www.samajalive.in
Monday, December 8, 2025
27.1 C
Bhubaneswar

ଫାରୁକ୍ ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କର ଭାରତରେ ରହିବାର ଅଧିକାର ନାହିଁ: କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ

ନୂଆଦିଲ୍ଲୀ:  ପିଡିପି ମୁଖ୍ୟ ମେହବୁବା ମୁଫତି ଏବଂ ନେସନାଲ କନଫରେନ୍ସ ମୁଖ୍ୟ ଫାରୁକ୍ ଅବଦୁଲ୍ଲା ଧାରା ୩୭୦ ଏବଂ ଭାରତୀୟ ଜାତୀୟ ପତାକା ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଜାତୀୟ ରାଜନୀତି ସରଗରମ । ଏହି ସ୍ଥିତିରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଉଭୟ ମେହବୁବା ମୁଫତି ଏବଂ ଫାରୁକ୍ ଅବଦୁଲ୍ଲାଙ୍କ ବିରୋଧ​‌ରେ କଟୁ ଟିପ୍ପଣୀ ଦେଇଛନ୍ତି । ଉଭୟଙ୍କର ଭାରତରେ ରହିବାର କୌଣସି ଅଧିକାର ନାହିଁ, ବରଂ ସେମାନେ ତୁରନ୍ତ ପାକିସ୍ଥାନ ଚାଲିଯାଆନ୍ତୁ ।

କେଇଦିନ ଦଳେ  ମେହବୁବା ଜାମ୍ମୁ କାଶ୍ମୀରରେ ସମ୍ବିଧାନରେ ହୋଇଥିବା ପରିବର୍ତ୍ତନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ସେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କିମ୍ବା ଭାରତୀୟ ଜାତୀୟ ପତାକା ଧରିବେ ନାହିଁ ବୋଲି କହିଥିଲେ । ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ମେହବୁବା ମୁଫତି ଏବଂ ଫାରୁକ୍ ଅବଦୁଲ୍ଲାଙ୍କର ଭାରତରେ ରହିବାର ଅଧିକାର ନାହିଁ। ସେମାନଙ୍କ ମଧ୍ୟରୁ ଜଣେ  ଚୀନ୍ ସାହାଯ୍ୟରେ ଆମେ ଧାରା ୩୭୦ ପୁନଃସ୍ଥାପନ କରିବାକୁ କହୁଥିବାବେଳେ ଆଉ ଜଣେ ଭାରତୀୟ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି । ଭାରତ ସୀମା ଅତିକ୍ରମ କରିବାକୁ ଚୀନ ବାରମ୍ବାର ଚେଷ୍ଟା କରୁଛି, ପାକିସ୍ଥାନ ଭାରତରେ ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରୁଛି । ଏହି ସ୍ଥିତିରେ ଉଭୟ ଦେଶବାସୀ ଓ ଆନ୍ତର୍ଜାତୀୟ ସମୁଦାୟକୁ କି ବାର୍ତା ଦେବାକୁ ଚେଷ୍ଟା କରୁଛନ୍ତି ତାହା ସମସ୍ତେ ଅନୁଭବ କରି ପାରୁଥିବେ ବୋଲି ଶ୍ରୀ ଯୋଶୀ କହିଛନ୍ତି ।

- Advertisement -

ଶ୍ରୀ ଯୋଶୀଙ୍କ ପୂର୍ବରୁ  ଗୁଜୁରାଟର ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ  ମଧ୍ୟ ମେହେବୁବା ଓ ଫାରୁକଙ୍କୁ ସମାଲୋଚନା କରିଛନ୍ତି । ସେ  କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂଦେଶର ସୁରକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA) ଆଣିଥିଲେ ଏବଂ ସେ ଧାରା ୩୭୦ ର ବ୍ୟବସ୍ଥାକୁ ରଦ୍ଦ କରିଦେଇଥିଲେ। ମେହବୁବା ଗତ ଦୁଇ ଦିନ ଧରି ବିଭ୍ରାନ୍ତ ମୂଳକ ବିବୃତି ପ୍ରଦାନ କରୁଛନ୍ତି । ସେ ନିଜ ପରିବାର ସହିତ କରାଚି ଯିବା ଉଚିତ୍। ଏହା ସମସ୍ତଙ୍କ ପାଇଁ ଭଲ ହେବ ବୋଲି ନୀତିନ କହିଛନ୍ତି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories