www.samajalive.in
Monday, December 8, 2025
27.1 C
Bhubaneswar

କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ପିଆଜ ଦର ଆକାଶ ଛୁଆଁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଭୁଲ ନୀତି ଯୋଗୁଁ ପିଆଜ ଦର ଆକାଶ ଛୁଆଁ ହୋଇଛି। କେନ୍ଦ୍ର ସରକାରଙ୍କ ସହ ପାଣିପାଗ ପରିବର୍ତ୍ତନ ମଧ୍ୟ ପିଆଜ ଦର ବୃଦ୍ଧିର ପ୍ରମୁଖ କାରଣ ପାଲଟିଛି। ପାଣିପାଗ ପରିବର୍ତ୍ତନ ଯୋଗୁ ନୂଆ ପିଆଜ ଆମଦାନୀ ପ୍ରଭାବିତ ହେଉଛି। ଆସନ୍ତା ମାସେ ୨ ମାସ ପର୍ଯ୍ୟନ୍ତ ପିଆଜ ଦର ବେକାବୁ ରହିବ। କେବଳ ପିଆଜ ନୁହେଁ, ଆଳୁ, ଡାଲି, ତେଲ ଦର ମଧ୍ୟ ବଢ଼ିଛି। ଅଧିକାର ନ ଥିବା ସତ୍ତ୍ବେ ପିଆଜ ଦର ବୃଦ୍ଧିରେ ନିୟନ୍ତ୍ରଣ କରିବାକୁ ଜିଲାପାଳମାନଙ୍କୁ କୁହାଯାଇଛି ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି।
ପିଆଜ ବୃଦ୍ଧି ନେଇ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇ କହିଛନ୍ତି ଯେ ଆହୁରି ମାସେ ୨ ମାସ ପିଆଜ ଦର ବେକାବୁ ରହିବ। କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ପିଆଜକୁ ବାଦ୍‌ ଦେଇଛନ୍ତି। ଆଳୁ ଓ ପିଆଜ ମହଜୁଦ ପରିବହନ ଯାଞ୍ଚ ଆମର ଅଧିକାର ଥିଲା। ନୂଆ କୃଷି ଆଇନ ପରେ ଆମର ଆଉ ସେ ଅଧିକାର ରହିଲା ନାହିଁ। ରାଜ୍ୟ ସରକାରଙ୍କୁ ପଙ୍ଗୁ କରି ଦେଇଛନ୍ତି କେନ୍ଦ୍ର ସରକାର। ପିଆଜ ଦଳ ବୃଦ୍ଧି ପାଇଁ କେନ୍ଦ୍ର ଦାୟୀ ବୋଲି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରକାଶ କରିଛନ୍ତି।
ପିଆଜର ମୂଲ୍ୟ କମ୍‍ କରିବା ଓ ବଜାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ସରକାର ପଦକ୍ଷେପ ନେଇଛନ୍ତି। ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପିଆଜର ମହଜୁଦ ସୀମା ଧାର୍ଯ୍ୟ କରିଛନ୍ତି। ପାଇକାରୀ ବିକ୍ରେତାମାନଙ୍କ ପାଇଁ ୨୫ ମେଟ୍ରିକ୍‍ ଟନ୍‍ ଓ ଖୁଚୁରା ବିକ୍ରେତାମାନଙ୍କ ପାଇଁ ଏହାକୁ ୨ ମେଟ୍ରିକ୍‍ ଟନ୍‍ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପିଆଜର ମୂଲ୍ୟ କମ୍‍ କରିବା ଲାଗି ସରକାର ଗତ ମାସ ୧୪ ତାରିଖରୁ ପିଆଜର ରପ୍ତାନୀ ଉପରେ ନିଷେଧାଜ୍ଞା ଲାଗୁ କରି ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories