜ୍‌ ଓ ହୋଟେଲ ଏକ ପ୍ରକାର ବନ୍ଦ ରହିଛି। ଶୀତଦିନରେ ପର୍ଯ୍ୟଟକ ଆସିଲେ ଭଲ ବ୍ୟବସାୟ ହେବ ବୋଲି ଆଶା ରଖିଥିଲେ। ତେବେ ସେମାନଙ୍କ ଆଶା ନିରାଶରେ ପରିଣତ ହୋଇଛି।
ବର୍ତ୍ତମାନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ କରେନା ଲହରି ଆରମ୍ଭ ହୋଇଥିବା ଯୋଗୁଁ ଚଳିତବର୍ଷ ବାଣଫୁଟା ଓ ବିକ୍ରି ଉପରେ ରୋକ୍ ଲାଗିଥିବା ବେଳେ ଏନେଇ ଦୃଢ ପଦକ୍ଷେପ ପାଇଁ ମଧ୍ୟ ସମସ୍ତ ଜିଲା ପ୍ରଶାସନକୁ ଅବଗତ କରାଯାଇଛି। କୌଣସି ପରିସ୍ଥିତିରେ ମଧ୍ୟ କନ୍ଧମାଳ ଜିଲାର ପର୍ଯ୍ୟଟନ ସ୍ଥଳ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଖୋଲାଯାଇ ପାରିବ ନାହିଁ ବୋଲି ସତର୍କ ଜାରି କରାଯାଇଛି। ସେହିଭଳି ଜିଲାରେ ମନ୍ଦିର ମଧ୍ୟ ଖୋଲାଯାଇ ପାରିବ ନାହିଁ ବୋଲି ନିର୍ଦ୍ଦେଶ ରହିଛି। ଜିଲାର ସମସ୍ତ ପ୍ରାଥମିକ ବିଦ୍ୟାଳୟ , ଅଙ୍ଗନୱାଡ଼ି କେନ୍ଦ୍ର ,କଲେଜ ଆଦି ବନ୍ଦ ରହିବ। କେବଳ ୯ମ ଓ ୧୦ମ ଶ୍ରେଣୀ କୋଭିଡ୍ ନିୟମ ପ୍ରକାରେ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। ମାକ୍ସ ପିନ୍ଦିବା ଓ ସାମାଜିକ ଦୂରତ୍ୱ ରକ୍ଷା କରିବା ବାଧ୍ୟତା ମୂଳକ ବୋଲି କୁହାଯିବା ସହିତ ଏହାକୁ ଅମାନ୍ୟ କଲେ ପ୍ରଥମେ ୧ ହଜାର ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ଛେପ ପକାଇଲେ ମଧ୍ୟ ଜରିମାନା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବଭଳି ଜିଲା ପ୍ରଶସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ଧରପଗଡ଼ ଜାରି ରହିବ ବୋଲି ମଧ୍ୟ ନିର୍ଦ୍ଦେଶ ନାମାରେ ସୂଚିତ କରାଯାଇଛି। ସେହିଭଳି ଆରୋଗ୍ୟ ସେତୁ ଆପ୍ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲାପାଳଙ୍କ କାର୍ଯ୍ୟାାଳୟ ଚିଠି ନମ୍ବର ୪୬୮୬ ତା ୪.୧୧.୨୦୨୦ ପ୍ରକାରେ ଏହି ନିର୍ଦ୍ଦେଶ ନାମା ଜାରି କରାଯାଇଥିବା ପ୍ରକାଶ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories