www.samajalive.in
Monday, December 8, 2025
20.1 C
Bhubaneswar

ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା – ୨ ମୃତ, ୬ ଗୁରୁତର

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନା କଳିଙ୍ଗିଆ -ଉଦୟଗିରି ରାସ୍ତାର ରାଇପଦା ଗ୍ରାମ ନିକଟ ବୁଲାଣି ରାସ୍ତାରେ ଦୁଇ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରମାନଙ୍କୁ ପ୍ରଥମେ ଜି. ଉଦୟଗିରି ମେଡିକାଲ ନେବା ପରେ ସେଠାରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣା ସ୍ଥଳରେ ଜି. ଉଦୟଗିରି ପୁଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଛନ୍ତି।

ସୂଚନା ଅନୁସାରେ ଦୁଇ ମୃତକଙ୍କ ସମେତ ସମସ୍ତ ଗୁରୁତରମାନେ ଟିକାବାଲି ଅଞ୍ଚଳର ବୋଲି ଜଣାପଡ଼ିଛି। ମୃତକ ଦୁଇ ଜଣଙ୍କ ନାମ ପଞ୍ଚକ୍ଷ ସାହୁ ଏବଂ ସୁବାଷ ଚନ୍ଦ୍ର ବେହେରା ବୋଲି ଜଣାପଡ଼ିଛି। ତେବେ କେଉଁ କାରଣ ପାଇଁ ଦୁର୍ଘଟଣା ଘଟିଛି ସେ ନେଇ ସ୍ପଷ୍ଟ ଭାବେ କିଛି ଜଣାପଡ଼ିନାହିଁ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories