www.samajalive.in
Monday, December 8, 2025
27.1 C
Bhubaneswar

ନଭେମ୍ବର ୨ରୁ ଖୋଲିବ ଭୁବନେଶ୍ବର ଏମ୍‌ସ ଓପିଡି

ଭୁବନେଶ୍ବର: ସ୍ବାସ୍ଥ୍ୟ ସେବା ପ୍ରଦାନ କ୍ଷେତ୍ରରେ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ) କେନ୍ଦ୍ର ସରକାରଙ୍କ ପ୍ରମୁଖ ହସ୍‌ପିଟାଲ୍‌ ଭାବେ ଓଡ଼ିଶାରେ କାର୍ଯ୍ୟ କରୁଛି। କରୋନା କଟକଣା ଯୋଗୁ ଗତ ଜୁଲାଇ ୧୦ରୁ ଭୁବନେଶ୍ବର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍‌ସ)ର ସବୁ ବିଭାଗ ଓପିଡି ବନ୍ଦ ରହିଥିଲା। ଏହି ସମୟରେ ଏମ୍‌ସ ପକ୍ଷରୁ ଡେ’କେୟାର୍‌ ସର୍ଭିସ୍‌ ପ୍ରଦାନ କରୁଥିବା ରେଡିଓଥେରାପି, ଡାଇଲିସିସ୍‌, ଟ୍ରମା, ଆଇପିଡି ସର୍ଭିସ ଏବଂ ଜରୁରୀକାଳିନ ଓ ଜୀବନ ବଞ୍ଚାଇବା ଅସ୍ତ୍ରପୋଚାର ଜାରି ରଖାଯାଇଥିଲା। ସେହିପରି ଟେଲିମେଡ଼ିସିନ୍‌ ପରାମର୍ଶ ସେବା ଏବଂ ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ୍‌ କାର୍ଯ୍ୟକରୀ କରାଯାଇଥିଲା, ଯାହା ରୋଗୀମାନଙ୍କ ପାଇଁ ବରଦାନ ସଦୃଶ ସାବ୍ୟସ୍ତ ହୋଇଥିଲା। ତେବେ ପ୍ରତିଦିନ ଏମ୍‌ସ ଓପିଡି ଖୋଲିବା ପାଇଁ ଜନସାଧାରଣ, ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ନିରନ୍ତର ଦାବି କରି ଆସୁଥିଲେ। ଜନସାଧାରଣଙ୍କ ଦାବି ସମେତ ରୋଗୀଙ୍କ ଆବଶ୍ୟକତା ଓ ଚାହିଦାକୁ ଦୃଷ୍ଟିରେ ରଖି ଆସନ୍ତା ନଭେମ୍ବର ୨ରୁ ଭୁବନେଶ୍ବର ଏମ୍‌ସ ଓପିଡି ସର୍ଭିସ୍‌ ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ସବୁ ବିଭାଗରେ କେବଳ ୩୦ଜଣ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ପଞ୍ଜୀକରଣ କରାଯିବ। ଏହି କଟକଣା ନଭେମ୍ବର ୧୦ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏହାପରେ ନଭେମ୍ବର ୯ରୁ ଏହି ସଂଖ୍ୟା ୫୦କୁ ବୃଦ୍ଧି କରାଯିବ। ସବୁ ବିଭାଗରେ ଦିନକୁ ୫୦ ପର୍ଯ୍ୟନ୍ତ ରୋଗୀ ଚିକିତ୍ସା ସେବା ପାଇବା ପାଇଁ ନାମ ପଞ୍ଜୀକରଣ କରିପାରିବେ। ଏହାପରେ ପରିସ୍ଥିତି ଅନୁଧ୍ୟାନ କରାଯାଇ ଚିକିତ୍ସା ସେବା ପାଇବା ପାଇଁ ରୋଗୀଙ୍କ ପଞ୍ଜୀକରଣ ସଂଖ୍ୟା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ। ତେବେ ‘ଏମ୍‌ସ ଭୁବନେଶ୍ବର ସ୍ବାସ୍ଥ୍ୟ’ ଆପ୍‌ ଏବଂ ଟେଲିମେଡ଼ିସିନ୍‌(ହ୍ବାଟ୍‌ସଆପ୍ କଲ୍‌) ଜରିଆରେ ରୋଗୀଙ୍କ ରୁଟିନ୍‌ ଚେକ୍‌ଅପ୍‌ କରାଯିବ। ୧୪ଟି ଏମ୍‌ଓଟି ସହିତ ଆଇପିଡି ବୋ ନଭେମ୍ବର ୨ରୁ କାର୍ଯ୍ୟକାରୀ କରାଯିବ ବୋଲି ମେଡ଼ିକାଲ୍‌ ସୁପରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories