www.samajalive.in
Sunday, December 7, 2025
15.1 C
Bhubaneswar

ଜଗତସିଂହପୁର ପୂର୍ବତନ ଜିଲାପାଳ, ବାଲେଶ୍ଵର ତହସିଲଦାରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ବିଜେପିର ଫେରାଦ

ଭୁବନେଶ୍ୱର,: ବାଲେଶ୍ୱର ଉପନିର୍ବାଚନରେ ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ ଶାସକ ବିଜେଡି ବାରମ୍ବାର ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରୁଥିବାବେଳେ ଏବେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା କାର୍ଯ୍ୟରେ ଲାଗିପଡିଛନ୍ତି। ଖୋଦ୍‍ ସଦର ବ୍ଲକ ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମିଛ ତଥ୍ୟ ଦର୍ଶାଇ ଲୋକଙ୍କ ଠାରୁ ବିଜେଡି ସପକ୍ଷରେ ଭୋଟ ସଂଗ୍ରହ କରୁଛନ୍ତି। ଅନ୍ୟପଟେ ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ରିଟଣ୍ଣିଂ ଅଫିସର ବାଲେଶ୍ୱର ସଦରରେ ବିଜେଡିକୁ ଜିତାଇବାର ମଙ୍ଗ ଧରିଛନ୍ତି। ଏହା ବିରୁଦ୍ଧରେ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଅଭିଯୋଗ ଅନୁସାରେ ବାଲେଶ୍ୱର ସଦର ବ୍ଲକର ଏକ ନମ୍ବର ୱାର୍ଡର ମହିଳା ଭୋଟର ପ୍ରତିମା ନାୟକଙ୍କ ଠାରୁ ପ୍ରିଜାଇଡିଂ ଅଫିସର କରୋନା ଯୋଗୁଁ ନିୟମ ପରିବର୍ତନ ହୋଇଥିବା ଦର୍ଶାଇ ମିଥ୍ୟା ତଥ୍ୟ ରଖି ଭୋଟ ସଂଗ୍ରହ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ୮୦ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତି, ଦିବ୍ୟାଙ୍ଗ ଏବଂ କରୋନା ଆକ୍ରାନ୍ତଙ୍କୁ ପୋଷ୍ଟାଲ ବାଲାଟରେ ଭୋଟ ଦେବା ପାଇଁ ଅନୁମତି ରହିଛି। କିନ୍ତୁ ବାଲେଶ୍ୱର ସଦରରେ ଏହି ନିୟମର ଅପବ୍ୟବହାର କରି ତହସିଲଦାର ତଥା ପ୍ରିଜାଇଡିଂ ଅଫିସର ବିଜେଡି ସପକ୍ଷରେ ଭୋଟ ଆଦାୟ କରୁଛନ୍ତି। ପ୍ରିଜାଇଡିଂ ଅଫିସର ମହିଳା ଭୋଟର ପ୍ରତିମା ନାୟକକୁ ଦିବ୍ୟାଙ୍ଗ ଦର୍ଶାଇ ଭୋଟ ସଂଗ୍ରହ କରିଛନ୍ତି। ଏହା ଦ୍ୱାରା ପୋଷ୍ଟାଲ ବାଲାଟ ଭୋଟିଂ ଗାଇଡଲାଇନକୁ ଖୁଲମଖୁଲା ଉଲ୍ଲଘଂନ କରାଯାଇଛି। ଏହି ଘଟଣାରେ ନିର୍ବାଚନ ଅଧିକାରୀ ନିରପେକ୍ଷ ତଦନ୍ତ କରି ସଂପୃକ୍ତ ତହସିଲଦାରଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦେବା ସହ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଏହା ସହ ମହିଳା ଭୋଟର ପ୍ରତିମା ନାୟକଙ୍କୁ ପୁଣିଥରେ ନିଜ ମତ ସାବ୍ୟସ୍ତ କରିବା ପାଇଁ ସୁଯୋଗ ଦେବାକୁ ପ୍ରତିନିଧି ଦଳ ଦାବି କରିଛି।
ବାଲେଶ୍ୱର ଉପନିର୍ବାଚନରେ ପୋଷ୍ଟାଲ ବାଲାଟ ପାଇଁ ୮ ହଜାର ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଥିବାବେଳେ ଏବେ ଏହା କମି ୧୭୩୨ରେ ପହଂଚିଛି। ଏଥିରୁ ସ୍ପଷ୍ଟ ଯେ, ଶାସକ ଦଳ ଭୋଟ ହାତେଇବା ପାଇଁ ମିଥ୍ୟା ତାଲିକା ପ୍ରସ୍ତୁତ କରିଥିଲା। ଯେଉଁ ବୁଥ ଲେବଲ ଏଜେଂଟମାନେ ଏହି ତାଲିକା ପ୍ରସ୍ତୁତ କରିଥିଲେ ସେମାନଙ୍କୁ ବି ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦେବା ପାଇଁ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଦାବି କରିଛି।
ତିର୍ତୋଲ ଉପନର୍ବାଚନରେ ଜଗତସିଂହପୁରର ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ର ବେଆଇନ ଭାବେ ନିଜ କ୍ଷମତାକୁ ଅପବ୍ୟବହାର କରି ନିର୍ବାଚନକୁ ପ୍ରଭାବିତ କରୁଛନ୍ତି। ଅନ୍ୟ ଜିଲ୍ଲାରେ ପୋଷ୍ଟିଂ ହେବା ପରେ ବି ଶ୍ରୀ ମହାପାତ୍ର ତିର୍ତୋଲରେ ପହଂଚି ନିର୍ବାଚନ ପ୍ରଚାରରୁ ବିରତ ରହିବା ପାଇଁ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନେତୃବୃନ୍ଦଙ୍କୁ ଧମକ ଦେଉଛନ୍ତି। ଶାସକ ବିଜେଡିକୁ ଭୋଟ ଦେବା ପାଇଁ ଶ୍ରୀ ମହାପାତ୍ର ଭୋଟରମାନଙ୍କୁ ଧମକ ଦେବା ସହ ସରକାରୀ ଅଧିକାରୀମାନଙ୍କୁ ଶାସକ ଦଳ ସପକ୍ଷରେ ଜମମତ ଆଣିବାକୁ ପ୍ରବର୍ତାଉଛନ୍ତି। ଏଭଳି ଏକ ଅପରାଧିକ କାର୍ଯ୍ୟରେ ସାମିଲ ଥିବା ପୂର୍ବତନ ଜିଲ୍ଲାପାଳ ସଂଗ୍ରାମ ମହାପାତ୍ରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଏହି ନିର୍ବାଚନ ପ୍ରକ୍ରିୟାରୁ ବାଦ୍‍ ଦେବାକୁ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଆଗରେ ଦାବି କରିଛି। ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଲିଗାଲ୍‍ କୋଡିନେଟର ଜୟନ୍ତ ଜେନା ପ୍ରମୁଖ ସାମିଲ ଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories