www.samajalive.in
Tuesday, December 9, 2025
16.1 C
Bhubaneswar

ଆଖଣ୍ଡଳମଣୀ ବିକାଶ ପାଇଁ ରାଜ୍ୟ ସରକାରଙ୍କ ୮୪କୋଟି ଟଙ୍କାର ମାଷ୍ଟରପ୍ଲାନ୍‌

ଧାମନଗର: ଆଖଣ୍ଡଳମଣୀ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ପକ୍ଷରୁ ୮୪କୋଟି ଟଙ୍କା ମାଷ୍ଟର ପ୍ଲାନ ଥିବାବେଳେ ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬କୋଟି ଟଙ୍କା ମଞ୍ଜୁର କରାଯାଇ ମନ୍ଦିର ଉନ୍ନୟନ କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ମନ୍ଦିର ପରିସରରେ ପୀଠର ସମ୍ପ୍ରସାରଣ ଓ ସୌନ୍ଦର୍ଯ୍ୟ କରଣ ନିମନ୍ତେ ୧୯୮୦ ମସିହାରୁ ମାଷ୍ଟର ପ୍ଲାନ ପ୍ରସ୍ତୁତ ହୋଇଥିଲା । ତେବେ ଆଜି ପ୍ରାଥମିକ ସ୍ତରରେ ମନ୍ଦିର ପରିସରରେ ଥିବା ୧୯ଗୋଟି ଦୋକାନକୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଗତ କାଲି ଠାରୁ ପ୍ରଶାସନ ପକ୍ଷରୁ ନଟକା ଜାରି କରିବା ସହିତ ଡ଼ାକବାଜି ଯନ୍ତ୍ର ଦ୍ୱାରା ଦୋକାନିମାନଙ୍କୁ ତାଙ୍କର ଦୋକାନ ଗୃହକୁ ଛାଡ଼ିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଭଦ୍ରକ ଜିଲାର ଆରଡ଼ି ସ୍ଥିତ ବାବା ଆଖଣ୍ଡଳମଣୀ ଧାମରେ ମନ୍ଦିର ବେଢା ଭିତରେ ପ୍ରଥମେ ଭୋଗ ଦୋକାନ ଗୁଡ଼ିକୁ ଉଚ୍ଛେଦ କରାଯାଇଛି।
ବାବା ଆଖଣ୍ଡଳମଣୀ ଧାମକୁ ପ୍ରତିଦିନ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଭକ୍ତ ବାବାଙ୍କ ଦର୍ଶନ ନିମନ୍ତେ ଆସୁଥିବା ବେଳେ ଶ୍ରାବଣ ମାସର ରବିବାର, ସୋମବାର ପ୍ରତି ମାସର ସଂକ୍ରାନ୍ତି, ପୂର୍ଣ୍ଣିମା, ଅମାବାସ୍ୟା ଓ ସବୁ ମାସର ପ୍ରତି ସୋମବାର ଏବଂ ମହାଶିବରାତ୍ରୀ (ଜାଗର)ରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ । ମନ୍ଦିର ବେଢା ଭିତର ବହୁ ଅଣଓସାରିଆ ହୋଇଥିବାରୁ ଭକ୍ତ ମାନେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟାର ସମାଧାନ ଲାଗି ଜିଲା ପ୍ରଶାସନ ପକ୍ଷରୁ ମନ୍ଦିର ବେଢାରେ ଥିବା ୧୫ଟି ଭୋଗ ଦୋକାନ ସମେତ ୧୯ଟି ଦୋକାନକୁ ଭଙ୍ଗା ଯାଇଛି। ପରବର୍ତ୍ତି ସମୟରେ ମନ୍ଦିର ବେଢା ନିକଟରେ ଥିବା ଅନ୍ୟ ଦୋକାନ ଘର ଗୁଡ଼ିକ ଭଙ୍ଗାଯିବ ବୋଲି ସୂଚନା ମିଳିଛି ।
ଉଚ୍ଛେଦ ସମୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ ମନ୍ଦିର ପରିସରରେ ୧୪୪ଧାରା ଲାଗୁ କରାଯାଇଥିବାବେଳେ ଏଥିରେ ଚାନ୍ଦବାଲି ଏସ୍‌ଡ଼ିପିଓଙ୍କ ସମେତ ଜିଲ୍ଲାର ତିନି ଏସ୍‌ଡ଼ିପିଓ, ଧୁଷୁରୀ ଥାନା ଅଧିକାରୀ ପ୍ରଫୁଲ୍ଲ ସିଂ, ଧାମନଗର ଅତିରିକ୍ତ ତହସିଲଦାର ଅଭିସ୍ପା ପଟ୍ଟନାୟକ, ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୁତାର, ଚାନ୍ଦବାଲି ବିଡ଼ିଓ ଜ୍ୟୋତି ବାକାଶ ଦାସଙ୍କ ସମେତ ୩ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories