www.samajalive.in
Tuesday, December 9, 2025
17.1 C
Bhubaneswar

ମଲ୍ଲିପଶିର ମହକ ଜସ୍ମିନ….

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ମୂଷାଖୋରି ପଞ୍ଚାୟତ ମଲ୍ଲିପଶି ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ଜଗଦୀଶ ରଣାଙ୍କ ଏକ ମାତ୍ର କନ୍ୟା ତଥା ଜଣେ ମେଧାବୀ ଛାତ୍ରୀ ଜସ୍ମିନ ରଣାଙ୍କ କଣ୍ଠର ଯାଦୁ ଏବେ ସୁଦୁର ପ୍ରସାରୀ ହେବାକୁ ଯାଉଛି । ଜସ୍ମିନଙ୍କ ନାମ ଯେପରି ତାଙ୍କ କଣ୍ଠ ମଧ୍ୟ ସେହିପରି ହୋଇଥିବାରୁ ଏବେ ମଲ୍ଲିପଶିର ମହକ ଟିଭି ଜରିଆରେ ଘରେ ଘରେ ପହଞ୍ଚିବ ବୋଲି ଗ୍ରାମବାସୀ ମତ ବ୍ୟକ୍ତ କରିଛନ୍ତି । ଦଶମ ପାସ ପରେ ଜସ୍ମିନ ଏବେ ଘଟଗାଁ ବ୍ଲକ ଢେଙ୍କିକୋଟ ଓଡିଶା ଆଦର୍ଶ ବିଦ୍ୟାଳୟରେ +୨ ବିଜ୍ଞାନ ଏକାଦଶ ଶ୍ରେଣୀରେ ନାମ ଲେଖାଇଛନ୍ତି । ଜସ୍ମିନଙ୍କ ସୁଲଳିତ କଣ୍ଠକୁ ଓଡ଼ିଶାର ଜଣାଶୁଣା ସଙ୍ଗୀତକାର ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ସ୍ବୀକୃତି ଜଣାଇବା ସହ ଆଜି ଜସ୍ମିନଙ୍କର କଣ୍ଠରେ ଏକ ଗୀତ “ମିଲେ ହୋ ତୁମ ହମକୋ” ଗୀତକୁ ତରଙ୍ଗ ଷ୍ଟଡିଓ ରେ ରେକର୍ଡିଂ କରିଛନ୍ତି । ଯାହାକୁ ନେଇ ମଲ୍ଲିପଶିରେ ଖୁସିର ଲହରି ଖେଳିଯାଇଛି । ବଣମଲ୍ଲି ବଣରେ ଫୁଟି ଝଡିଯାଏ ବୋଲି ଯେଉଁ ପ୍ରବାଦ ଥିଲା ତାହା ଜସ୍ମିନ୍ ଙ୍କ କ୍ଷେତ୍ରରେ ଅର୍ଥହୀନ ହୋଇପଡିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories