www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରେମ ସମ୍ପର୍କକୁ ନେଇ ଯୁବକଙ୍କୁ ନିର୍ମମ ହତ୍ୟା

ଧର୍ମଗଡ଼: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ଥାନା ଅନ୍ତର୍ଗତ ଗଏନ୍ଦିମୁଣ୍ଡା ଗାଁରେ ଯୁବକଙ୍କୁ ନିର୍ମମ ହତ୍ୟା କରାଯାଇଛି । ପ୍ରେମ ସଂପର୍କକୁ ନେଇ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଗତକାଲି ଖଲିଆକାନୀ ଗାଁର ଦିଲିପ ମେହେର ନିଜର ସାଙ୍ଗ ଲୋକନାଥଙ୍କ ସହ ଗଏନ୍ଦିମୁଣ୍ଡା ଯାଇଥିଲେ । ସେଠାରେ ଝିଅର ପରିବାର ଲୋକ ସେମାନଙ୍କୁ ଘେରାଉ କରିଥିଲେ । ଘଟଣାସ୍ଥଳରେ ଉତ୍ତେଜନା ହେବାରୁ ତାଙ୍କ ସାଙ୍ଗ ସେଠାରୁ ଖସି ଯାଇଥିଲେ ଓ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ପରିବାର ଲୋକ ଦିଲିପକୁ ଖୋଜାଖୋଜି କରିବା ବେଳେ ଗାଁ ମୁଣ୍ଡରେ ତାଙ୍କ ରକ୍ତ ଜୁଡୁବୁଡୁ ଶବ ପଡିଥିବା ଦେଖି ଗୋଲାମୁଣ୍ଡା ପୁଲିସକୁ ଖବର ଦେଇଥିଲେ ।

ଏହାଏକ ହତ୍ୟାକାଣ୍ଡ ଵୋଲି ପରିବାର ଲୋକ ଗୋଲାମୁଣ୍ଡା ଥାନାରେ ଅଭିଯୋଗ କରିବାପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ପ୍ରେମ ସମ୍ପର୍କ ରୁ ହୋଇ ଥିବା ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲେ । ବର୍ତ୍ତମାନ ପୁଲିସ ଝିଅ , ଝିଅର ବାପା, ମାଆ ଓ ଭାଇ କୁ ଅଟକ ରଖି ସାଇଣ୍ଟିଫିକ୍‌ ଟିମ୍ ଡକାଇ ପୁଲିସ ତଦନ୍ତ କରୁଥିବା ଜଣାପଡିଛି।

- Advertisement -

ସୂଚନାଅନୁସାରେ ଗଏନ୍ଦିମୁଣ୍ଡା ଗାଁ ର ଦ୍ରୌଣ ବଗର୍ତ୍ତିଙ୍କ ଝିଅ ଅନିତା (ଛଦ୍ମନାମ) କୁ ଦିଲୀପ ମେହେର ଦୀର୍ଘ ଦିନ ହେବ ପ୍ରେମ କରୁଥିଲେ ଓ ତାଙ୍କୁ ମୋବାଇଲ ଦେଇ ତାଙ୍କ ସହ କଥା ମଧ୍ୟ ହେଉଥିଲେ। ହେଲେ ଗତକାଲି ଦୁଇ ସାଙ୍ଗ ମୋବାଇଲ୍ ଆଣି ବାକୁ ଯାଇ ଥିବା ଏହି ଘଟଣା ଘଟି ଥିଲା ବୋଲି ପ୍ରତ୍ୟକ୍ଷ ଦର୍ଶୀଙ୍କ କହିଛନ୍ତି । ଅନ୍ୟ ପଟେ ପ୍ରେମ ସମ୍ପର୍କକୁ ନେଇ ନିଜ ଭାଇକୁ ହତ୍ୟା କରାଯାଇଥି ବା କହିଛନ୍ତି ମୃତକଙ୍କ ଭାଇ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories