www.samajalive.in
Monday, December 8, 2025
27.1 C
Bhubaneswar

ସୁନ୍ଦର ପ୍ରାକୃତିକ ପରିବେଶ ୟାନା

ମାବଲିନାଁଗ୍ନ –
ମେଘାଳୟର ପୂର୍ବ ଭାଗରେ ଘେରି ରହିଥିବା ପାହାଡ଼ ନିକଟରେ ଥିବା ଏହି ଗ୍ରାମ ଖୁବ ସୁନ୍ଦର। ପ୍ରାୟ ୨୦୦୩ରେ ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାବେ ଏହାକୁ ଆଖ୍ୟା ମିଳିଥିଲା। ଶିଲଙ୍ଗ ଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏହା ଅବସ୍ଥିତ। ଏଠାରେ ଥିବା ଘରର ଗୁଡ଼ିକୁ ବାଉଁଶକୁ ବ୍ୟବହାର କରି ବିଭିନ୍ନ ଢଙ୍ଗରେ ସଜାଯାଏ। ଏଠାକୁ ଆସିଲେ ଆପଣ ସୁନ୍ଦର ଶସ୍ୟଶ୍ୟାମଳା ପରିବେଶ ସହ ସ୍ୱଚ୍ଛ ବାତାବରଣ ପାଇପାରିବେ।
ୟାନା –
କର୍ଣ୍ଣାଟକର ଏହି ରହସ୍ୟମୟ ଗାଁ ବିଷୟରେ ଖୁବ କମ ଲୋକେ ଜାଣିଥିବେ। ସୁନ୍ଦର ପ୍ରାକୃତିକ ପରିବେଶ ମଧ୍ୟରେ ଏକ ପାହାଡ଼ରେ ଏହି ଗାଁ ଅବସ୍ଥିତ। ବଛା ପଥରରେ ଉଚ୍ଚ ପାହାଡରେ ମଧ୍ୟରେ ଏକ ଶିବଲିଙ୍ଗ ଓ ଦେବୀ ପାର୍ବତୀଙ୍କ ମୂର୍ତ୍ତୀ ମଧ୍ୟ ରହିଛି। ଏହି ସ୍ଥାନ ତୀର୍ଥଯାତ୍ରୀ, ପ୍ରକୃତି ପ୍ରେମୀ ସଭିଁଙ୍କୁ ବେଶ ପସନ୍ଦ। ତେଣୁ ପ୍ରତିବର୍ଷ ଏଠାରେ ବହୁଳ ପରିମାଣରେ ଜନସମାଗମ ଦେଖିବାକୁ ମିଳିଥାଏ।
ମାଜୁଲୀ –
ବ୍ରହ୍ମପୁତ୍ର ନଦୀ ନିକଟରେ ଥିବା ଏହି ସ୍ଥାନର ସୌନ୍ଦର୍ୟ୍ୟ ସଭିଁଙ୍କୁ ବେଶ ଆକର୍ଷଣ କରେ। ଏହି ସ୍ଥାନର କେତେକ ସ୍ୱତନ୍ତ୍ରତା ଯେପରି ହାତୀ ମହୌତ୍ସବ, ମାଜୁଲୀ ଓ ଅସମ ଚା’ ମହୌତ୍ସବ ଆଦିକୁ ଦେଖିବା ପାଇଁ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୋଇଥାଏ।
ଇଡ଼ୁକ୍କୀ –
କେରଳରେ ଥିବା ଇଡ଼ୁକ୍କୀ ଗାଁ ନିଜର ପ୍ରାକୃତିକ ସୁନ୍ଦରତା ଓ ଶାନ୍ତ ପରିବେଶ କାରଣରୁ ସଭିଁଙ୍କୁ ବେଶ ଆକର୍ଷଣ କରେ। ଗାଁର ଚାରିପାଖରେ ଥିବା ପାହାଡ଼ ଦୃଶ୍ୟ ମନରେ ରୋମାଞ୍ଚ ସୃଷ୍ଟି କରେ। ପ୍ରକୃତି ପ୍ରେମୀଙ୍କ ପାଇଁ ଏହି ସ୍ଥାନ ସ୍ୱର୍ଗ ଅଟେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories