www.samajalive.in
Tuesday, December 9, 2025
16.1 C
Bhubaneswar

ଇଟାଲୀରେ ପ୍ରଭାସ-ପୂଜା

ଆଗାମୀ ଚଳଚ୍ଚିତ୍ର ‘ରାଧେଶ୍ୟାମ’ର ସୁଟିଂ ପାଇଁ ‘ବାହୁବଳୀ’ ପ୍ରଭାସ ଇଟାଲୀ ଯାଇଛନ୍ତି। କିଛି ମାସ ତଳେ ଏଇ ସ୍ଥାନରେ କରୋନା ମହାମାରୀର ମୃତ୍ୟୁ ସଂଖ୍ୟା ନିୟନ୍ତ୍ରଣ ବାହାରେ ଥିଲା। ବର୍ତ୍ତମାନ ପରିସ୍ଥିତି ସାମାନ୍ୟ ସୁଧୁରିଥିବାରୁ ପ୍ରଯୋଜକ ମହଲ ଯଥା ଶୀଘ୍ର ଏଠାରେ ସୁଟିଂ ଶେଷ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାସ, ପୂଜା ହେଗଡ଼େ ୧୯ଜଣିଆ ଟିମ୍ ସହ ଇଟାଲୀ ଯାଇଛନ୍ତି। ହୋଟେଲ ପରିବର୍ତ୍ତେ ସେମାନେ ଇଟାଲୀର ପଶ୍ଚିମାଞ୍ଚଳରେ ଥବା ଫାର୍ମ ହାଉସ୍‌ରେ ରହୁଥିବାର ପ୍ରକାଶ। ପୂଜା ସୋସିଆଲ୍ ସାଇଟ୍‌ରେ ଉଲ୍ଲେଖ କରିଛନ୍ତି, ପ୍ରଥମ ଦୁଇଦିନ ଇଟାଲୀରେ ପୂରା ଟିମ୍‌କୁ ଅସ୍ତବ୍ୟସ୍ତ ସହ ଭୟ ଲାଗିଥିଲା। ଏବେ କିନ୍ତୁ ସେମାନେ ନିର୍ଭୀକ ରହିବା ସହ ଯଥା ଶୀଘ୍ର ସୁଟିଂ ଶେ​‌ଷ କରିବାକୁ ଉଦ୍ୟମ ଚଳାଇଛନ୍ତି। ପ୍ରଭାସ ମଧ୍ୟ ତାଙ୍କର ଅନ୍ୟ ବଡ଼ ପ୍ରୋଜେକ୍ଟ ‘ଆଦିପୁରୁଷ’ ପାଇଁ ଯଥା ଶୀଘ୍ର ଭାରତକୁ ଫେରିବେ। ଇଟାଲୀ ଯିବା ପୂର୍ବରୁ ପ୍ରଭାସ ସାକ୍ଷାତକାର୍‌ରେ କହିଥିଲେ, ଇଟାଲୀ କଥା ଶୁଣି ତାଙ୍କ ମା’ ସବୁଠୁ ଅଧିକ ବ୍ୟସ୍ତ ହୋଇଥିଲେ। କାନ୍ଦକାନ୍ଦ ହୋଇ ପୁଅକୁ କହିଥିଲେ ସୁଟିଂ ବାତିଲ କରିଦେବା ପାଇଁ। ଏସବୁ ସମ୍ଭବ ନ ଥିବାରୁ ମା’ଙ୍କୁ ବୁଝାଇସୁଝାଇ ପ୍ରଭାସ ଇଟାଲୀ ଆସିଥିବାର କହିଛନ୍ତି। ଆସନ୍ତା ବର୍ଷ ଦଶହରାରେ ‘ରାଧେଶ୍ୟାମ’ ଚଳଚ୍ଚିତ୍ର ମୁକ୍ତିଲାଭ ହେବାର ଯୋଜନା ରହିଛି। n

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories