www.samajalive.in
Thursday, December 11, 2025
27.1 C
Bhubaneswar

ଭାରତ-ଆମେରିକା ଡାକ ସେବା ଚୁକ୍ତିନାମା ସ୍ଵାକ୍ଷରିତ, ସହଜ ହେବ ବୈଦୁତିକ ତଥ୍ୟ ବିନିମୟ

ଭାରତୀୟ ଡାକ ବିଭାଗ ଏବଂ ଆମେରିକା ଡାକସେବା ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହା ଫଳରେ ଦୁଇ ଦେଶ ମଧ୍ୟରେ ସହଜରେ ଇଲେକଟ୍ରୋନିକ ତଥ୍ୟ ଆଦାନପ୍ରଦାନ ହୋଇପାରିବ। ଏହି ବ୍ୟବସ୍ଥା ଫଳରେ ବିଶେଷ ଭାବରେ କୌଣସି ଅନ୍ତର୍ଜାତୀୟ ଡାକ ସାମଗ୍ରୀ ପହଂଚିବା ପୂର୍ବରୁ ସେହି ଡାକ ସାମଗ୍ରୀର ବୈଦୁତିକ ତଥ୍ୟ ପଠାଇବା ଓ ଗ୍ରହଣ କରିବା ସମ୍ଭବ ହୋଇପାରିବ। ତେଣୁ ଉପଭୋକ୍ତା ଅନ୍ତର୍ଜାତୀୟ ଡାକ ସାମଗ୍ରୀ ପାଇବା ପୂର୍ବରୁ କ୍ଲିୟରାନ୍ସ ମିଳିପାରିବ।

ଏହି ଚୁକ୍ତିରେ ଭାରତ ପକ୍ଷରୁ ଡାକ ବିଭାଗର ଉପମହାନିର୍ଦ୍ଦେଶକ ପ୍ରଣୟ ଶର୍ମା ଏବଂ ଆମେରିକା ଡାକ ବିଭାଗ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ ରବର୍ଟ ଏଚ୍ ରେନ୍ସ ଜୁନିଅର ସ୍ଵାକ୍ଷର କରିଛନ୍ତି। ଡାକ ମାଧ୍ୟମରେ ସାମଗ୍ରୀ ଆଦାନପ୍ରଦାନ କ୍ଷେତ୍ରରେ ଭାରତ ପାଇଁ ଆମେରିକା ହେଉଛି ସର୍ବୋଚ୍ଚ ରପ୍ତାନୀକାରୀ ଦେଶ। ୨୦୧୯ରେ ୨୦ ପ୍ରତିଶତ ଇଏମଏସ ଓ ୩୦ ପ୍ରତିଶତ ଚିଠି ଓ ପାର୍ସଲ ଭାରତରୁ ପଠାଯାଇଥିବା ବେଳେ ଅଶେହିଁ ସମୟ ମଧ୍ୟରେ ଆମେରିକାରୁ ୬୦ ପ୍ରତିଶତ ପାର୍ସଲ ଆସିଥିବା ସୂଚନା ମିଳିଛି।

- Advertisement -

ଚୁକ୍ତିନାମା ଅନୁଯାୟୀ ଆଗୁଆ ବୈଡୁତ୍କ ତଥ୍ୟ ବିନିମୟ ଉଭୟ ଦେଶର ପାରସ୍ପରିକ ବାଣିଜ୍ୟକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଭାରତରୁ ଏମଏସଏମଇ ଉତ୍ପାଦ, ରତ୍ନ ଏବଂ ଅଳଙ୍କାର, ଫାର୍ମାସ୍ୟୁଟିକାଲ୍ସ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦର ଆମେରିକା ହେଉଛି ଏକ ପ୍ରମୁଖ ଗନ୍ତବ୍ୟସ୍ଥଳ। ରପ୍ତାନି ସାମଗ୍ରୀର କଷ୍ଟମ୍ସ କ୍ଲିୟରାନ୍ସକୁ ତ୍ୱରାନ୍ୱିତ କରିବା ପାଇଁ ଏହା ରପ୍ତାନି ଶିଳ୍ପର ଏକ ପ୍ରମୁଖ ଚାହିଦା ପୂରଣ କରିବ।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories