www.samajalive.in
Monday, December 8, 2025
17.1 C
Bhubaneswar

ବିଳାସମୟ ଘରେ ଏସିର ଆବଶ୍ୟକତା ନାହିଁ!

ପ୍ରଦୂଷଣ ପାଇଁ କେତେଜଣ ସଚେତନ, ସର୍ବେକ୍ଷଣ ଅନୁସାରେ ୪% ଲୋକ ଏ ବାବଦରେ ସତର୍କ। ମହାନଗରୀରେ ଉଚ୍ଚ ଫ୍ଲାଟ୍‌ରେ ବିଳାସମୟ ଶୀତତାପନିୟନ୍ତ୍ରିତ କକ୍ଷରେ ରହୁଥିବା ଲୋକ ପ୍ରଦୂଷଣ ସମ୍ପର୍କରେ ଜାଣିବାକୁ ମଧ୍ୟ ଇଚ୍ଛୁକ ନୁହନ୍ତି। ସବୁଜିମା କହିଲେ, ସେମାନଙ୍କ ପାଇଁ ହେଉଛି ବାଲକୋନିରେ କୁଣ୍ଡ ଭର୍ତ୍ତି ଗଛ। ଏସି, ରୁମ୍ ହିଟର୍‌ ଆଦିର ବ୍ୟବହାରରେ ଯେ ଆମେ ବାନ୍ଧିହୋଇଗଲେଣି ଓ ଏସବୁ ବିନା ଲୋକେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏକବିଂଶ ଶତାବ୍ଦୀରେ ବିଦେଶରୁ ଉଚ୍ଚଶିକ୍ଷା ଲାଭ କରି ଆସିଥିବା ଅମୃତା ନିଜ ବାପା, ମା’ଙ୍କୁ ଏକ ସୁନ୍ଦର ବିଳାସମୟ ଘର ଉପହାର ଭାବେ ଭେଟିଦେଇଛନ୍ତି, ଯେଉଁଥିରେ ଏସି କିମ୍ବା ରୁମ୍ ହିଟର୍ ନାହିଁ। ହେଲେ ଘର ଭିତର ଗ୍ରୀଷ୍ମରେ ଥଣ୍ଡା ଓ ଶୀତରେ ଉଷୁମର ସ୍ପର୍ଶ ଦେଉଛି। ତାଙ୍କ ବାପା, ମା’ ଉଭୟେ ଦୁବାଇରେ ରହୁଛନ୍ତି, ସେଠାକାର ଜୀବନଶୈଳୀରେ ଖୁସିରେ ଅଛନ୍ତି। ହେଲେ ନିଜ ରାଇଜର ମୋହକୁ ସେମାନେ ଭୁଲିପାରୁନଥିଲେ। କେରଳ ନିବାସୀ ଏଇ ପରିବାର କୋଟ୍ଟାୟମ୍‌ରେ ଏକ ଜମି କିଣିଥିଲେ। ଅମୃତା ବାପାଙ୍କୁ କହିଥିଲେ, ଏହି ଜିମରେ ସେ ଘରକୁ ନି‌େଜ କରିବେ। ୨୦୧୮​‌େ​‌ର ଘର ତିଆରି ଆରମ୍ଭ ହେଲା ଓ ଗୋଟିଏ ବର୍ଷରେ ସବୁ କାମ ଶେଷ ମଧ୍ୟ ହୋଇଗଲା। କୋଟ୍ଟାୟମ୍‌ର ଏହା ସବୁଠୁ ସୁନ୍ଦର ଓ ବିଳାସମୟ ଘର ଭାବେ ଦେଖାଯାଉଥିବାବେଳେ ସ୍ଥାନୀୟ ଲୋକ ଘରକୁ ‘ଇକୋ ହାଉସ୍’ର ନାମ ଦେଇଛନ୍ତି। ଅମୃତା ବିଭିନ୍ନ ଆଡ଼ୁ ଜ୍ଞାନ ଆହରଣ କରି ଶେଷରେ ମାଙ୍ଗାଲୋର୍ ଟାଇଲ୍ସ ଓ ପୋଡ଼ା ଇଟାରେ ଘର ତିଆରି ଆରମ୍ଭ କଲେ। ଟାଇଲ୍ସକୁ ପଲିସ୍ କରାଯାଇନଥିବାବେଳେ ବର୍ଷା ପାଣି ସଂରକ୍ଷିତ ରହିବାର ବ୍ୟବସ୍ଥା ହୋଇଛି। ଘର ଆଭ୍ୟନ୍ତରୀଣ ସାଜସଜ୍ଜାରେ କୌଣସି ବିଦେଶୀ ଜିନିଷ ନାହିଁ। କେରଳରେ ପାରମ୍ପରିକ ପୁରାତନ ଘରଗୁଡ଼ିକରେ କାଠ କାମ ଅଧିକ। ଅମୃତାଙ୍କ ଏହି ଇକୋ-ହାଉସ୍‌ରେ କାଠ ସାଜସଜ୍ଜାକୁ ପ୍ରାଧାନ୍ୟ ଦିଆଯାଇଛି। ମାଙ୍ଗାଲୋର୍ ଟାଇଲ୍ସକୁ ବ୍ୟବହାର କରାଯାଇଥିବାରୁ ତାହା ଘର ଭିତରକୁ ଥଣ୍ଡା ରଖିଥାଏ। ଏହା ସହ ଘରର ଛାତକୁ ଅଧିକ ଉଚ୍ଚ କରାଯାଇନାହିଁ, ତାହା ମଧ୍ୟ ଘର ଥଣ୍ଡା ରଖିବାରେ ସହାୟକ। ଘରେ ଏସି ଲାଗିନାହିଁ, କିନ୍ତୁ ଗ୍ରୀଷ୍ମଦିନେ ଘର ଭିତର ଥଣ୍ଡା ରହୁଛି। ଆଜିକାଲି ଲୋକେ ଆଧୁନିକ ଯନ୍ତ୍ର କିଣି ଘରେ ଲଗାଇବା ପରିବର୍ତ୍ତେ ଏଇଭଳି ଇକୋ-ହାଉସ୍ ତିଆରି କରିବା ବୁଦ୍ଧିମାନର ପରିଚୟ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories