www.samajalive.in
Sunday, December 7, 2025
15.1 C
Bhubaneswar

ରକ୍ତରେ ଶର୍କରା ହ୍ରାସ ଓ ବୃଦ୍ଧି ହୋଇପାରେ ବିପଜ୍ଜନକ, ଜାଣନ୍ତୁ ରକ୍ତରେ ଶର୍କରା ହ୍ରାସ ଏବଂ ବୃଦ୍ଧି ହେବାର ୪ଟି ଲକ୍ଷଣ

ସମ୍ପ୍ରତି ବିଶ୍ବରେ ଲକ୍ଷ ଲକ୍ଷ ଲୋକ ମଧୁମେହ ରୋଗରେ ପୀଡିତ ଅଛନ୍ତି। ଏହି ରୋଗରେ ପୀଡିତ ରୋଗୀଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସେମାନଙ୍କ ଶରୀରରେ ରକ୍ତରେ ଶର୍କରା ସ୍ତର ବଜାୟ ରଖିବା ।  କାରଣ ଶରୀରରେ ଶର୍କରାର ପରିମାଣ ଉଭୟ ବଢିବା ଏବଂ କମିବା ବିପଜ୍ଜନକ ଅଟେ । ଆମ ଶରୀରର ସାଧାରଣ ରକ୍ତ ଶର୍କରା ସ୍ତର ୮୦-୧୧୦ ମଧ୍ୟରେ ରହିଥାଏ ଏବଂ ଶରୀରରେ ୯୦ ରକ୍ତ ଶର୍କରା ସ୍ତରକୁ ହାରାହାରି ସ୍ତର ଭାବରେ ବିବେଚନା କରାଯାଏ ।  ଯଦିଓ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ଏକ କଷ୍ଟକର କାର୍ଯ୍ୟ, କିନ୍ତୁ ଏଥିପ୍ରତି ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କୁ ରକ୍ତରେ ଶର୍କରା ହ୍ରାସ ଏବଂ ବୃଦ୍ଧି ହେବାର ଲକ୍ଷଣ ଜାଣିବାକୁ ପଡିବ। କାରଣ ଶରୀରରେ ଶର୍କରା ପରିମାଣ ଜାଣିଲେ ହିଁ ଆପଣ ଏହାକୁ ସଠିକ ସମୟରେ ନିୟନ୍ତ୍ରଣ କରିପାରିବେ, ନଚେତ୍ ଏହା ସାଂଘାତିକ ହୋଇପାରେ । 

ବାରମ୍ବାର ଶୋଷ ଲାଗିବ

- Advertisement -

ଯେତେବେଳେ ଶରୀରରେ ଶର୍କରାର ପରିମାଣ ବଢିବ ସେତେବେଳେ ଆପଣଙ୍କୁ ବାରମ୍ବାର ଶୋଷ ଲାଗିବ ।  ଏପରି ପରିସ୍ଥିତିରେ ଆପଣ ଅଧିକ ପାଣି ପିଇପାରନ୍ତି, କିନ୍ତୁ ଅଧିକ ପାଣି ପିଇବା ହୃଦୟ ଏବଂ କିଡନୀ ଉପରେ ଖରାପ ପ୍ରଭାବ ପକାଇପାରେ । ତେଣୁ ଆବଶ୍ୟକତା ଅନୁଯାୟୀ ପାଣି ପିଅନ୍ତୁ ।

ବାରମ୍ବାର ପରିସ୍ରା ଲାଗିବା

ବାରମ୍ବାର ପରିସ୍ରା ଲାଗିବା ମଧ୍ୟ ସୂଚାଇଥାଏ ଯେ ଆପଣଙ୍କ ଶରୀରରେ ଶର୍କରାର ପରିମାଣ ବଢିଛି। ମଧୁମେହ ରୋଗୀମାନଙ୍କୁ ସାଧାରଣତ ରାତିରେ ଅଧିକ ପରିସ୍ରା ଲାଗେ ଏବଂ ବାରମ୍ବାର ବାଥରୁମକୁ ଯିବାକୁ ପଡେ ।

କ୍ଲାନ୍ତି ଅନୁଭବ କରିବା

ଅତ୍ୟଧିକ ଥକ୍କା ଅନୁଭବ କରିବା  ମଧ୍ୟ ଏକ ସଙ୍କେତ ଅଟେ ଯେ ଆପଣଙ୍କ ରକ୍ତରେ ଶର୍କରା ନିୟନ୍ତ୍ରଣରେ ନାହିଁ । ଏହା ରକ୍ତରେ ଶର୍କରା ସ୍ତରର ବୃଦ୍ଧି ଏବଂ ହ୍ରାସର ଏକ ସଙ୍କେତ ହୋଇପାରେ । ତେଣୁ, ଯେତେବେଳେ ବି ଆପଣ ହାତ ଏବଂ ପାଦରେ ଦୁର୍ବଳତା କିମ୍ବା ଥକ୍କା ଅନୁଭବ କରନ୍ତି, ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ୍।

ମୁଣ୍ଡ ବିନ୍ଧାହେବା ଓ ବ୍ୟସ୍ତ ବିବ୍ରତ ଲାଗିବା

ଶରୀରରେ ରକ୍ତରେ ଶର୍କରା ହ୍ରାସ ମୁଣ୍ଡ ବିନ୍ଧା ସହ ବ୍ୟସ୍ତ ବିବ୍ରତ ଲାଗିଥାଏ । ଶରୀରରେ ଶର୍କରାର ପରିମାଣ କମିଲେ ମୁଣ୍ଡ ବିନ୍ଧା, ଅତ୍ୟଧିକ ଝାଳ ବାହାରିବା ଏବଂ ଅସ୍ପଷ୍ଟ ଦୃଷ୍ଟିଶକ୍ତି ଭଳି ସମସ୍ୟା ଦେଖାଯାଏ। ତେଣୁ ଯଦି ଆପଣ ଜଣେ ମଧୁମେହ ରୋଗୀ, ତେବେ ଏହି ସବୁ ସଙ୍କେତକୁ ଅଣଦେଖା କରନ୍ତୁ ନାହିଁ ଏବଂ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିୟନ୍ତୁ ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories