www.samajalive.in
Monday, December 8, 2025
17.1 C
Bhubaneswar

ହିଜବୁଲ୍‌ ମୁଜାହିଦ୍ଦିନର କାଶ୍ମୀର ମୁଖ୍ୟ ମୃତ; ସହଯୋଗୀ ଗିରଫ

ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ଦମନ ନିରୋଧୀ ଅଭିଯାନରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ରବିବାର ରାଜଧାନୀ ଶ୍ରୀନଗରର ଉପକଣ୍ଠ ରଙ୍ଗରେଥ ଅଞ୍ଚଳରେ ହୋଇଥିବା ଏକ ଗୁଳିବିନିମୟରେ ଆତଙ୍କବାଦୀ ସଙ୍ଗଠନ ହିଜବୁଲ୍‌ ମୁଜାହିଦ୍ଦିନର କାଶ୍ମୀର ମୁଖ୍ୟ ସୈଫୁଲ୍ଲା ମିର୍‌ ଓରଫ୍‌ ଗାଜି ହାଇଦର୍‌ ପ୍ରାଣ ହରାଇଛି। ପୁଲିସ କହିଛି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ତଲାସ ଅଭିଯାନ କରିଥିଲେ। ଅଭିଯାନ ସମୟରେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ହୋଇଥିଲା। ଏଥିରେ ସୈଫୁଲ୍ଲାର ମୃତ୍ୟୁ ହୋଇଥିବାବେଳେ ତାର ଜଣେ ସହଯୋଗୀକୁ ଗିରଫ କରାଯାଇଛି।

କଶ୍ମୀର ଆଇ.ଜି. ବିଜୟ କୁମାର କହିଛନ୍ତି ଯେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ଶନିବାର ରାତିରେ ସୂଚନା ମିଳିଥିଲା। ସୂଚନା ଆଧାରରେ ‘ସ୍ପେସାଲ୍‌ ଅପରେସନ୍‌ ଗ୍ରୁପ୍‌’ ଏବଂ ‘ସିଆର୍‌ପିଏଫ୍‌’ ପକ୍ଷରୁ ମିଳିତ ତଲାସ ଅଭିଯାନ ହୋଇଥିଲା। ପ୍ରାଣ ହରାଇଥିବା ଆତଙ୍କବାଦୀ ସୈଫୁଲ୍ଲା ମିର୍ ଜାମ୍ମୁ-କାଶ୍ମୀର ପାଇଁ ହିଜବୁଲ ମୁଜାହିଦ୍ଦିନର ମୁଖ୍ୟ କମାଣ୍ଡର ଥିଲା। ଗତ ମେ ମାସରେ ରିୟାଜ ନାଇକୂର ମୃତ୍ୟୁ ପରେ ସୈଫୁଲ୍ଲା ହିଜବୁଲ୍‌ର ମୁଖ୍ୟ କମାଣ୍ଡର ନିଯୁକ୍ତ ହୋଇଥିଲା। ବିଭିନ୍ନ ସୁରକ୍ଷା ଏଜେନ୍ସି ପାଇଁ ସୈଫୁଲ୍ଲା ମୋଷ୍ଟ ୱାଣ୍ଟେଡ ଥିଲା। ସେ ବ୍ରୁହାନ ୱାନି ଗୋଷ୍ଠୀର ଶେଷ ଆତଙ୍କବାଦୀ ଥିଲା। ସେ ଏ++ ବର୍ଗର ଆତଙ୍କବାଦୀ ଥିଲା। ନିକଟରେ ବିଜେପିର ତିନି ନେତାଙ୍କ ହତ୍ୟା ପରେ ସୈଫୁଲ୍ଲାର ସମ୍ପୃକ୍ତି ଥିବା କୁହାଯାଇଛି। ଗୁଳିବିନିମୟ ସ୍ଥଳରୁ ଗୋଟିଏ ଏକେ-୪୭ ରାଇଫଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଓ କେତେକ କାଗଜପତ୍ର ଜବତ କରାଯାଇଛି। ଅନ୍ୟପଟେ ପାକିସ୍ତାନ ସେନା ରବିବାର ସକାଳେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି। ସକାଳ ପ୍ରାୟ ୭ଟା ୩୦ରେ ପୁଞ୍ଚ ଜିଲାର ନିୟନ୍ତ୍ରଣ ରେଖା ନିକଟ ସାହାପୁର, କର୍ଣ୍ଣି, କ୍ବାସବା ସେକ୍ଟର ଉପରକୁ ପାକିସ୍ତାନ ସେନା ଗୁଳିଗୋଳା ମାଡ କରିଥିଲା। ଏହି ଅସ୍ତ୍ରବିରତି ଉଲ୍ଲଙ୍ଘନ ଉପରେ ଭାରତୀୟ ସେନା କଡା ଜବାବ ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories