www.samajalive.in
Wednesday, December 10, 2025
18.1 C
Bhubaneswar

୨ କର୍ମଚାରୀ କରୋନା ପଜିଟିଭ୍​ ଚିହ୍ନଟ, ଲଇଡା ଏସ୍‌ବିଆଇ ଶାଖା ବନ୍ଦ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଶାଖାର ଦୁଇ ଜଣ କର୍ମଚାରୀ ଙ୍କ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ଗତ ଶୁକ୍ରବାର ଠାରୁ ବ୍ୟାଙ୍କ୍ ବନ୍ଦ ରହିଛି। ଏହି ବ୍ୟାଙ୍କ୍ ଶାଖାରୁ ଆଖପାଖ ୭ଟି ପଞ୍ଚାୟତର ଲୋକେ ବ୍ୟାଙ୍କିଙ୍ଗ୍ ସେବା ପାଇଥାନ୍ତି। ଏହି ଅଞ୍ଚଳରେ ଏହା ଏକମାତ୍ର ଜାତୀୟ କରଣ ବ୍ୟାଙ୍କ୍ ଅଟେ। ବ୍ୟାଙ୍କ୍ ବନ୍ଦ ହେବା ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆହୁରି କେତେଦିନ ଧରି ଏହି ଅଚଳାବସ୍ଥା ଲାଗି ରହିବ କିଛି ଠିକ୍ ଠିକଣା ନାହିଁ । ଉଚ୍ଚ କର୍ତ୍ତୃପକ୍ଷ ଉପଭୋକ୍ତାଙ୍କ ବୃହତ୍ତର ସୁବିଧା ଦୃଷ୍ଟିରୁ ଲଇଡା ଏସ୍ବିଆଇ ଶାଖା ରେ ଡେପୁଟେସନ୍ ରେ କର୍ମଚାରୀ ନିଯୁକ୍ତି ଦେଇ ଜନସାଧାରଣଙ୍କୁ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଦେବାକୁ ଦାବୀ ହେଉଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories