www.samajalive.in
Tuesday, December 9, 2025
16.1 C
Bhubaneswar

ଭିଡ଼ିଓ କଂଫେରେନ୍ସ ଜରିଆରେ ସରକାରୀ ମୁଖ୍ୟ ଚିକିତ୍ସାଳୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ

ନବରଙ୍ଗପୁର : ସାରା ରାଜ୍ୟରେ ବିଶ୍ୱ ମସ୍ତିସ୍କାଘାତ ଦିବସ ପାଳନ କରାଯାଉଥିବା ବେଳେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ଆଜି ବିଶ୍ୱ ମସ୍ତିସ୍କାଘାତ (ଷ୍ଟ୍ରୋକ) ଦିବସ ପାଳନ ହେଇଯାଇଛି। ଏଥିରେ ନବରଙ୍ଗପୁର ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଡ଼ଃ ପ୍ରୀତି ନାୟକ ଭିଡ଼ିଓ କଂଫେରେନ୍ସ ଜରିଆରେ ନବରଙ୍ଗପୁର ର ସ୍ୱାସ୍ଥ୍ୟ ବିଭାଗୀୟ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ବାରା ପରିଚାଳିତ ଏହି ବିଶ୍ୱ ମସ୍ତିସ୍କାଘାତ ଦିବସରେ  ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ବିଭାଗକୁ ଭିଡ଼ିଓ କଂଫେରେନ୍ସ ଜରିଆରେ ଅନେକ ପ୍ରଶ୍ନ ପଚରା ଯାଇଥିଲା ସେଥିରେ ଡ଼ଃ ପ୍ରୀତି ନାୟକ ଅଧିନାୟକତ୍ୱ କରି ସମସ୍ତ ପ୍ରଶ୍ନର ଉତ୍ତର ଦେଇ ଜିଲ୍ଲାର ସ୍ଵାସ୍ଥ୍ୟ ଜନିତ ସମସ୍ୟାକୁ ଉପସ୍ଥାପନ କରିଥିଲେ। ନବରଙ୍ଗପୁର ଜିଲ୍ଲା ଏକ ଆଦିବାସୀ ବହୁଳ ହେଇଥିବାରୁ ଲୋକମାନେ ସାଧାରଣ ଉଚ୍ଚ ଶିକ୍ଷିତ ନୁହଁନ୍ତି ,ଦିନକୁ ଦିନ ଅନେକ ରୋଗୀ ଏହି ମସ୍ତିସ୍କାଘାତ ରୋଗରେ ଆକ୍ରାନ୍ତ ହେଇ ପ୍ରାଣ ହରାଇ ଥିବାରୁ ଏହାର ନିରାକରଣ ଏହି ଜିଲ୍ଲାରେ ନିହାତି ଆବଶ୍ୟକ ବୋଲି ଡ଼ଃ ପ୍ରୀତି ନାୟକ ଭିଡ଼ିଓ କଂଫେରେନ୍ସ ରେ ଯୁକ୍ତି ଉପସ୍ଥାପନ କରିଥିଲେ। ଆଗାମୀ ଦିନରେ ଏହି ରୋଗ ନିମନ୍ତେ ସଚେତନତା କାର୍ୟ୍ୟକ୍ରମ ସହ ଚିକିତ୍ସା କରି ରୋଗ ନିରାକରଣ ନିମନ୍ତେ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ପ୍ରତିଶ୍ରୁତି ଦିଆଯାଇଛି। ଗୋଟିଏ ପଟେ ଡ଼ଃ ନାୟକ ଙ୍କ କାର୍ଯ୍ୟ ଦକ୍ଷତା ପ୍ରମାଣକୁ ନେଇ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାର ଖୁସି ହେବା ସହ ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ ସମସ୍ୟା ଉପସ୍ଥାପନ କରିଥିବାରୁ ଆଗାମୀ ଦିନରେ ଏଠାକାର ସ୍ଵାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଆସିବା ଆଶାବାନ୍ଧି ନବରଙ୍ଗପୁରବାସୀ ତାଙ୍କୁ ଭୁୟସୀ ପ୍ରଶଂସା ସହ ଧନ୍ୟବାଦ ଜ୍ଞାପନ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories