www.samajalive.in
Sunday, December 7, 2025
15.1 C
Bhubaneswar

ଆରଏମସି ବରିଷ୍ଠ କିରାଣୀ ଘରେ ଭିଜିଲାନ୍ସ ଚଢଉ, କୋଟିଏରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ

ନବରଙ୍ଗପୁର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜୟପୁର ଭିଜିଲାନ୍ସ ଡିଭିଜନ ପକ୍ଷରୁ ନବରଙ୍ଗପୁର ନିୟନ୍ତ୍ରୀତ ବଜାର କମିଟି (ଆରଏମସି) କାର୍ଯ୍ୟାଳୟର ବରିଷ୍ଠ କିରାଣୀ ତଥା ଆକାଉଣ୍ଟାଣ୍ଟ ଅଶୋକ କୁମାର ନନ୍ଦଙ୍କର ଘରେ ଚଢଉ କରାଯାଇଛି। ତାଙ୍କର ବାସ ଭବନ ସମେତ ଏକକାଳୀନ ତିନୋଟି ଜାଗାରେ ଏହି ଚଢଉ କରାଯାଇଛି। ଦୁଇ ମହଲା ବିଶିଷ୍ଟ ଇଚ୍ଛାବତୀଗୁଡା ସ୍ଥିତ ପୈତୃକ ଘର, ଭାଟିଶାଳଗୁଡା ଦୁଇ ମହଲା ବିଶିଷ୍ଟ ନିଜଘର ଓ ଆରଏମ୍‍ସି କାର୍ଯ୍ୟାଳୟରେ ଚଢଉ କରାଯାଇଛି। ସନ୍ଧ୍ୟା ସୁଦ୍ଧା ଚଢଉ ଜାରି ରହିଥିବାବେଳେ ୭ଟି ଚାରିଚକିଆ ଯାନ ରହିଥିବା ଭିଜିଲାନ୍ସ ସୂଚନା ପାଇଛି। ତେବେ ଚଢାଉ ଶେଷ ପରେ ସମ୍ପତ୍ତି ଆକଳନ କରାଯିବ ବୋଲି ଜୟପୁର ଭିଜିଲାନ୍ସ ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀ ସୂଚନା ଦେଇଛନ୍ତି।

ମୋଟ ସମ୍ପତ୍ତି ମୂଲ୍ୟ ଏକ କୋଟ ୨୫ଲକ୍ଷ ୬୩ ହଜାର ୭୧୩ ଟଙ୍କା ବୋଲି ଆକଳନ କରାଯାଇଛି । ଏଥିମଧ୍ୟରେ ଦୁଇଟି ଘରର ମୂଲ୍ୟ ୬୩ ଲକ୍ଷ ୩୪ ହଜାର ୧୫୧ ଟଙ୍କା, ୧୪ଟି ପ୍ଳଟର ମୂଲ୍ୟ ୭ ଲକ୍ଷ ୯୫ ହଜାର ୨ଶହ ଟଙ୍କା , ୪ଟି ୪ ଚକିଆ ଯାନର ମୂଲ୍ୟ ୨୭ ଲକ୍ଷ ୭୦ ହଜାର ୨୭୦ଟଙ୍କା , ଗୋଟିଏ ଟ୍ରାକ୍ଟର ମୂଲ୍ୟ ୭ ଲକ୍ଷ ୭୦ ହଜାରଟଙ୍କା , ୫ଟି ୨ ଚକିଆଯାନର ମୂଲ୍ୟ ୩ ଲକ୍ଷ ୭୧ ହଜାର ୫୨୧ ଟଙ୍କା , ଯାନ ବାହନ ଫି ୨ ଲକ୍ଷ ୩୩ ହଜାର ୪ଶହ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଜମା ଓ ବୀମା ପଲିସି ୭୪ ହଜାର ୭୮୪ ଏବଂ ସୁନା ଓ ରୂପା ଅଳଙ୍କାର ମୂଲ୍ୟ ୬ ଲକ୍ଷ ୯୩ ହଜାର ୩୩୯ ରହିଥିବା ଜଣାପଡିଛି। ଘରୋଇ ସାମଗ୍ରୀ ୫ ଲକ୍ଷ ୨୧ ହଜାର ୪୮ ଟଙ୍କା  ରହିଛି । ମୋଟ ୧ କୋଟି ୨୫ ଲକ୍ଷ ୬୩ ହଜାର ୭୧୩ଟଙ୍କା ଆକଳନ କରାଯାଇଛି।  ଜୟପୁର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ ଙ୍କର ସର୍ଚ୍ଚ ୱାରେଣ୍ଟ ନିର୍ଦ୍ଦେଶ ଅନୁସାରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ଭିଜିଲାନ୍ସ ଏସ୍‍.ପି ଶଶି ଶେଖର ମହାପାତ୍ର ଙ୍କର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତିନୋଟି ଟିମ ଗଠନ ହୋଇଥିଲା। ଡିଏସପି ସୁରେନ୍ଦ୍ର ନାଥ ପାଣିଗ୍ରାହୀଙ୍କର ନେତୃତ୍ୱରେ  ଇନ୍ସପେକ୍ଟର ଶିବରାମ ସାହୁ, ଦିନବନ୍ଧୁ ବେହେରା, କଳାବତୀ ବାଘ, ଭିମସେନ ପୂଜାରୀ ଓ ସୂର୍ଯ୍ୟକାନ୍ତି ଦାସ ସମେତ ୨୦ ଜଣ କର୍ମଚାରୀ ଭାଗ ନେଇଥିଲେ। ଭିଜିଲାନ୍ସ ମାମଲା ରୁଜୁ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories