ନୂଆଦିଲ୍ଲୀ : ଏଲଜିର ନୂତନ ସ୍ମାର୍ଟଫୋନ୍ କେ୯୨ ୫ଜିର ବଜାର ପ୍ରବେଶ ହୋଇଛି। ଏହା ଏଲଜିର ୫ଜି ସ୍ମାର୍ଟଫୋନ୍। ଏଥିରେ ସ୍ନାପଡ୍ରାଗନ୍ ୬୯୦ ସଞ୍ଚାଳକ, ୬ ଜିବି ରାମ ଓ ୧୨୮ ଜିବି ଷ୍ଟୋରେଜ୍ ରହିଛି। ଫୋନରେ ଏକ କ୍ୱାଡ କ୍ୟାମେରା ସେଟଅପ୍ ଅଛି। ଯେଉଁଥିରେ ମୁଖ୍ୟ କ୍ୟାମେରା ହେଉଛି ୬୪ ମେଗାପିକ୍ସେଲ ଲେନ୍ସ। ଏଥିରେ ଫିଙ୍ଗର ପ୍ରିଣ୍ଟ୍ ସେନ୍ସର ଦିଆଯାଇଛି।
ଏଲଜି କେ୯୨ ୫-ଜି ସ୍ମାର୍ଟଫୋନର ମୂଲ୍ୟ ୩୫୯ ଡଲାର ଅର୍ଥାତ୍ ପ୍ରାୟ ୨୬ହଜାର ୬୦୦ ଟଙ୍କା ରହିଛି। ଭାରତରେ ଏହି ଫୋନର ଲଞ୍ଚ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳିନାହିଁ। ଏଥିରେ ୬.୭ ଇଞ୍ଚ ଫୁଲ୍ ଏଚଡି ପ୍ଲସ୍ ଡିସପ୍ଲେ ଏବଂ ଆଣ୍ଡ୍ରଏଡ୍ ୧୦ ରହିଛି। ଏହା ବ୍ୟତୀତ, ଏଲଜିର ସ୍ମାର୍ଟଫୋନରେ କ୍ୱାଲାକମର ସ୍ନାପଡ୍ରାଗନ୍ ୬୯୦ ପ୍ରୋସେସର୍, ୬ ଜିବି ରାମ୍ ଏବଂ ୧୨୮ ଜିବି ଷ୍ଟୋରେଜ୍ ମିଳିବ। ଯାହା ମେମୋରୀ କାର୍ଡ ସାହାଯ୍ୟରେ ୨ ଟିବିକୁ ବୃଦ୍ଧି କରାଯାଇପାରିବ।
୬୪ ମେଗାପିକ୍ସେଲ କ୍ୟାମେରା ସହ ଏଲଜି କେ୯୨ ୫-ଜି ସ୍ମାର୍ଟଫୋନର ବଜାର ପ୍ରବେଶ
Popular Categories



