www.samajalive.in
Tuesday, December 9, 2025
17.1 C
Bhubaneswar

କଂଗ୍ରେସ ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିିଁ : ଧର୍ମେନ୍ଦ୍ର ପ୍ରଧାନ

ବିହାର/ଭୁବନେଶ୍ୱର : କଂଗ୍ରେସର ଶାସନ କାଳରେ ବିହାରର ତିଳେମାତ୍ର ବିକାଶ ହୋଇନାହିଁ ବୋଲି ଗୁରୁବାର ବିହାରର ବିଭିନ୍ନ ସ୍ଥାନରେ ନିଜର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର କରିବା ଅବସରରେ କହିଛନ୍ତି କେନ୍ଦ୍ର ତୈଳ ଓ ପ୍ରାକୃତିକ ବାସ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ବିହାରର ତରୈୟା, ମଧୁବନ, ରୋସଡା ଓ ପିପରାର ବିଭିନ୍ନ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିବା ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ବିହାରର ଜନତା ସଚେତନ ଅଛନ୍ତି। ଦେଶ ଏବଂ ବିହାରକୁ ନିଜର ଜାଗୀର ଭାବୁଥିବା ଜଙ୍ଗଲରାଜର ଯୁବରାଜ ଏବଂ କଂଗ୍ରେସର ଯୁବରାଜ ବିହାରରେ ନିର୍ବାଚନ ପ୍ରଚାର କରୁଛନ୍ତି। ତେବେ ବିହାରବାସୀ ଜଙ୍ଗଲରାଜ ନୁହେଁ ବରଂ ମୋଦୀ ଓ ନୀତିଶଙ୍କ ପରି ଏକ ମଜବୁତ୍‍ ଓ ପ୍ରଗତିଶୀଳ ସରକାର ଚାହୁଁଛନ୍ତି।
କଂଗ୍ରେସ ଶାସନ କାଳରେ ଯଦି ବିହାରର ତିଳେମାତ୍ର ବିକାଶ ହୋଇଥାନ୍ତା ତେବେ ଆଜିର ସମୟରେ ବିହାର ଏବଂ ଏଠାକାର ଯୁବକମାନେ ବହୁତ ଆଗରେ ରହିଥାନ୍ତେ। କଂଗ୍ରେସ ଦଳର ଯୁବରାଜଙ୍କ ମନରେ କଷ୍ଟ ହେଉଛି ଯେ କିଭଳି ଜଣେ ଚା’ ବିକ୍ରି କରୁଥିବା ଦେଶର ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ରହିଲେ ଏବଂ ବିହାରର ଜଣେ ଚାଷୀର ପୁଅ କିଭଳି ମୁଖ୍ୟମନ୍ତ୍ରୀ ହେଲେ। ଜଙ୍ଗଲରାଜକୁ ସମ୍ପୂର୍ଣ୍ଣ ଭାବରେ ସମାପ୍ତ କରିବା ପାଇଁ ବିହାରବାସୀ ଭୋଟ ମାଧ୍ୟମରେ ଜବାବ ଦେବେ ବୋଲି ସେ କହିଛନ୍ତି।
ବିହାରରେ କଳା, ସଂସ୍କୃତି ଏବଂ କୃଷିର ଅପାର ସମ୍ଭାବନା ରହିଛି। ବିହାର ସମେତ ଦେଶର ଚାଷୀ ମାନଙ୍କ ଆୟକୁ ଦୁଇ ଗୁଣା କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ନିବେଶ ଆଧାରିତ କୃଷି ପାଇଁ ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷି କ୍ଷେତ୍ରରେ ସଂସ୍କାର ଆଣିଛନ୍ତି। କରୋନା ସମୟରେ ମୋଦୀ ସରକାର ସାଧାରଣ ଜନତାଙ୍କ ଯଥା ସମ୍ଭବ ସାହାଯ୍ୟ କରିଛନ୍ତି। ମୋଦି ସରକାରଙ୍କ ଦ୍ୱାରା ନିକଟରେ ଅଣାଯାଇଥିବା କୃଷି ସଂସ୍କାର ଅଥବା ଏଫପିଓ କାରଣରୁ ଚାଷୀମାନେ ବିଶ୍ୱର ଯେକୌଣସି ସ୍ଥାନରେ ନିଜର ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବା ପାଇଁ ସମର୍ଥ ହେବେ। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ସଂରକ୍ଷଣ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧ ଲକ୍ଷ କୋଟି ଟଙ୍କାର କୃଷି ଭିତିଭୂମି ପାଣ୍ଠି ଗଠନ କରାଯାଇଛି। ଆଜି ମଧ୍ୟ କୃଷକଙ୍କ ଲାଭ ପାଇଁ ଇଥାନଲର ପ୍ରକ୍ରିୟାକରଣ ମୂଲ୍ୟକୁ ବୃଦ୍ଧି କରାଯାଇଛି ବୋଲି ସେ କହିଛନ୍ତି।
ବିହାରର ବିକାଶ ପାଇଁ ଏଠାରେ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଛି । ଏହି ନିର୍ବାଚନ ପ୍ରଚାର ଅବସରରେ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories