www.samajalive.in
Tuesday, December 9, 2025
17.1 C
Bhubaneswar

ଶ୍ରୀମନ୍ଦିରକୁ ଫେରିବା ପାଇଁ ଶ୍ରୀଜୀଉଙ୍କ ପ୍ରସ୍ତୁତି ଆରମ୍ଭ, ରଥର ହେଲା ଦକ୍ଷିଣ ମୋଡ

ପୁରୀ:  ଭାଇ ଓ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀ ଗୁଣ୍ଡିଚାରୁ ନବଦିନାତ୍ମକ ଯାତ୍ରାରେ ବାହାରିଥିଲେ ପ୍ରଭୁ ଶ୍ରୀ ଜଗନ୍ନାଥ । ପତ୍ନୀ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରରେ ଛାଡି ଗୁଣ୍ଡିଚା ମନ୍ଦିରକୁ ଚାଲି ଆସିଥିଲେ । କ୍ରୋଧରେ ଜର୍ଜରିତ ମହାଲକ୍ଷ୍ମୀ ହେରାପଞ୍ଚମୀ ଦିନ ଗୁଣ୍ଡିଚା ମନ୍ଦିରକୁ ବିଜେ କରିବା ସହ ମୋହ ଚୂର୍ଣ୍ଣ  ଜଗନ୍ନାଥଙ୍କ ଉପରେ ପ୍ରୟୋଗ କରିଥିଲେ । ଫେରିବା ସମୟରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇ ଚାଲିଯାଇଥିଲେ ।

ହେରା ଗୋହରୀ ସାହି ଦେଇ ଶ୍ରୀମନ୍ଦିରକୁ ମହାଲକ୍ଷ୍ମୀ ବିଜେ କରିଥିଲେ । ଏହାପରେ ଗୁରୁବାରରେ ଶ୍ରୀ ଜଗନ୍ନାଥ ଶ୍ରୀମମନ୍ଦିରକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗୁରବାର ସକାଳ ୬ଟା ୨୫ରେ ଦ୍ୱାରପାଳ ପୂଜା, ୬ଟା ୪୫ରେ ମଙ୍ଗଳା ଆରତୀ, ସକାଳ ୮ଟା ୨୦ ସମୟରେ ଅବକାଶ, ଦିନ ୧୧ଟା ୧୫ରେ  ବଲ୍ଲଭ ଶେଷ ହୋଇଥିଲା । ମଧ୍ୟାହ୍ନ ୧୨ଟା୪୫ରେ ସକାଳ ଧୂପ ଶେଷ ହୋଇଥିଲା । ଦ୍ୱିପହର ୨ଟା ୫ ମିନିଟ ସମୟରେ  ରଥକୁ ଆଜ୍ଞାମାଳ ବିଜେ କରିଥିଲେ । ଦିନ ୨ଟା ୨୦ରେ ରେ ଦକ୍ଷିଣ ମୋଡ ଆରମ୍ଭ ହୋଇଥିଲା । ପ୍ରଥମେ ଦେବୀ ସୁଭଦ୍ରାଙ୍କର ରଥର ଦକ୍ଷଣ ମୋଡ ଆରମ୍ଭ ହୋଇଥିଲା । ଏଥିପାଇଁ ଶରଧାବାଲି ଏହାର ନିକଟସ୍ଥ ରାସ୍ତାରେ ବାଲି ପକାଯାଇଥିଲା ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories