www.samajalive.in
Tuesday, December 9, 2025
17.1 C
Bhubaneswar

ବୁର୍ଲା ଭିମସାରର ବିଚାରାଧିନ କଏଦୀର ମୃତ୍ୟୁ

ବୁର୍ଲା : ଆଜି ବୁର୍ଲା ଭିମସାରରେ ଚିକିତ୍ସାଧିନ ଅବସ୍ଥାରେ ଜଣେ କଏଦୀଙ୍କ ମୃତ୍ୟୁ ହୋଇଯାଇଛି। ମୃତ କଏଦୀ ଜଣକ ରେଢାଖୋଲ ଉପମଣ୍ଡଳ କାରାଗାରରୁ ଚିକିତ୍ସା ପାଇଁ ବୁର୍ଲା ଭିମସାରକୁ ଆସିଥିଲେ। ମୃତ କଏଦୀ ଜଣକ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା କେଉଁଟିବେର୍ନା ଗ୍ରାମର ହାସ୍ୟ ନାଏକ (୪୦) ବୋଲି ଜଣାପଡିଛି। ତେବେ ହାସ୍ୟ ଏକ ହତ୍ୟା ମାମଲାରେ ସଂଶ୍ଲିଷ୍ଟ ଥିବାକୁ ନେଇ ଗିରଫ ହୋଇ ୨୦୧୮ରୁ ରେଢାଖୋଲ ଉପମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବରେ ରହିଥିଲେ। ତେବେ ସେ ଗତ ୮ ତାରିଖ ଦିନ ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ପରେ ତାଙ୍କୁ ତୁରନ୍ତ ଜେଲ୍ କର୍ତ୍ତୃପକ୍ଷ ଚିକିତ୍ସା ପାଇଁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ନେବା ପରେ ସେଠାରେ ତାଙ୍କର ଚିକିତ୍ସା ସମ୍ଭପର ହୋଇ ନ ପାରିବାରୁ ତାଙ୍କୁ ବୁର୍ଲା ଭିମସାରକୁ ସ୍ଥାନାନ୍ତର କରାଯାଇଥିଲା। ବୁର୍ଲା ଭିମସାରରେ ମଧ୍ୟ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଆଜି ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କ ମୃତ୍ୟୁ ଘଟିଛି। ବୁର୍ଲା ପୁଲିସ ସହିତ ରେଢାଖୋଲ ଜେଲ କର୍ମଚାରୀ, ମୃତ କଏଦୀଙ୍କ ପରିବାର ବର୍ଗ ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଭିଡିଓଗ୍ରାଫି କରାଯାଇ ମୃତଦେହକୁ ମେଡ଼ିକାଲରୁ ଅଣାଯାଇ ପଞ୍ଚନାମା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ ସୁତ୍ରରୁ ପ୍ରକାଶ ପାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories