www.samajalive.in
Monday, December 8, 2025
13.1 C
Bhubaneswar

ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀଙ୍କ ଘୋଷଣା: ରାଜ୍ୟରେ ସମସ୍ତଙ୍କୁ ଦିଆଯିବ ମାଗଣା କରୋନା ଟୀକା

ତାମିଲନାଡ଼ୁରେ ସମସ୍ତ ନାଗରିକଙ୍କୁ ଦିଆଯିବ ମାଗଣା କରୋନା ଟୀକା । ମୁଖ୍ୟମନ୍ତ୍ରୀ  ଏଡାପ୍ପାଡି କେ ପଲାନିସ୍ବାମୀ  ଗୁରୁବାର ଏ ସମ୍ପର୍କରେ ଘୋଷଣା କରିଛନ୍ତି ।  ପୁଦୁକୋଟାଇରେ ବିଭିନ୍ନ ସରକାରୀ କଲ୍ୟାଣମୂଳକ ପ୍ରକଳ୍ପ ଉଦଘାଟନ କରିବା ଅବସରରେ ପଲାନିସ୍ବାମୀ  କହିଛନ୍ତି ଯେ କରୋନା ଟୀକା ପ୍ରସ୍ତୁତ ହେବା ମାତ୍ରେ ରାଜ୍ୟବାସୀଙ୍କୁ ମାଗଣାରେ ଯୋଗାଇବା ପାଇଁ ସରକାର ବ୍ୟବସ୍ଥା କରିବେ । ବିହାର ବିଧାନସଭା ନିର୍ବାଚନ ନିମନ୍ତେ ବିଜେପିର ନିର୍ବାଚନ ଇସ୍ତାହାରରେ ରାଜ୍ୟର ସମସ୍ତଙ୍କୁ ମାଗଣା କରୋନା ଟିକା ପ୍ରଦାନ ପ୍ରତିଶ୍ରୁତି ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ପଲାନିସ୍ବାମୀ ରାଜ୍ୟରେ ଟୀକା ପ୍ରଦାନ ସଂପର୍କରେ ସୂଚନା ଦେଇଛନ୍ତି । କରିଥିବା ବେଳେ ମୁଖ୍ୟମନ୍ତ୍ରୀ ପଲାନିସାମି ଏହି ଘୋଷଣା କରିଛନ୍ତି।

- Advertisement -

ସେହିପରି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ବିଜେପିର ନିର୍ବାଚନ ଇସ୍ତାହାର ପ୍ରକାଶ କରି ଟୀକା ଉପଲବ୍ଧ ନ ହେବା ପର୍ଯ୍ୟନ୍ତ ମାସ୍କ ଉପରେ ନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଛନ୍ତି । ମାତ୍ର  ଟିକା ଭାରତରେ ପହଞ୍ଚିବା ମାତ୍ରେ ଏହା ବହୁ ପରିମାଣରେ ଉତ୍ପାଦିତ ହେବ ଓ ସେତେବେଳେ ବିହାରର ପ୍ରତ୍ୟେକ ବାସିନ୍ଦାଙ୍କୁ ମାଗଣାରେ କରୋନା ଜୀବାଣୁ ଟିକା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।  

Hot this week

ଜାଡ଼ରେ ଥରୁଛି ଓଡ଼ିଶା: ଘୁ.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁ ରାଜ୍ୟ ମଧ୍ୟକୁ ପ୍ରବାହ କରୁଛି।...

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

Related Articles

Popular Categories