www.samajalive.in
Tuesday, December 9, 2025
16.1 C
Bhubaneswar

ଏଣିକି ‘ୱାର୍କ ଫ୍ରମ ଏନିହ୍ବେୟାର’: ଚଳିତ ମାସରୁ ଟାଟା କମ୍ପାନୀ କର୍ମଚାରୀଙ୍କ ପାଇଁ କାମ କରିବାର ନୂଆ ଶୈଳୀ

ସାରା ଦେଶରେ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଦେଶର ବୃହତ୍ତମ ଇସ୍ପାତ କମ୍ପାନୀ ଟାଟା ଷ୍ଟିଲ୍ ନିଜ କର୍ମଚାରୀଙ୍କ ପାଇଁ  ‘‘ଯେ କୌଣସି ସ୍ଥାନରୁ କାର୍ଯ୍ୟ’’ (ୱାର୍କ ଫ୍ରମ୍ ଏନିହ୍ବେୟାର) ନୀତି ପ୍ରଚଳନ କରିବାକୁ ଯାଉଛି । ଏହାର ଅର୍ଥ ଟାଟା କମ୍ପାନୀର ଜଣେ କର୍ମଚାରୀ ​ ନିଜ ଘରୁ ବା ଦେଶ ବିଦେଶର କୌଣସି ସ୍ଥାନରୁ କାମ କରିବାକୁ ସକ୍ଷମ ହେବେ । ଚଳିତ ମାସରୁ ଏହି ନୀତି କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି । ସମ୍ପ୍ରତି ଟାଟା କମ୍ପାନୀ (ଟାଟା ଷ୍ଟିଲ)ରେ ଦେଶରେ ୩୨ହଜାର ସ୍ଥାୟୀ ଓ ୫୫ ହଜାର ଅସ୍ଥାୟୀ କର୍ମଚାରୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୭୦୦୦ କମର୍ଚାରୀ କାର୍ଯ୍ୟାଳୟରେ କାମ କରୁଛନ୍ତି ।

ଇକୋନୋମିକ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନୀ ପ୍ରଥମେ ୧୦% କର୍ମଚାରୀଙ୍କୁ ୱାର୍କ ଫ୍ରମ୍ ଏନିହ୍ବେୟାର (ଡ଼ବ୍ଲ୍ୟୁଏଫ୍ଏ)ରେ କାମ କରିବାକୁ ସୁଯୋଗ ଦେବ, ପରବର୍ତୀ ସମୟରେ ଏହାକୁ ୩୦% ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।  ଅନ୍ୟ କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ (WFH) ବିକଳ୍ପ ପାଇବେ। କୁହାଯାଉଛି ୱାର୍କ ଫ୍ରମ୍ ଏନିହ୍ବେୟାର ଦ୍ବାରା ଅଫିସ ଖର୍ଚରେ ବିପୁଳ ସଞ୍ଚୟ ହେବ ଏବଂ କାର୍ଯ୍ୟ ତୁରନ୍ତ ଓ ଡ଼ିଜିଟାଏ ଜରିଆରେ ସକ୍ଷମ ହୋଇପାରିବ । ଜଣେ କର୍ମଚାରୀ ଆଜିଦିନର କାର୍ଯ୍ୟ ଶେଷ କରି ଆସନ୍ତା ଦିନ ପାଇଁ ମଧ୍ୟ କାମ କରିପାରିବେ ।

- Advertisement -

ଅନ୍ୟପକ୍ଷରେ ଟାଟା ଅଧୀନସ୍ଥ ଅନ୍ୟ କମ୍ପାନୀ ଟିସିଏସ୍ ୨୦୨୫ ମସିହା ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଘରୁ କାର୍ଯ୍ୟ କରିବାକୁ ସୁଯୋଗ ଦେବାକୁ ଚିନ୍ତା କରୁଥିବା କୁହାଯାଉଛି । କମ୍ପାନୀ ପକ୍ଷରୁ ହାଇବ୍ରିଡ଼୍ ୱାର୍କପ୍ଲେସ ଗାଇଡ଼ାନ୍ସ ଜାରି କରାଯାଇଛି । ଏଥିରେ ଟିସିଏସ୍ ୨୫X୨୫ ଭିଜନ ଉପସ୍ଥାପନ କରିଛି । ଏହି ଯୋଜନାରେ ଆଗାମୀ ଦିନରେ କମ୍ପାନୀ ଏକ ନୂଆ କାର୍ଯ୍ୟ ସଂସ୍କୃତି ଆରମ୍ଭ କରିବାକୁ ଯାଉଛି ଏବଂ ଏଥିରେ ୨୫% କର୍ମଚାରୀ ଅଫିସରୁ କାର୍ଯ୍ୟ କରିବେ ଓ ଅନ୍ୟମାନେ ଘରୁ ବା ନିଜ ସୁବିଧା ମୁତାବକ କୌଣସି ସ୍ଥାନରୁ କାମ କରିପାରିବେ । ୨୦୨୫ ସୁଦ୍ଧା ଏହି କାର୍ଯ୍ୟ ସଂସ୍କୃତି କାର୍ଯ୍ୟକାରୀ ହେବ ଏବଂ କୌଣସି କର୍ମଚାରୀଙ୍କୁ ତାଙ୍କ ପୂର୍ଣ ସାମର୍ଥ୍ୟରେ କାର୍ଯ୍ୟ କରିବା ନିମନ୍ତେ ଅଫିସ ପରିସରରେ ୨୫%ରୁ ଅଧିକ ସମୟ ରହିବାକୁ ପଡ଼ିବ ନାହିଁ ।

ଦେଶର  ଦ୍ୱିତୀୟ ବୃହତ୍ତମ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) କମ୍ପାନୀ ଇନଫୋସିସ୍ ବର୍ତ୍ତମାନ ୩୩ ପ୍ରତିଶତ କର୍ମଚାରୀଙ୍କୁ ସବୁଦିନ ପାଇଁ ଘରୁ କାମ କରିବାକୁ ସୁଯୋଗ ଦେଇଛି । ଏହି କମ୍ପାନୀରେ ସାରା ବିଶ୍ବରେ ୨.୪୨ ଲକ୍ଷ କର୍ମଚାରୀ କାମ କରୁଛନ୍ତି । ବର୍ତମାନ ସେମାନଙ୍କ ମଧ୍ୟରୁ ପ୍ରାୟ ୮୦ ହଜାର କର୍ମଚାରୀଙ୍କୁ ଘରୁ କାମ କରିବାକୁ ଅନୁମତି ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories