www.samajalive.in
Thursday, December 11, 2025
27.1 C
Bhubaneswar

ଅନ୍‌ଲାଇନ୍‌ରେ ନନ୍ଦନକାନନ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ

ନନ୍ଦନକାନନ : ଏଣିକି ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁପକ୍ଷୀଙ୍କୁ ଘରେ ବସି ଅନ୍‌ଲାଇନ୍‌ରେ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ପଶୁପ୍ରେମୀ। ଏଥିପାଇଁ ସ୍ବତନ୍ତ୍ର ୱେବ୍‌ସାଇଟ୍‌ ବ୍ୟବସ୍ଥା ହୋଇଛି। ଅନ୍‌ଲାଇନ୍‌ ଜରିଆରେ ଜଣେ ବ୍ୟକ୍ତି ସର୍ବନିମ୍ନ ୫୦୦ଟଙ୍କା ଦେଇ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିପାରିବେ ବୋଲି ଗଣମାଧ୍ୟମକୁ କହିଛନ୍ତି ନନ୍ଦନକାନନ ନିର୍ଦେଶକ ଶଶିପଲ। ଏହି ପରିପ୍ରେକ୍ଷୀରେ ସୋମବାର ହାଇଦରାବାଦର ସ୍ବପ୍ନଜିତ୍‌ ପଟ୍ଟନାୟକ ନନ୍ଦନକାନନର ହିମାଳୟ କଳା ଭାଲୁକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ବୋଲି ନିର୍ଦେଶକ କହିଛନ୍ତି। କରୋନା ମହାମାରୀ ପରିପ୍ରେକ୍ଷୀରେ ବିଗତ ୭ମାସ ମଧ୍ୟରେ ପ୍ରାଣୀ ଉଦ୍ୟାନର ୧୭୦ରୁ ୧୭୫ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରୁଛନ୍ତି ପଶୁପକ୍ଷୀ ପ୍ରେମୀ। ଏ ବାବଦରେ କର୍ତ୍ତୃପକ୍ଷ ହାରାହାରି ୨୩ଲକ୍ଷ ଟଙ୍କା ଆୟ କରିଛନ୍ତି। ଏହି ପୋଷ୍ୟ ଗ୍ରହଣ ପ୍ରକ୍ରିୟାରେ ୬୦ପ୍ରତିଶତ ଓଡ଼ିଶାବାସୀ ସାମିଲ ହୋଇଥିବା ବେଳେ ହରିୟାଣା, ରାଜସ୍ଥାନ, ଦିଲ୍ଲୀ ଓ ମହାରାଷ୍ଟ୍ର ଆଦି ୧୨ଟି ରାଜ୍ୟରୁ ମଧ୍ୟ ଆଶାନୁରୂପ ଭାବେ ପଶୁପକ୍ଷୀଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହି ବ୍ୟବସ୍ଥା ପ୍ରାଣୀ ଉଦ୍ୟାନରେ ୨୦୧୮ରୁ ଆରମ୍ଭ କରାଯାଇଥିଲା।

Hot this week

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

ଗୋଆ ଅଗ୍ନିକାଣ୍ଡ : ମାଲିକ ଲୁଥ୍ରା ଭ୍ରାତାଙ୍କୁ ଅଟକ ରଖିଛି ଥାଇଲାଣ୍ଡ ପୁଲିସ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଫୁଲବାଣୀରେ ପ୍ରଥମ ତୁଷାରପାତ

ଫୁଲବାଣୀ : କନ୍ଧମାଳରେ ଏବେ ହାଡ଼ ଭଙ୍ଗା ଶୀତ ଅରମ୍ଭ ହୋଇଛି।...

ରାସ୍ତାକଡରେ ପୁଳା ପୁଳା ଔଷଧ: ସ୍ଵାସ୍ଥ୍ୟ ବିଭାଗର ତଦନ୍ତ

ବାଲେଶ୍ଵର: ରାସ୍ତାକଡ଼ରେ ପଡ଼ିଛି ପୁଳା ପୁଳା ସରକାରୀ ମେଡିସିନ୍। ଏଭଳି ଘଟଣା...

Related Articles

Popular Categories