ଜାତୀୟ ଖଣିଜ ବିକାଶ ନିଗମ (ଏନଏମଡିସି) ଏବଂ ଛତିଶଗଡର ନାଗାର୍ଣ୍ଣର ଇସ୍ପାତ କାରଖାନା ଅଲଗା ହେବ ପ୍ରକ୍ରିୟାକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି। ଇସ୍ପାତ କାରଖାନାର ବାର୍ଷିକ ୩ ନିୟୁତ ଟନ୍ କ୍ଷମତା ରହିଥିବା ବେଳେ ଏହା ପ୍ରାୟ ୯୦ ପ୍ରତିଶତ ସମ୍ପୂର୍ଣ୍ଣ ହୋଇଛି। ଏହା ଏକ ପୃଥକ କମ୍ପାନୀ ଭାବରେ ପଞ୍ଜୀକୃତ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ୨୦୨୧ ଏପ୍ରିଲ୍ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ ଏବଂ ସେପ୍ଟେମ୍ବର ସୁଦ୍ଧା ବିନିବେଶ କରାଯିବ। ଏଥିରେ ୩୦ ପ୍ରତିଶତ ବିନିବେଶକାରୀଙ୍କ ସ୍ୱାର୍ଥ ରକ୍ଷା କରାଯିବ ବୋଲି ଜାଭଡେକର କହିଛନ୍ତି।
ନୂତନ ଶିକ୍ଷାନୀତି ସମ୍ପର୍କରେ ସେ କହିଛନ୍ତି ଯେ ଭାରତ ନୂତନ ଶିକ୍ଷା ନୀତି କାର୍ଯ୍ୟକାରୀ କରିବା ଆରମ୍ଭ କରିଛି ଏବଂ ଏହାର ଉନ୍ନତି ପାଇଁ ସହାୟତା କରିବାକୁ Strengthening Teaching-learning and Results for States ନାମକ ଏକ ନୂତନ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି। ଏହା ଶିକ୍ଷା ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବ ବୋଲି ମନ୍ତ୍ରୀ କହିଛନ୍ତି। ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ସେ କହିଛନ୍ତି।



