www.samajalive.in
Monday, December 8, 2025
20.1 C
Bhubaneswar

କୋଭିଡ ସମୟରେ ଓଡ଼ିଶାକୁ ମିଳିଛି ୨୨,୨୬୭.୬୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ୟାକେଜ : ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ଵର : କୋଭିଡ ସମୟରେ କେନ୍ଦ୍ର ସରକାର ଓଡ଼ିଶାକୁ ବ୍ୟାପକ ଆର୍ଥିକ ସହାୟତା ପ୍ୟାକେଜ ଯୋଗାଇ ଦେଇଛନ୍ତି। ଓଡ଼ିଶାକୁ ମୋଟ୍  ୨୨,୨୬୭.୬୬ କୋଟି ଟଙ୍କାର ସହାୟତା ପ୍ୟାକେଜ ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ତୈଳ ଓ ପ୍ରକୃତିକ ବାସ୍ପ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ରାଜ୍ୟର ପ୍ରାୟ ୩.୧୭ କୋଟି ହିତାଧିକାରୀଙ୍କୁ ୫ କି.ଗ୍ରା ଲେଖାଏଁ ଚାଉଳ ଯୋଗାଇ ଦିଆଯାଇଛି। ଯାହାର ମୂଲ୍ୟ ପ୍ରାୟ ୨୨୫୫ କୋଟି ଟଙ୍କା ହେବ।  ଶୁକ୍ରବାର ଭୁବନେଶ୍ଵରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ  ଏହି ସୂଚନା ଦେଇଛନ୍ତି।

ରାଜ୍ୟର ୯୨.୫୮ଲକ୍ଷ ହିତାଧୀକାରୀଙ୍କୁ ୪୪ ହଜାର ୨୩୦ ଟନ ଡାଲି ଯୋଗାଇ ଦିଆଯାଇଛି। ଜନ ଧନ ଖାତା ଥିବା ୮୫.୨୦ଲକ୍ଷ ହିତାଧୀକାରୀଙ୍କୁ  ୧୨୫୮.୦୨ କୋଟି ଟଙ୍କାର ସହାୟତା ଦିଆଯାଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଜିଏସଟି ବାବଦରେ ରାଜ୍ୟକୁ ୨୦୧୯-୨୦ର ବକେୟା ଦେୟ ୫୧୨୨ କୋଟି ଏବଂ ୨୦୨୦-୨୧ ପାଇଁ ୨୨୫୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ପିଏମ୍ କୃଷକ ସମ୍ମାନ ନିଧି ଯୋଜନାରେ ୨୦.୩ ଲକ୍ଷ ହିତାଧିକାରୀଙ୍କୁ ୪୦୦.୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories