କେଶ ଝଡ଼ାରୁ ରକ୍ଷା ପାଇବାକୁ ଚାହୁଁଥିଲେ, ପୋଷକତତ୍ତ୍ବ ଭରପୂର ଖାଦ୍ୟ ଖାଇବା ସହ ଯତ୍ନ ନେବା ମଧ୍ୟ ଜରୁରୀ। ଆୟୁର୍ବେଦ ଉପଚାରରେ ମଧ୍ୟ କେଶ ସମସ୍ୟା ଦୂର ହେବା ସହ ଘନତ୍ବ ବୃଦ୍ଧି ପାଇଥାଏ।
– କେଶ ଦୁର୍ବଳ ଥିଲେ, ଭୃଙ୍ଗରାଜ ତେଲ ନିୟମିତ ଲଗାଇବା ଭଲ। ମେହେନ୍ଦୀ ପ୍ୟାକ୍ରେ ୧ଚାମଚ ଭୃଙ୍ଗରାଜ ତେଲ ମିଶାଇ କେଶରେ ଲଗାଇ ୧ଘଣ୍ଟା ପରେ ଧୋଇନେବେ। ୧୫ଦିନରେ ଥରେ ଏଇ ପ୍ୟାକ୍ ଲଗାଇବା ଉଚିତ।
– ଭୋଜନରେ ଫଳ ସାମିଲ କରନ୍ତୁ। ଯେପରି ଦହି ନିୟମିତ ଖାଇବା, ଅଙ୍ଗୁର ଓ ତରଭୁଜ ପ୍ରତ୍ୟହ ଖାଇଲେ ମଧ୍ୟ କେଶ ଝଡ଼ା ଅନେକାଂଶରେ କମୁଥିବାର ଆୟୁର୍ବେଦ ବିଶେଷଜ୍ଞଙ୍କ ମତ।
– ଭିଟାମିନ୍ ସି’ ଭରପୂର ଅଁଳା ଖାଇଲେ ମଧ୍ୟ କେଶର ଘନତ୍ବ ବୃଦ୍ଧି ହୋଇଥାଏ। ଅନେକଙ୍କ ଧାରଣା ଯେ ମେହେନ୍ଦୀ ଲଗାଇଲେ କେଶ ଶୁଷ୍କ ହୋଇ ଝଡ଼ିଥାଏ। ହେଲେ ମେହେନ୍ଦୀ କେଶ ପାଇଁ ଔଷଧ ପରି କାମ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ। ଘରେ ମେହେନ୍ଦୀ ଗୁଣ୍ଡ ପ୍ରସ୍ତୁତ କରି ସେଥିରେ ନଡ଼ିଆ ତେଲ ମିଶାଇ ଲଗାଇଲେ କେଶର ଘନତ୍ବ ବଢ଼ିଥାଏ।
କେଶ ପାଇଁ ଆୟୁର୍ବେଦ ଉପଚାର
Popular Categories



