www.samajalive.in
Tuesday, December 9, 2025
16.1 C
Bhubaneswar

କରୋନା ପରେ ଭିସା ସମେତ ପରିଭ୍ରମଣ ପ୍ରତିବନ୍ଧକ କୋହଳ କରୁଛନ୍ତି ସରକାର

ଦେଶରେ କରୋନା ଜନିତ ବିଭିନ୍ନ କଟକଣା ମଧ୍ୟରେ ବିମାନ ଯାତ୍ରା ଓ ବିମାନ ଉଡାଣ ଉପରେ ଦୀର୍ଘ ୫ ମାସରୁ ଅଧିକ ସମୟ ପ୍ରତିବନ୍ଧକ ଜାରି ରହିବା ପରେ ଏବେ ସରକାରଙ୍କ ପକ୍ଷରୁ ଏଥିରେ କୋହଳ କରାଯିବାକୁ ନିଷ୍ପତ୍ତି ହୋଇଛି। ଏବେ ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ଜନଜୀବନ ସ୍ୱାଭାବିକ ହେଉଥିବାରୁ, ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏହି ନିଷ୍ପତ୍ତି ଅନୁଯାୟୀ ଏବେ ସମ୍ପୂର୍ଣ୍ଣ କୋହଳ ବ୍ୟବସ୍ଥା ଲାଗୁ ହେବ ନାହିଁ। ବିଭିନ୍ନ ପର୍ଯ୍ୟାୟରେ ପ୍ରତିବନ୍ଧକ କୋହଳ କରାଯିବ। ଯେଉଁ ଭାରତୀୟ କିମ୍ବା ବିଦେଶୀ ନାଗରିକ ପର୍ଯ୍ୟଟନ ବ୍ୟତୀତ ଭାରତ ଆସିବାକୁ ଅଥବା ବିଦେଶ ଗସ୍ତ କରିବାକୁ ଚାହୁଁଥିବେ ସେମାନଙ୍କ କ୍ଷେତ୍ରରେ ଏହି କୋହଳ ବ୍ୟବସ୍ଥା ଲାଗୁ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଗୃହ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସମସ୍ତ ଓସିଆଇ ଏବଂ ପିଆଇଓ କାର୍ଡଧାରୀ ଏବଂ ଅନ୍ୟ ସମସ୍ତ ବିଦେଶୀ ନାଗରିକଙ୍କୁ ପର୍ଯ୍ୟଟନ ଉଦ୍ଦେଶ୍ୟ ବ୍ୟତୀତ ଭାରତ ଆସିବାକୁ ଅନୁମତି ଦିଆଯାଇଛି। ଏହି କୋହଳ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ସମସ୍ତ ଯାତ୍ରୀଙ୍କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସଙ୍ଗରୋଧ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ତଥା କରୋନା ପ୍ରସଙ୍ଗରେ ଥିବା ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ପଡିବ। ପ୍ରଥମ ପର୍ଯ୍ୟାୟରେ ଇଲେକ୍ଟ୍ରୋନିକ୍ ଭିସା, ଟୁରିଷ୍ଟ ଭିସା ଏବଂ ମେଡିକାଲ୍ ଭିସା ବ୍ୟତୀତ ଅନ୍ୟ ସମସ୍ତ ଭିସାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ମେଡିକାଲ ଭିସା କ୍ଷେତ୍ରରେ ଚିକିତ୍ସା ପାଇଁ ଭାରତ ଗସ୍ତ କରିବାକୁ ଚାହୁଁଥିବା ଜଣେ ବିଦେଶୀ ନାଗରିକ ସେମାନଙ୍କ ମେଡିକାଲ ଭିସା ପାଇଁ ଆବେଦନ କରିପାରିବେ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories