www.samajalive.in
Wednesday, December 10, 2025
26.1 C
Bhubaneswar

ପାହାଡ଼ ତଳକୁ ଖସିଲା ବସ;୧୪ମୃତ:୧୭ଆହତ

ଚମ୍ବା: ଉତ୍ତରାଖଣ୍ଡ ରାଜ୍ୟସରକାରଙ୍କ ଯାତ୍ରୀବାହୀ ବସ ଭାରସାମ୍ୟ ହରାଇ ୨୫୦ମିଟର ପାହାଡ଼ ତଳକୁ ଖସିପଡ଼ିବାରୁ ୧୪ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୭ଜଣ ଆହତ ହୋଇଛନ୍ତି। ତେହେରି ଜିଲାର ଚମ୍ବା ସହରଠାରୁ ୧୫କିମି ଦୂରରେ କିରଗାନୀସ୍ଥିତ ରିଷିକେଶ-ଚମ୍ବା-ଗଙ୍ଗୋତ୍ରୀ ଜାତୀୟ ରାଜପଥ ଉପରେ ଏଭଳି ଦୁର୍ଘଟଣା ଘଟିଛି। ଘାଟି ରାସ୍ତାରେ ଯାତ୍ରୀବାହୀ ବସଟି ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଆହତଙ୍କ ମଧ୍ୟରୁ ଗୁରୁତର ୬ଜଣଙ୍କୁ ହେଲିକପ୍ଟର ଦ୍ୱାରା ଉଦ୍ଧାର କରାଯାଇ ରିଷିକେଶସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି। ଅବଶିଷ୍ଟ ଆହତଙ୍କୁ ତେହେରି ଜିଲା ଚିକିତ୍ସାଳୟ ଓ ଚମ୍ବାର ମସିହା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉତ୍ତରାଖଣ୍ଡ ରାଜ୍ୟସରକାରଙ୍କ ପକ୍ଷରୁ ମୃତକଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ହଜାର ଟଙ୍କା କ୍ଷତିପୂରଣ ରାଶି ପ୍ରଦାନ ଘୋଷଣା କରାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories