www.samajalive.in
Sunday, December 7, 2025
16.1 C
Bhubaneswar

ଆର୍‌ସିବି ପରାସ୍ତ; ପ୍ଲେଅଫ୍‌ ଦୌଡ଼ରେ ସନ୍‌ରାଇଜର୍ସ

ଶାରଜା: ଆଇପିଏଲ୍‌‌​‌ରେ ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ୫ ୱିକେଟରେ ବିଜୟ ହାସଲ କରିଛି ସନ୍‌ରାଇଜର୍ସ ହାଇଦରାବାଦ। ଏହି ଗୁରୁତ୍ବପୂର୍ଣ୍ଣ ମ୍ୟାଚ୍‌ରେ ସନ୍ଦୀପ ଶର୍ମା ଓ ଜେସନ୍ ହୋଲ୍‌ଡରଙ୍କ ସଫଳ ବୋଲିଂ ପ୍ରଦର୍ଶନ ଯୋଗୁଁ ପ୍ରଥମେ ବ୍ୟାଟିଂ କରିଥିବା ଆର୍‌ସିବି ୭ ୱିକେଟ ହରାଇ ୧୨୦ ରନ୍ କରି ପାରିଥିଲା। ପରେ ସାମୂହିକ ଯୋଗଦାନ ବଳରେ ସନ୍‌ରାଇଜର୍ସ ୧୪.୧ ଓଭରରେ ୫ ୱିକେଟ ହରାଇ ଜିତିଥିଲା। ଏହି ମ୍ୟାଚ୍‌ ଜିତିଥିଲେ ଆର୍‌ସିବି ପ୍ଲେଅଫ୍‌ରେ ପହଞ୍ଚି ଥାଆନ୍ତା। ତେବେ ୧୩ଶ ମ୍ୟାଚ୍‌ରେ ୬ଷ୍ଠ ପରାଜୟ ସତ୍ତ୍ବେ ଆର୍‌ସିବି ପ୍ଲେଅଫ୍ ଦୌଡ଼ରେ ରହିଛି। ଅନ୍ତିମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ହରାଇଲେ ଆର୍‌ସିବି ପ୍ଲେଅଫ୍‌ରେ ପହଞ୍ଚିବ। ଅନ୍ୟପକ୍ଷରେ ଅନ୍ତିମ ମ୍ୟାଚ୍‌ରେ ମୁମ୍ବଇ ଇଣ୍ଡିଆନ୍‌ସକୁ ପରାସ୍ତ କଲେ ସନ୍‌ରାଇଜର୍ସ ପ୍ଲେଅଫ୍ ଦୌଡ଼ରେ ବଜାୟ ରହିବ।
ସନ୍‌ରାଇଜର୍ସ ହାଇଦରାବାଦ ଟସ୍ ଜିତି ଫିଲ୍‌ଡିଂ କରିଥିଲା। ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବ୍ୟାଟିଂ ବିପର୍ଯ୍ୟୟ ଭୋଗି ୨୮ ରନ୍‌ରେ ୨ଟି ୱିକେଟ ହରାଇଥିଲା। ଦେବଦତ୍ତ ପାଡିକଲ ୫ ଓ ଅଧିନାୟକ ବିରାଟ କୋହଲି ୭ ରନ୍‌କରି ଆଉଟ ହୋଇଥିଲେ। ୩ୟ ୱିକେଟ ପାଇଁ ଜୋସ୍ ଫିଲିପ୍ ଓ ଏବି ଡି’ଭିଲିଅର୍ସ ୪୩ ରନ୍ ଯୋଡ଼ିଥିଲେ। ତେବେ ୫ଟି ବଲ୍‌ ମଧ୍ୟରେ ଦୁହେଁ ଆଉଟ ହେବା ଯୋଗୁଁ ଆର୍‌ସିବି ପୁଣିଥରେ ସଙ୍କଟରେ ପଡ଼ି ଯାଇଥିଲା। ଡି’ଭିଲିଅର୍ସ ୨୪ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୪ ରନ୍ କରିଥିଲେ। ଜୋସ୍ ଫିଲିପ୍‌ ୩୧ ବଲ୍‌ରୁ ୪ଟି ଚୌକା ସହ ୩୨ ରନ୍ କରିଥିଲେ। ୭୬ ରନ୍‌ରେ ୪ଟି ୱିକେଟ ପଡ଼ିଯିବା ପରେ ୱାଶିଂଟନ ସୁନ୍ଦର ଓ ଗୁରକିରତ ମାନ୍ ଜଗିରଖି ଖେଳିବାରୁ ରନ୍‌ଗତି ଧିମେଇ ଯାଇଥିଲା। ୧୭ ଓଭରରେ ଆର୍‌ସିବିର ସ୍କୋର୍ ୧୦୬ ରନ୍ ଥିବା ବେଳେ ସୁନ୍ଦର ୧୮ ବଲ୍‌ରୁ ୨ଟି ଚୌକା ସହ ୨୧ ରନ୍‌କରି ଆଉଟ ହୋଇ ଯାଇଥିଲେ। କ୍ରିସ୍ ମରିସ୍ ମାତ୍ର ୩ ରନ୍ କରିଥିଲେ। ୮ ଓଭରରୁ ଅଧିକ ସମୟ କ୍ରିଜ୍‌ରେ ରହି ୨୪ଟି ବଲ୍‌ ଖେଳିଥିବା ଗୁରକିରତ ମାନ୍ ଗୋଟିଏ ଚୌକା ସହ ୧୫ ରନ୍ କରିଥିଲେ। ସନ୍ଦୀପ ଶର୍ମା ଓ ଜେସନ୍ ହୋଲ୍‌ଡର ୨ଟି ଲେଖାଏଁ ୱିକେଟ ନେଇଥିଲେ।
୧୨୧ ରନ୍ ଲକ୍ଷ୍ୟରେ ସନ୍‌ରାଇଜର୍ସ ହାଇଦରାବାଦ ସହଳ ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର (୮)ଙ୍କ ୱିକେଟ ହରାଇଥିଲା। ପରେ ଦୁଇ ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଋଦ୍ଧିମାନ ଶାହା ଓ ମନୀଷ ପାଣ୍ଡେ ଷ୍ଟ୍ରୋକ୍‌ ଖେଳି ସ୍କୋର୍ ବଢ଼ାଇ ଚାଲିଥିଲେ। ୨ୟ ୱିିକେଟ ପାଇଁ ଋଦ୍ଧିମାନଙ୍କ ସହ ଦ୍ରୁତ ୫୦ ରନ୍ ଯୋଡ଼ିବା ପରେ ପା​‌େ​‌ଣ୍ଡ ଆଉଟ ହୋଇଥିଲେ। ମନୀଷ ପାଣ୍ଡେ ୧୯ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ୨୬ ରନ୍ କରିଥିଲେ। ଭଲ ବ୍ୟାଟିଂ କରୁଥିବା ଋଦ୍ଧିମାନ ଶାହା ୩୨ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୯ ରନ୍‌କରି ଆଉଟ୍‌ ହୋଇ ଯାଇଥିଲେ। ପରେ କେନ୍ ୱିଲିୟମ୍‌ସନ ମାତ୍ର ୮ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ଜେସନ୍‌ ହୋଲ୍‌ଡର କିଛି ବଡ଼ ସଟ୍‌ ମାରି ଦଳକୁ ଜିତାଇଥିଲେ। ଅଭିଷେକ ଶର୍ମା ୮ ରନ୍ କରିଥିଲେ। ହୋଲ୍‌ଡର ମାତ୍ର ୧୦ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୬ ରନ୍‌କରି ଅପରାଜିତ ଥିଲେ। ୟୁଜବେନ୍ଦ୍ର ଚହଲ ୨ଟି ୱିକେଟ ନେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories