www.samajalive.in
Monday, December 8, 2025
17.1 C
Bhubaneswar

ଓଡ଼ିଶାରେ ବଜାର ପ୍ରବେଶ କଲା ‘କରୋନା କିଲର୍’

ଭୁବନେଶ୍ୱର : କରୋନା ମହାମାରୀ ସାରା ଦେଶରେ ଉଗ୍ର ରୂପ ନେଇଥିବା ବେଳେ “କରୋନା କିଲର୍‍” ଏହି ମହାମାରୀକୁ ମୁକାବିଲା କରିବା ପାଇଁ ଏକ ବୈଦ୍ୟୁତିକ ଉପକରଣ ଓଡ଼ିଶା ବଜାରରେ ପ୍ରବେଶ କରିଛି ।
ଏହି ଉତ୍ପାଦ  ଭାରତୀୟ ଭେଷଜ ଗବେଷଣା ପରିଷଦ(ଆଇ.ସି.ଏମ.ଆର)ଏବଂ ନ୍ୟାସନାଲ୍‍ ଇନଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜି (ଏନ.ଆଇ.ସି) ଦ୍ୱାରା ଅନୁମୋଦିତ କରୋନା ଭୁତାଣୁକୁ ମାରିପାରୁଥିବା କମ୍ପାନୀପ କ୍ଷରୁ ଦାବି କରାଯାଇଛି ।  ଏହି ସାମଗ୍ରୀର ପ୍ରସ୍ତୁତକର୍ତା ଇଣ୍ଡୋଟେକ୍‍ ସଲ୍ୟୁସନ ପୁନେର ମୁଖ୍ୟ ଭାଉସାହେବ ଜାଞ୍ଜିରେ ଓ କ୍ରିଷ୍ଣା ପଟ୍ଟନାୟକଙ୍କ ସୂଚନା ଅନୁସାରେ   ରାଜ୍ୟବାସୀଙ୍କୁ କରୋନା କବଳରୁ ରକ୍ଷା କରିବା ପାଇଁ ଏହି ଉପକରଣଟି ଖୁବ୍‍ କାର୍ଯ୍ୟକ୍ଷମ ହେବ।  ପ୍ରଥମ ଥର କରୋନାକୁ ମୁକାବିଲା କରିବା ପାଇଁ ନିଜ ନିଜର ଘର, ଅଫିସ, କାର, ସ୍କୁଲ, କଲେଜ,ହୋଟେଲ ଇତ୍ୟାଦିରେ ଲଗାଯାଇ ସାଧାରଣ ଲୋକମାନଙ୍କୁ ମୃତ୍ୟୁ ମୁଖରୁ ରୋକାଯାଇ ପାରିବ। ଏହାର ବିଭିନ୍ନ ମଡ଼େଲ ସହିତ ଭିନ୍ନ ଭିନ୍ନ ମୂଲ୍ୟରେ ସାଧାରଣ ଲୋକମାନଙ୍କୁ ଯୋଗାଇ ଦିଆଯିବାର ସୁବ୍ୟବସ୍ଥା କରାଯାଇଅଛି। କଂପାନୀ ପକ୍ଷରୁ ବର୍ତ୍ତମାନ ଆମେରିକା , ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦୁବାଇ , ନେପାଳ ଓ ଫିଲପାଇନସ୍‍ ଦେଶକୁ ରତ୍ପାନୀ କରାଯାଉଅଛି।  ଏହି ଅବସରରେ ଓଡ଼ିଶାର ମୁଖ୍ୟ କ୍ରିଷ୍ଣା ପଟ୍ଟନାୟକ କହିଲେ ଯେ ଏହି ମେସିନ୍‍ଟିକୁ କମ୍ପାନୀ ୬ ମାସ ପର୍ଯ୍ୟନ୍ତ ରିପ୍ଲେସମେଣ୍ଟ ଓ ଦେଢ଼ବର୍ଷ ପର୍ଯ୍ୟନ୍ତ ୱାରେଣ୍ଟିର ସୁଯୋଗ ଗ୍ରାହକ ମାନଙ୍କୁ ଯୋଗାଇ ଦିଆଯିବ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories