www.samajalive.in
Sunday, December 7, 2025
15.1 C
Bhubaneswar

ଚିନ୍ତାରେ ଚାଷୀ ; ଲଘୁଚାପ ପରେ ଏବେ ବିଲରେ ପୋକ, ବିରି ଫସଲ ନଷ୍ଟ ଆଶଙ୍କା

ବାଙ୍କୀ : ବାଙ୍କୀ ଏକ କୃଷି ପ୍ରଧାନ ଅଞ୍ଚଳ। ଧାନ,ଚିନାବାଦାମ ଓ ପନିପରିବା ଚାଷରେ ବାଙ୍କୀର ଚାଷୀ ରାଜ୍ୟରେ ବେଶ୍ ପରିଚିତ। ବର୍ଷତମାମ୍ ଅଞ୍ଚଳର ଉତ୍ପାଦିତ ପନିପରିବା ଓଡିଶାର ହାଟ ବଜାରରେ ବେଶ୍ ଭଲ ଭାବରେ ଖାଉଟୀ ମାନଙ୍କ ପାଖରେ ପହଞ୍ଚାଇବାର ସୁନାମ ଅଛି। ମାତ୍ର ଚଳିତ ବର୍ଷ ବିଭିନ୍ନ ସମୟରେ ବର୍ଷା, ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟା ଓ ବନ୍ୟା ପ୍ରଭାବରେ ଅଞ୍ଚଳର ଚାଷୀ ଅଣ୍ଟା ଭାଙ୍ଗି ବସିଛି। ବିଶେଷ କରି ଚଳିତ ବର୍ଷ ଅଗଷ୍ଟ ଶେଷ ସପ୍ତାହରେ ହୋଇଥିବା ମଧ୍ୟମ ଧରଣର ମହାନଦୀରେ ବନ୍ୟା ହେତୁ ନଦୀ କୂଳିଆ ଚାଷୀଙ୍କର ବ୍ୟାପକ କ୍ଷୟକ୍ଷତି ହୋଇଛି। ଡମପଡା ବ୍ଲକ ଅନ୍ତର୍ଗତ ବିଲିପଡା, ଶିମିଳିପୁର, ହରିରାଜପୁର, କୁଶପଙ୍ଗି, ପାଥପୁର, ଦୁଲଣାପୁର, ଡମପଡା, ଗୋବିନ୍ଦପୁର, ତାଳବସ୍ତ, ଗୋପାଳପୁର, ଢଁସର ପଞ୍ଚାୟତ ସମ୍ପୂର୍ଣ୍ଣ ସହିତ ବାଙ୍କୀ ଏନ.ଏ.ସିର କିଛି ଅଂଶର ଧାନ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ଥ ହୋଇଥିଲା। ହଜାର ହଜାର ହେକ୍ଟର ଚାଷ ଜମୀରେ ଜଳମଗ୍ନ ଦୀର୍ଘଦିନ ରହିବା ପରେ ଧାନ ସମ୍ପୂର୍ଣ୍ଣ ସଢିଗଲା। ପାଣି ଛାଡିଲାପରେ ଅଞ୍ଚଳର ଚାଷୀ ମାନେ ପର୍ଯ୍ୟାୟ କ୍ରମେ ଉଜୁଡିଯାଇଥିବା ଧାନ କ୍ଷେତରେ ବିରି ଛାଟିଥିଲେ। ମାତ୍ର ଦୁଃଖର ବିଷୟ ଧାର କରଜ କରି ଚାରି ଚାରି ଥର ଛଟା ଯାଇଥିବା ବିରିଗଛ ଏବେ ମାଟିରୁ ଉଠି ଚାରି ଛଅ ପତ୍ର ଧରିଲା ପରେ ବିରି କ୍ଷେତରେ ପୋଲଗଣା ଓ ଗୁଣ୍ଡି ପୋକ ଚରିଯାଉଛନ୍ତି। ଚାଷୀ ମୁଣ୍ଡରେ ଚଡକ ପଡିଛି। କୃଷି ବିଭାଗର କ୍ଷେତ୍ର କର୍ମଚାରୀ  ମାନଙ୍କଠାରୁ ପରମିଟ ପାଇ ଅଧା ଦରରେ ଚାଷୀ ମାନେ ଔଷଧ ପକାଉଥିଲେବି ଣ୍ଣ୍ିପୋକ ନିୟନ୍ତ୍ରଣ ହେଉନାହିଁ। ସୂଚନା ଯୋଗ୍ୟ ଯେ ବିଲିପଡା,ଶିମିଳିପୁର,ହରିରାଜପୁର,ତାଳବସ୍ତ ଓ ଗୋପାଳପୁର ଅଞ୍ଚଳରେ ୧୫୦୦ହେକ୍ଟରରୁ ଅଧିକ ବିରି ଚାଷୀ ଏବେ ଚିନ୍ତାରେ ପଡିଛନ୍ତି। ରୋଗ ପୋକ ନିୟନ୍ତ୍ରଣ ନରହିଲେ ଚାଷୀ ମାନେ ଅଧିକ ସଙ୍କଟରେ ପଡିବେ ବୋଲି ଗଣମାଧ୍ୟମ ଜରିଆରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆଗାମୀ ଲଘୁଚାପ ଜନିତ ବର୍ଷା ହେଲେ ପୋକ ଅଧିକ ମାତ୍ରାରେ ଲାଗିବେ ବୋଲି ଆଶଙ୍କା କରାଯାଇଛି। ସେହିପରି ପାଣି ଜମିଗଲେ ତଳିଆ ଜମିରେ ସଅଳ ବୁଣାଯାଇଥିବା ବିରି ପୁଣି ନଷ୍ଟ ହୋଇଯିବ ବୋଲି ଆଶଙ୍କା ବଢିଛି। ସରକାରୀ ଦରରେ ଚାଷୀ ମାନେ ଥରଟିଏ ବିହନ କିଣିବାର ସୁଯୋଗ ପାଇଥିଲେ। ମାତ୍ର ବାରମ୍ବାର କ୍ଷତି ସହି ବଜାର ଦର ୮୦ଟଙ୍କାରେ ବିରି କିଣି କ୍ଷେତରେ ବୁଣୁଥିବାରୁ ଚାଷୀ ମାନେ ଅଧିକ କ୍ଷତି ସହିଛନ୍ତି। ଏ ସମ୍ପର୍କରେ ଡମପଡା କୃଷି ସୂଚନା କେନ୍ଦ୍ରର ସହକାରୀ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ବର୍ତ୍ତମାନ ପରିସ୍ଥିତିରେ ପୋଲଗଣା ଓ ଗୁଣ୍ଡିପୋକ ନିୟନ୍ତ୍ରଣ କରିବା ପାଇଁ ରସାୟନିକ ଔଷଧ ସିଞ୍ଚନ କରିବାର ଆବଶ୍ୟକତା ରହିଛି। ଏଥିପାଇଁ ଡିମାଣ୍ଡ ଆସିଲେ ପରମିଟ ଦିଆଯାଇ ଚାଷୀଙ୍କୁ ଔଷଧ କିଣିବାର ସୁଯୋଗ ମିଳିବ ବୋଲି କହିଛନ୍ତି। ରଣ ନଦୀର ପ୍ରଭାବିତ ବନ୍ୟା ଜଳରେ କ୍ଷତିଗ୍ରସ୍ତ ହୋଇଥିବା ଧାନ ଚାଷୀ ମାନେ ପରବର୍ତ୍ତୀ ସମୟରେ ବିରି ଚାଷ କରି କ୍ଷତି ଭରଣା କରିଥିବା ଜଣାପଡିଥିଲା  ବେଳେ ଚଳିତ ବିରିରେ ପୋକ ଚରିଯିବା ଓ ଲଘୁଚାପ ଜନିତ ବର୍ଷାରେ କ୍ଷତି ଆଶଙ୍କା ଥିବା ଚାଷୀ ମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାପାଇଁ ଅଞ୍ଚଳର ଚାଷୀ ମାନେ ଅନୁରୋଧ କରିଛନ୍ତି। ବିଭାଗୀୟ କୃଷି ଅଧିକାରୀ ଏଦିଗରେ ଦୃଷ୍ଟି ଦେବାକୁ ଅନୁରୋଧ କରାଯାଇଛି।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories