www.samajalive.in
Tuesday, December 9, 2025
17.1 C
Bhubaneswar

ସାଂସଦ ବାଣ୍ଟିଲେ ମାସ୍କ, କଲେ ସଚେତନ

ଫୁଲବାଣୀ: ଜିଲା ଗସ୍ତରେ ଆସିଥିବା କନ୍ଧମାଳ ସାଂସଦ ଆଜି ଖଜୁରିପଡ଼ା ବ୍ଳକର ପିରିକୁଡ଼ି ଓ ଫୁଲବାଣୀ ବ୍ଳକର ଗଂଜୁଗୁଡ଼ାଠାରେ ପହଞ୍ଚି ଅଞ୍ଚଳବାସୀଙ୍କୁ କରୋନା ସଂକ୍ରମଣ ଉପରେ ସଚେତନ କରିବା ସହିତ ମାସ୍କ ପ୍ରଦାନ କରିଥିଲେ। କିସ୍‍ ପକ୍ଷରୁ ଆୟୋଜିତ ଏକ ସଚେତନ କାର୍ଯ୍ୟକ୍ରମରେ ହାଇଦ୍ରାବାଦ୍‍ ସ୍ଥିତ ଯୁକ୍ତରାଷ୍ଟ୍ର ବାଣିଜ୍ୟିକ ଦୂତାବାସ ସହଯୋଗ କରିଥିବା ବେଳେ ଏହି ଅବସରରେ କନ୍ଧମାଳ ସାଂସଦ ସ୍କୁଲ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ ଓ ବୃଦ୍ଦା ସମସ୍ତଙ୍କ ମାକ୍ସ ବଂଟନ କରିବା ସହିତ ଏହାର ବ୍ୟବହାର ସମ୍ପର୍କରେ ଅବଗତ କରାଇଥିଲେ। ଏହିସବୁ କାର୍ଯ୍ୟକ୍ରମ ମାନଙ୍କରେ ଜିଲା ବିଜେଡି ସଭାପତି ସରୋଜ କର୍ଣ୍ଣ, ଫୁଲବାଣୀ ବ୍ଳକ ଅଧ୍ୟକ୍ଷ ମଂଜୁଦେବୀ କହଁର, ଜିଲା ଯୁବ ସଭାପତି ବିଷ୍ଣୁ ମଲିକ, ଛାତ୍ର ସଭାପତି ସୁନିଲ୍‍ ସେଠୀ, କନ୍ଧମାଳ ଜୀବନବିନ୍ଧୁ ସଂଯୋଜକ ଦେବେନ୍ଦ୍ର ସାମଲ, ଖଜୁରିପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ପୂର୍ବତନ ଫୁଲବାଣୀ ବ୍ଳକ ଅଧ୍ୟକ୍ଷ ଭଜମନ ପ୍ରଧାନ, ଚକାପାଦ ବ୍ଳକ ସଭାପତି ରାଜେଶ କୁମାର ଦିଗାଲ, ବିଧାୟକ ପ୍ରତିନିଧି ନିଳାମ୍ବର କହଁର, ବିଶିପଡ଼ା ସରପଂଚ ମନିଷି ମଲିକ, ଦୁଡ଼ୁକି ସରପଂଚ ବଳଦେବ କହଁର, ଗଂଜୁଗୁଡ଼ା ସରପଂଚ ସୌଦାମିନି ମଲିକ, ଫୁଲବାଣୀ ବ୍ଳକ ମହିଳା ସଭାନେତ୍ରୀ ରମାଦେବୀ ବିଶୋୟୀ, ଖଜୁରିପଡ଼ା ଜିଲା ପରିଷଦ ସଭ୍ୟା, ପିରିକୁଡ଼ି ସରପଂଚ ଓ ଅନ୍ୟମାନେ ଏଥିରେ ସାମିଲ୍‍ ହୋଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories