www.samajalive.in
Monday, December 8, 2025
27.1 C
Bhubaneswar

ଅରୁଣାଚଳ ପ୍ରଦେଶ ସୀମାରେ ରେଳପଥ ବିଛାଉଛି ଚୀନ

ବେଜିଂ : ଚୀନ ସମ୍ପ୍ରତି ଅରୁଣାଚଳ ପ୍ରଦେଶ ସୀମା ସଂଲଗ୍ନ ତିବ୍‌ବତର ଲିଞ୍ଝି ଓ ସିଚୁଆନ୍‌ ପ୍ରଦେଶର ଦକ୍ଷିଣ-ପଶ୍ଚିମାଞ୍ଚଳ ୟା’ଆନ୍‌ ମଧ୍ୟରେ ରେଳପଥ ନିର୍ମାଣ କରିବାକୁ ଯାଉଥିବା ଚୀନ୍‌ ରେଳବାଇ ଘୋଷଣା କରାଯାଇଛି। ସିଚୁଆନ୍‌-ତିବ୍‌ବତ ରେଳପଥର ୟା’ଆନ୍‌- ଲିଞ୍ଝି ସେକ୍ସନ୍‌ ଲାଗି ଦୁଇଟି ସୁଡ଼ଙ୍ଗ, ଗୋଟିଏ ସେତୁ ଏବଂ ଶକ୍ତିଯୋଗାଣ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଚୀନ ରେଳବାଇ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲିଞ୍ଝି ଅରୁଣାଚଳ ପ୍ରଦେଶ ସୀମାନ୍ତରେ ଅବସ୍ଥିତ। କ୍ବିଙ୍ଘାଇ-ତିବ୍‌ବତ ରେଳପଥ ପରେ ସିଚୁଆନ୍‌-ତିବ୍‌ବତ ରେଳପଥ ହେଉଛି ଭାରତ ସୀମାନ୍ତ ତିବ୍‌ବତରେ ଚୀନର ଦ୍ବିତୀୟ ପ୍ରକଳ୍ପ। ଏହା ତିବ୍‌ବତ ଓ ଚୀନ୍‌ ମଧ୍ୟରେ ଯୋଗାଯୋଗ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ସିଚୁଆନ୍‌ ପ୍ରଦେଶର ରାଜଧାନୀ ଚେଙ୍ଗଡୁରୁ ଆରମ୍ଭ ହେଉଥିବା ଏହି ୧୦୧୧ କିଲୋମିଟର ରେଳପଥରେ ଲାସାକୁ ଯାତ୍ରା ସହଜ ହେବ। ଏବେ ଚେଙ୍ଗ୍‌ଡୁରୁ ଲାସାକୁ ଯିବା ନିମନ୍ତେ ୪୮ ଘଣ୍ଟା ସମୟ ଲାଗୁଛି। ନୂଆ ରେଳପଥ ନିର୍ମାଣ ପରେ ଏହା ମାତ୍ର ୧୩ ଘଣ୍ଟାକୁ ହ୍ରାସ ପାଇବ। ଅରୁଣାଚଳ ପ୍ରଦେଶ ଦକ୍ଷିଣ ତିବ୍‌ବତର ଅଂଶ ବୋଲି ଚୀନ୍‌ ଦାବି କରୁଛି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories