www.samajalive.in
Monday, December 8, 2025
20.1 C
Bhubaneswar

ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ହାଇଡ୍ରୋଜେନ୍‍ ସିଏନଜି ଏକ ଐତିହାସିକ ପଦକ୍ଷେପ : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀର ରାଜଘାଟ ବସ ଡିପୋଟ୍‍ ଠାରେ ବାଣିଜ୍ୟିକ ହାଇଡ୍ରୋଜେନ୍‍ ସିଏନଜି (ଏଚସିଏନଜି) ଉତ୍ପାଦନ ପ୍ଲାଣ୍ଟ ଏବଂ ବିତରଣ ଷ୍ଟେସନର ଲୋକାର୍ପଣ କରିଛନ୍ତି। ଦେଶର ରାଜଧାନୀ ନୂଆଦିଲ୍ଲୀରେ ଯାନବାହନ ଯାତାୟତ ଦ୍ୱାରା ହେଉଥିବା ପ୍ରଦୂଷଣକୁ ହ୍ରାସ କରିବା ଏବଂ ଭବିଷ୍ୟତ ପାଇଁ ସବୁଜ ମାର୍ଗ ଅନ୍ୱେଷଣ କରିବା ଦିଗରେ ଥିବା ଭାରତ ସରକାରଙ୍କ ଉଦ୍ୟମ ପରିପ୍ରେକ୍ଷୀରେ ଏହା ଐତିହାସିକ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଇଣ୍ଡିଆନ ଅଏଲ ଦ୍ୱାରା ନବସୃଜନ ଏବଂ ଟେକ୍ନୋଲୋଜିରେ ସୁଧାର ଅଣାଯାଇ ଦୈନିକ ୪ ଟନର ହାଇଡ୍ରୋଜେନ୍‍ ମିଶ୍ରିତ ସିଏନଜି ଉତ୍ପାଦନ ପ୍ଲାଂଟ ପ୍ରତିଷ୍ଠା କରାଯାଇଛି। ସେହିପରି ଇନ୍ଦ୍ରପ୍ରସ୍ଥ ଗ୍ୟାସ କମ୍ପାନୀ ଲୋକର୍ପିତ ଏହି ପ୍ଲାଂଟରୁ ଇନ୍ଧନ ଯୋଗାଇବା ପାଇଁ ବିତରଣ ଷ୍ଟେସନ ସ୍ଥାପନ କରିବା
ପ୍ରଶଂସନୀୟ। ଆଜି ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବରେ ୫୦ଟି ବସରେ ହାଇଡ୍ରୋଜେନ ସିଏନଜି ବ୍ୟବହାର କରାଯାଇଛି। ଏହା ଭାରତକୁ ହାଇଡ୍ରୋକାର୍ବନ ଅର୍ଥନୀତି କରିବା ଦିଗରେ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ଭବିଷ୍ୟତରେ ପରିବେଶର ସୁରକ୍ଷା ପାଇଁ ସ୍ୱଚ୍ଛ ଉର୍ଜା ଆଣିବା ପାଇଁ ପ୍ରତିଶ୍ରୁତିବଦ୍ଧ। ଦେଶରେ ପ୍ରଦୂଷଣକୁ ହ୍ରାସ କରିବା ଏବଂ ଦେଶବାସୀଙ୍କୁ ଏକ ଉତ୍ତମ ପରିବେଶ ଦେବା ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି। ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବା ତଥା ଗ୍ୟାସ ଭିତ୍ତିଭୂମିକୁ ମଜବୁତ୍‍ କରିବା ପାଇଁ ଏହି କ୍ଷେତ୍ରରେ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜନିବେଶ କରାଯାଉଛି। ୧୩୦ କୋଟି ଏବଂ ଭାରତୀୟଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସ୍ୱଚ୍ଛ ଏବଂ ନିର୍ଭରଯୋଗ୍ୟ ଶକ୍ତି ଯୋଗାଣ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ଆଗାମୀ ଦଶନ୍ଧି ଧରି ସମସ୍ୟା ସମାଧାନର ବାହାର କରିବାରେ ଭାରତ ବିଶ୍ୱ ବିଜେତା ହେବ ବୋଲି ଶ୍ରୀ ପ୍ରଧାନ ଦଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories