www.samajalive.in
Monday, December 8, 2025
27.1 C
Bhubaneswar

ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ : ଦିଲ୍ଲୀ ବିପକ୍ଷରେ ୫୯ ରନ୍‌ରେ କେକେଆରର ବୃହତ ବିଜୟ

ଦୁବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୪୨ ତମ ମ୍ୟାଚରେ କଲକାତା ନାଇଟ ରାଇଡର୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁକାବିଲା ହୋଇଥିଲା। ଏହି ମ୍ୟାଚରେ କେକେଆର ବିପକ୍ଷରେ ୧୯୫ ରନ୍‌ର ବଜିୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ଦିଲ୍ଲୀ ୫୯ ରନରେ ପରାଜିତ ହୋଇଛି। ଦିଲ୍ଲୀ କ୍ୟାପଟେନ ଶ୍ରେୟସ ଆୟର ଟସ ଜିତି ପ୍ରଥମ ବୋଲିଂ ନିଷ୍ପତ୍ତି ନେଇଥିଲେ ଯାହା ଫଳରେ ପ୍ରଥମେ ବ୍ୟାଟିଂ କରିଥିଲା କଲକାତା ନାଇଟ ରାଇଡର୍ସ। ପ୍ରଥମେ ବ୍ୟାଟିଂ ବପର୍ଯ୍ୟୟର ସମ୍ମୁଖୀନ ହୋଇଥିଲେ ମଧ୍ୟ ବଡ ସ୍କୋର କରିବାରେ ସଫଳ ହୋଇଥିଲା କେକେଆର। ୨୦ ଓଭରର ଖେଳି କେକେଆର ୬ ୱିକେଟ ହରାଇ ୧୯୪ ରନ୍‌ କରିଥିଲା। ଅଷ୍ଟମ ଓଭରରେ ୪୨ ରନରେ ୩ ୱିକେଟ ହରାଇ ସାରିଥିବା କେକେଆରକୁ ଏକ ବିଶାଳ ସ୍କୋର ଆଡକୁ ଆଗେଇ ନେଇଥିଲେ ନୀତିଶ ରାଣା ଓ ସୁନୀଲ ନାରିନ। ସୁନୀଲ ନାରିନ ଏକ ବିସ୍ପୋରକ ପାଳି ଖେଳି ୩୨ ବଲରେ ୬୪ ରନ କରି ଆଉଟ ହୋଇଥିଲେ। ସେହିପରି ନୀତିଶ ରାଣା ୫୩ ବଲରୁ ୮୧ ରନ କରି ଶେଷ ଓଭରରେ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଅନ୍ୟପଟେ ଶ୍ରେୟସ ଆୟାରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ୧୯୫ ରନ୍‌ର ବିଜୟ ଳକ୍ଷ୍ୟ ନେଇ ପଡିଆକୁ ଓହ୍ଳାଇଥିଲେ ମଧ୍ୟ ପ୍ରଥମ ବଲରେ ଓପନର ଅଜିଙ୍କେ ରାହେଣେ ଆଉଟ ହୋଇଥିଲେ। ଏହାପରେ ଇନଫର୍ମ ବ୍ୟାଟ୍ସମ୍ୟାନ ଧାୱନ ଓ ଅଧିନାୟକ ଶ୍ରେୟସ ଆୟାର ଦଳକୁ ଆଗେଇ ନେଉଥିବା ବେଳେ ଦଳିୟ ସ୍କୋର ୧୩ ରନ ଥିବା ବେଳେ ଧାୱନ ବରୁଣ ଚକ୍ରବର୍ତ୍ତୀଙ୍କ ଶିକାର ହୋଇଥିଲେ।  ବରୁଣ ଚକ୍ରବର୍ତ୍ତୀଙ୍କ ଘାତକ ବୋଲିଂ ଆଗରେ ଦିଲ୍ଲୀ କ୍ୟାପିଟାଲ୍‌ସର ବ୍ୟାଟିଂ ଅର୍ଡର ଯେପରି ଭୁଷୁଡି ପଡିଥିଲା। ବରୁଣ ୪ ଓଭର ବୋଲିଂ କରି ମାତ୍ର ୨୦ ରନ ଦେଇ ୫ ୱିକେଟ ନେଇଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories