ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ସ୍ୱର୍ଗତ ମିଶ୍ରଙ୍କ ବିୟୋଗ ଓଡ଼ିଆ ଚଳଚିତ୍ର ଜଗତ ପାଇଁ ଅପୂରଣୀୟ କ୍ଷତି। ସ୍ୱର୍ଗତ ମିଶ୍ର ଅନେକ ଗୁଡ଼ିଏ ସୁପରହିଟ୍ ଚଳଚ୍ଚିତ୍ର ନିର୍ଦେଶନା ଦେଇ ଓଡ଼ିଶାର ଚଳଚ୍ଚିତ୍ର ପ୍ରେମୀଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ଏ ଦୁଃଖଦ ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା, ପ୍ରଭୁ ତାଙ୍କର ସ୍ୱର୍ଗତ ଆତ୍ମାକୁ ସଦ୍ଗତି ଦିଅନ୍ତୁ ଓ ତାଙ୍କ ପରିବାରବର୍ଗଙ୍କୁ ଏ ଦୁଃଖ ସହ୍ୟ କରିବା ପାଇଁ ଅସୀମ ଧୈର୍ଯ୍ୟ ଓ ସାହାସ ପ୍ରଦାନ କରନ୍ତୁ ବୋଲି ରାଜ୍ୟପାଳ ଶ୍ରୀ ହରିଚନ୍ଦନ ପ୍ରକାଶ କରିଛନ୍ତି।
ଚଳଚ୍ଚିତ୍ର ନିର୍ଦେଶକ ରାଜୁ ମିଶ୍ରଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳଙ୍କ ଶୋକ
Popular Categories



