www.samajalive.in
Tuesday, December 9, 2025
16.1 C
Bhubaneswar

କୋଭିଡ ଯୁଦ୍ଧରେ ହାରିଗଲେ ବିଜ୍ଞାନ ଶିକ୍ଷକ

ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ମହାନ୍ତ (୪୩) କୋଭିଡ ଯୁଦ୍ଧରେ ହାରିଯାଇଛନ୍ତିl କେନ୍ଦୁଝର କୋଭିଡ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଛିl ଆଦର୍ଶ ଶିକ୍ଷକ ସନ୍ତୋଷଙ୍କର ମୃତ୍ୟୁ ଖବର ପାଇ ଠାକୁରମୁଣ୍ଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିl ତାଙ୍କ ମୃତ୍ୟୁ ଖବର ପାଇ ସହକର୍ମୀ ଶିକ୍ଷକ ଓ ପରିବାର ଆତ୍ମୀୟ ସ୍ୱଜନ ଶେଷ କୃତ୍ୟରେ ଉପସ୍ଥିତ ହୋଇଥିଲେl ସେ ୨୦୦୮ ମସିହାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପରିଚାଳିତ ରାଉତାଳିପାଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରୁ ତାଙ୍କର ଚାକିରୀ ଜୀବନ ଆରମ୍ଭ କରି ୨୦୧୭ରେ ଠାକୁରମୁଣ୍ଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଯୋଗ ଦେଇଥିଲେl

ସେ ଖୁବ ଶୀଘ୍ର ଛାତ୍ରୀ, ସହଯୋଗୀ ଶିକ୍ଷକ ଓ ଅଭିଭାବକ ମହଲରେ ଜଣେ ଲୋକପ୍ରିୟ ଶିକ୍ଷକ ଭାବେ ଖ୍ୟାତି ଅର୍ଜନ କରିଥିଲେl ସେ ଅବସରପ୍ରାପ୍ତ ଶିକ୍ଷକ ଗୋବିନ୍ଦ ମହାନ୍ତଙ୍କ ଏକମାତ୍ର ପୁତ୍ରl ଏପରି ଜଣେ ଦକ୍ଷ ଓ ଆଦର୍ଶ ଶିକ୍ଷକଙ୍କୁ ହରାଇ ଠାକୁରମୁଣ୍ଡା ଅଂଚଳରେ ଗଭୀର ଶୋକ ପ୍ରକାଶ ପାଇଛିl

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories