www.samajalive.in
Monday, December 8, 2025
17.1 C
Bhubaneswar

ପିଆଜ ପାଇଁ କଟକଣା, ମହଜୁଦ ସୀମା ଧାର୍ଯ୍ୟ କଲେ ସରକାର

ପିଆଜର ମୂଲ୍ୟ କମ୍‍ କରିବା ଓ ବଜାରରେ ଅଧିକ ପିଆଜ ପହଞ୍ଚାଇବା ପାଇଁ ପଦକ୍ଷେପ ନେଇଛନ୍ତି ସରକାର। ଖାଉଟି ବ୍ୟାପାର, ଖାଦ୍ୟ ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପିଆଜର ମହଜୁଦ ସୀମା ଧାର୍ଯ୍ୟ କରିଛନ୍ତି। ପାଇକାରୀ ବିକ୍ରେତାମାନଙ୍କ ପାଇଁ ୨୫ ମେଟ୍ରିକ୍‍ ଟନ୍‍ ଓ ଖୁଚୁରା ବିକ୍ରେତାମାନଙ୍କ ପାଇଁ ଏହାକୁ ୨ ମେଟ୍ରିକ୍‍ ଟନ୍‍ ଧାର୍ଯ୍ୟ କରାଯାଇଛି। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ପିଆଜର ମୂଲ୍ୟ କମ୍‍ କରିବା ଲାଗି ସରକାର ଗତ ମାସ ୧୪ ତାରିଖରୁ ପିଆଜର ରପ୍ତାନୀ ଉପରେ ନିଷେଧାଜ୍ଞା ଲାଗୁ କରି ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲେ।

ଖରିଫ୍‍ ଋତୁର ପିଆଜ ଆସିବା ପର୍ଯ୍ୟନ୍ତ ଦେଶରେ ପର୍ଯ୍ୟାପ୍ତ ପରିମାଣର ପିଆଜ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିଲା। ମନ୍ତ୍ରଣାଳୟ କହିଛି, ଖୁଚୁରା ମୂଲ୍ୟ ଯଦିଓ ସାମାନ୍ୟ କମିଛି, ତେବେ ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ମଧ୍ୟପ୍ରଦେଶରେ ଭୀଷଣ ବର୍ଷା ଯୋଗୁଁ ଖରିଫ୍‍ ଫସଲର ବ୍ୟାପକ କ୍ଷତି ଘଟିବାର ଆଶଙ୍କା କରାଯାଉଛି। ପାଗରେ ଏଭଳି ଅଚାନକ ପରିବର୍ତ୍ତନ ଯୋଗୁଁ ପିଆଜର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇଛି। ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ସରକାର ୨୦୨୦ ରବି ଋତୁରେ ସଂଗ୍ରହ ହୋଇଥିବା ପିଆଜ ମଧ୍ୟରୁ ୧ ଲକ୍ଷ ମେଟ୍ରିକ୍‍ ଟନ୍‍ ପିଆଜ ଜରୁରୀ କାଳୀନ ଭାବେ ଯୋଗାଇବା ଦିଗରେ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସେପ୍ଟେମ୍ବର ମଧ୍ୟଭାଗରୁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଉଛି। ‘ସଫଳ’, କେନ୍ଦ୍ରୀୟ ଭଣ୍ଡାର, ଏନସିସିଏଫଡ଼ି, ତାମିଲ୍‍ନାଡ଼ୁର ତାନହୋଡ ଓ ତାନଫେଡ଼ ଏବଂ ନାଫେଡ଼ ଭଳି ଖୁଚୁରା ଯୋଗାଣକାରୀମାନଙ୍କ ଜରିଆରେ ବଡ଼ ବଡ଼ ମଣ୍ଡିରୁ ବିଭିନ୍ନ ସହରକୁ ପିଆଜ ପହଞ୍ଚାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories