www.samajalive.in
Sunday, December 7, 2025
15.1 C
Bhubaneswar

ଆଇପିଏଲ ୨୦୨୦ : ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ତ୍ରୟୋଦଶତମ ସଂସ୍କରଣର ୫୨ ତମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚରେ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ସନରାଇଜର୍ସ ହାଇଦ୍ରାବାଦ ଆଗରେ ୧୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରର ଖେଳ ଖେଳି ୭ ୱିକେଟ ହରାଇ ୧୨୦ ରନ୍‌ ସଂଗ୍ରହ କରିଛି। ବେଙ୍ଗାଲୁରୁ ପକ୍ଷରୁ ଡିଭିଲିୟର୍ସ ୨୪, ଜସ୍‌ ଫିଲିପ୍‌ ୩୨, ୱାଶିଂଟନ ସୁନ୍ଦର ୨୧,ବିରାଟ କୋହଲି ୭,ଗୁରୁକିରତ ସିଂହ ୧୫ ଓ କ୍ରିସ ମୋରିସ ୩ ରନ କରିଥିଲେ । ସେହିପରି  ସନରାଇଜର୍ସ ହାଇଦରାବାଦ ପକ୍ଷରୁ ସନ୍ଦିପ ଶର୍ମା ୨, ଜସ୍‌ ହୋଲ୍ଡର ୨,ଟି ନଟରାଜନ ୧, ରସିଦ ଖାନ୍‌ ୧, ସେହବାଜ ନଦିମ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଶେଷ ହୋଇଆସୁଥିବାବେଳେ ପ୍ଳେ ଅଫକୁ ନେଇ ଦଳ ଗୁଡ଼ିକ ମଧ୍ୟରେ ଛକାପଞ୍ଚା ଆରମ୍ଭ ହୋଇଛି । ଏହି କ୍ରମରେ ଆଜିର ମ୍ୟାଚ୍‌ ଉଭୟ ସନରାଇଜର୍ସ ହାଇଦରାବାଦ- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଭୟ ଦଳ ପାଇଁ ଆଜି ମ୍ୟାଚ ବେଶ ଗୁରୁତ୍ବପୂର୍ଣ୍ଣ । ବିରାଟ କୋହଲିଙ୍କ ନେତୃତ୍ବାଧିନ ବେଙ୍ଗାଲୁରୁ ୧୨ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୫ଟି ପରାଜୟ ସହ ୧୪ ପଏଣ୍ଟ ପାଇଛି। ଦଳକୁ ପ୍ଳେ ଅଫରେ ପ୍ରବେଶ ନେଇ ଆଉ ଗୋଟିଏ ବିଜୟ ଆବଶ୍ୟକତା ରହିଛି। ଶେଷ ମ୍ୟାଚରେ ଦଳ ମୁମ୍ବଇ ଇଣ୍ଡିଆନ୍‌ସ ନିକଟରୁ ପରାଜିତ ହୋଇଥିଲା। ଦେବଦତ୍ତ ପାଡ଼ିକଲ, ଏ.ବି ଡିଭିଲିୟର୍ସ ଓ ବିରାଟ ଭଲ ଫର୍ମରେ ରହିଛନ୍ତି। ବୋଲିଂରେ ମହମ୍ମଦ ସିରାଜ୍‌, ନବଦୀପ୍‌ ସଇନି ଓ ଯୁଜୁବେନ୍ଦ୍ର ଚହଲ ମଧ୍ୟ ଭଲ ବୋଲିଂ କରୁଛନ୍ତି। ସନ୍‌ରାଇଜର୍ସ ହାଇଦରାବାଦକୁ ପରାସ୍ତ କରି ଦଳ ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଡେଭିଡ୍‌ ୱାର୍ଣ୍ଣରଙ୍କ ନେତୃତ୍ବାଧିନ ସନରାଇଜର୍ସ ହାଇଦରାବାଦ ପାଇଁ ଉକ୍ତ ମ୍ୟାଚ କର ବା ମର ଭଳି। ଦଳ ୧୨ଟି ମ୍ୟାଚରୁ ୫ଟି ବିଜୟ ଓ ୭ଟି ପରାଜୟ ସହ ମାତ୍ର ୧୦ ପଏଣ୍ଟ ପାଇଛି। ପ୍ଳେ ଅଫକୁ ଉନ୍ନୀତ ହେବା ନେଇ ଦଳ ନିକଟରେ ସୁଯୋଗ ରହିଛି। ଏଥିପାଇଁ ଦଳକୁ ​‌ଶେଷ ଦୁଇ ମ୍ୟାଚ ବିଜୟୀ ହେବା ଏକାନ୍ତ ଆବଶ୍ୟକତା ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories