www.samajalive.in
Thursday, December 11, 2025
27.1 C
Bhubaneswar

ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ସଂଖ୍ୟା : ୧୭ ଜିଲାରେ ହିସାବ ଅମେଳ

ଭଦ୍ରକ (ସ୍ମୃତିରଞ୍ଜନ ସାହୁ): ପଞ୍ଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀଙ୍କ ରହିବା ଓ ଖାଇବା ନେଇ ସଠିକ ହିସାବ ପାଉନାହାନ୍ତି ସରକାର। ଏହା ପଞ୍ଚାୟତିରାଜ ବିଭାଗ ଲାଗି ଚିନ୍ତାଜନକ ହୋଇଛି। ପ୍ରବାସୀଙ୍କ ବାବଦରେ ମିଳୁଥିବା ଦୈନିକ ତଥ୍ୟ ଓ ଚୂଡ଼ାନ୍ତ ହିସାବରେ ଅମେଳ ପରିଲକ୍ଷିତ ହୋଇଛି। ଗୋଟିଏ ଅବା ଦୁଇଟି ଜିଲାରେ ନୁହେଁ ୩୦ରୁ ୧୭ଟି ଜିଲାରୁ ମିଳୁନି ସଠିକ ହିସାବ। ଜିଲାପାଳମାନେ ସରକାରଙ୍କୁ ପୂର୍ବରୁ ଦେଇଥିବା ତଥ୍ୟ ଓ ଏବେକାର ତଥ୍ୟ ମଧ୍ୟରେ ଫରକ ହିଁ ହିସାବକୁ ଅମେଳ କରିଛି। ରାଜ୍ୟ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ୧୭ଜିଲାର ଜିଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ହିସାବ ଅମେଳ ପଛରେ ଯୁକ୍ତି କ’ଣ ରହିଛି ତାହା ଦର୍ଶାଇବାକୁ ଦୁଇଦିନ ତଳେ ଚିଠି (ନଂ୧୬୮୩୦) କରାଯାଇଛି।

ଉଲ୍ଲେଖନୀୟ ଯେ କୋଭିଡ ମୁକାବିଲା ପାଇଁ ସରକାର ପଞ୍ଚାୟତସ୍ତରରେ ସଙ୍ଗରୋଧ କେନ୍ଦ୍ର/ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲିଥିଲେ। ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ଲାଗି ସେଠାରେ ସର୍ବାଧିକ ୧୪ ଦିନ ଯାଏ ରହିବା, ଖାଇବାର ବ୍ୟବସ୍ଥା କରାଯାଉଥିଲା। ପ୍ରତିଦିନ କେତେ ପ୍ରବାସୀ କେଉଁ ସଙ୍ଗରୋଧ କେନ୍ଦ୍ରରେ ପହଞ୍ଚିଲେ ଓ ଦୈନିକ କେତେ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରୁ ମୁକ୍ତ ହେଲେ ସେ ବାବଦରେ ତଥ୍ୟ (ଦୈନିକ ରିପୋର୍ଟ) ଜିଲା ପ୍ରଶାସନ ସରକାରଙ୍କ ନିକଟରେ ପହଞ୍ଚାଉଥିଲା। ଦୈନିକ ରିପୋର୍ଟ ଅନୁଯାୟୀ ମେ’ ମାସ ୨୦ ତାରିଖରୁ ଅଗଷ୍ଟ ମାସ ୩ ତାରିଖ ମଧ୍ୟରେ ଭଦ୍ରକ ଜିଲାର ୨୧୮ ସଙ୍ଗରୋଧ କେନ୍ଦ୍ରରେ ୩୬ ହଜାର ୯୩୪ ପ୍ରବାସୀ ରହିଛନ୍ତି। ଭଦ୍ରକ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କ ଦପ୍ତରରୁ ଯାଇଥିବା ଚୂଡ଼ାନ୍ତ ହିସାବରେ ଉକ୍ତ ଅବଧି ମଧ୍ୟରେ ଜିଲାର ସଙ୍ଗରୋଧ କେନ୍ଦ୍ରଗୁଡିକରେ ୪୨,୯୦୧ ଜଣ ପୁରୁଷ/ମହିଳାଙ୍କ ସହ ୨୧୨୪ ଛୋଟପିଲା ରହିଛନ୍ତି। ଏହାକୁ ମିଶାଇଲେ ସଙ୍ଗରୋଧ କେନ୍ଦ୍ରରେ ମୋଟ ୪୫,୦୨୫ ଜଣ ରହିଥିବା ଡିଆରଡିଏପକ୍ଷରୁ ସରକାରଙ୍କୁ ତଥ୍ୟ ଦିଆଯାଇଛି। ଯାହାକି ଦୈନିକ ରିପୋର୍ଟ (କ୍ୟୁମୁଲେଟିଭ)ଠାରୁ ୮୦୯୧ ଅଧିକ। କେବଳ ଭଦ୍ରକ ଜିଲା ନୁହେଁ ଅନୁଗୋଳ, ବାଲେଶ୍ୱର ସମେତ ୧୭ଟି ଜିଲାର ହିସାବ ଏମିତି ଫାଙ୍କୁଛି। ଦୈନିକ ରିପୋର୍ଟ ଅନୁଯାୟୀ ଏହି ୧୭ ଜିଲାରେ ମୋଟ ୬ ଲକ୍ଷ ୧୭ ହଜାର ୮୦୨ ପ୍ରବାସୀ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ ଚୂଡ଼ାନ୍ତ ରିପୋର୍ଟ ବେଳେ ଏହି ସଂଖ୍ୟା ୭ଲକ୍ଷ ୨୨ ହଜାର ୩୩୭କୁ ବଢ଼ିଯାଇଛି। ଅର୍ଥାତ ଦୈନିକ ରିପୋର୍ଟ ଓ ଚୂଡ଼ାନ୍ତ ରିପୋର୍ଟ ମଧ୍ୟରେ ପ୍ରବାସୀଙ୍କ ସଂଖ୍ୟାରେ ୧ଲକ୍ଷ ୪ହଜାର ୫୩୫ ଫରକ ରହୁଛି।

- Advertisement -

ସୂଚନାଥାଉକି ସଙ୍ଗରୋଧ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ଖର୍ଚ୍ଚ ବାବଦକୁ ସରକାର ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି କରିଥିଲେ। ବଡଙ୍କ ଲାଗି ୧୨୦ ଟଙ୍କା, ସାନପିଲାଙ୍କ ଲାଗି ଦୈନିକ ୧୦୦ଟଙ୍କା ହିସାବରେ ଖାଇବା ଖର୍ଚ୍ଚ ରହିଥିଲା। ଏଥିସହ ବେଡସିଟ, ବାଲଟି ଓ ଅନ୍ୟ ସାମଗ୍ରୀ ବାବଦକୁ ଜଣ ପିଛା ୩୦୦ ଟଙ୍କା, ସଙ୍ଗରୋଧ କେନ୍ଦ୍ରର ରକ୍ଷଣାବେକ୍ଷଣ ଓ ସୁରକ୍ଷା ବାବଦକୁ କେନ୍ଦ୍ର ପିଛା ଦୈନିକ ୨ ହଜାର ଟଙ୍କା ଲେଖାଏଁ ବ୍ୟବସ୍ଥା କରିଥିଲେ ସରକାର। ତେବେ କେତେ ପ୍ରବାସୀ ରହିଲେ, କେତେ ଖାଇଲେ, ପିଲା କେତେ, ବଡ କେତେ ଏମିତି ସବୁ ହିସାବ ସରକାର ଖୋଜିବା ବେଳକୁ ଏବେ ହିସାବ ଫାଙ୍କୁଛି। ବିଭାଗୀୟ ସୂଚନାନୁଯାୟୀ ଇତିମଧ୍ୟରେ ସରକାର ସଙ୍ଗରୋଧ କେନ୍ଦ୍ରର ଖର୍ଚ୍ଚ ବାବଦ ୩୦ଟି ଜିଲାକୁ ୨୩୬ କୋଟିରୁ ଅଧିକ ଟଙ୍କା ମଞ୍ଜୁର କରିଛନ୍ତି। ହିସାବ ଅମେଳ ରହୁଥିବା ୧୭ଟି ଜିଲାର ଖର୍ଚ୍ଚ ହିସାବ ଚୂଡ଼ାନ୍ତ ହୋଇପାରୁ ନାହିଁ। ଏତିକିବେଳେ ଦୈନିକ ରିପୋର୍ଟକୁ ଆଧାର କରି ଏହି ୧୭ଟି ଜିଲାର ଖର୍ଚ୍ଚ ବାବଦ ଟଙ୍କା ପଞ୍ଚାୟତିରାଜ ବିଭାଗ ମଞ୍ଜୁର କରିଦେଇ ସେହିସବୁ ଜିଲାର ବର୍ଦ୍ଧିତ ହିସାବକୁ ଗ୍ରହଣ କରି ନାହିଁ। ଦୈନିକ ହିସାବଠାରୁ ଚୂଡ଼ାନ୍ତ ହିସାବରେ କାହିଁକିି ପ୍ରବାସୀଙ୍କ ସଂଖ୍ୟା ବଢ଼ିଲା ସେ ବାବଦରେ ଜିଲାପାଳ/ପ୍ରକଳ୍ପ ନିର୍ଦେଶକଙ୍କଠାରୁ ସଠିକ ଯୁକ୍ତି ଲୋଡିଛି ରାଜ୍ୟ ପଞ୍ଚାୟତିରାଜ ବିଭାଗ। ଯୁକ୍ତି ସଠିକ ହେଲେ ବର୍ଦ୍ଧିତ ହିସାବ ବାବଦ ଖର୍ଚ୍ଚ ମିଳିବ ନହେଲେ …?

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories