www.samajalive.in
Tuesday, December 9, 2025
17.1 C
Bhubaneswar

ସନ୍‌ରାଇଜର୍ସକୁ ୨୦ ରନ୍‌ରେ ହରାଇଲା ସିଏସ୍‌କେ

ଦୁବାଇ : ଚଳିତ ଆଇପିଏଲ୍‌ରେ ମଙ୍ଗଳବାରଠାରୁ ଲିଗ୍ ଦୁବାଇ, ୧୩।୧୦: ଚଳିତ ଆଇପିଏଲ୍‌ରେ ମଙ୍ଗଳବାରଠାରୁ ଲିଗ୍ ପର୍ଯ୍ୟାୟର ଦ୍ବିତୀୟାର୍ଦ୍ଧ ଆରମ୍ଭ ହୋଇଛି। ମଙ୍ଗଳବାରର ମ୍ୟାଚ୍‌ରେ ଚେନ୍ନଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ବିଜୟ ହାସଲ କରିଛି। ସନ୍‌ରାଇଜର୍ସ ହାଇଦରାବାଦକୁ ୨୦ ରନ୍‌ରେ ସିଏସ୍‌କେ ପରାସ୍ତ କରିଛି। ସେନ୍ ୱାଟ୍‌ସନ୍ ଓ ଅମ୍ବତି ରାୟୁଡୁଙ୍କ ଉପଯୋଗୀ ଇନିଂସ ବଳରେ ସିଏସ୍‌କେ ପ୍ରଥମେ ବ୍ୟାଟିଂକରି ୬ ୱିକେଟ ହରାଇ ୧୬୭ ରନ୍‌ କରିଥିଲା। ପରେ କେନ୍ ୱିଲିୟମ୍‌ସନଙ୍କ ଅର୍ଦ୍ଧଶତକ ସତ୍ତ୍ବେ ସନ୍‌ରାଇଜର୍ସ ୮ ୱିକେଟ ହରାଇ ୧୪୭ ରନ୍ କରି ପାରିଥିଲା। ୮ମ ମ୍ୟାଚ୍‌ରେ ଏହା ସିଏସ୍‌କେର ୩ୟ ବିଜୟ। ଅନ୍ୟପକ୍ଷରେ ୮ମ ମ୍ୟାଚ୍‌ରେ ୫ମ ପରାଜୟ ଭୋଗିଛି ସନ୍‌ରାଇଜର୍ସ।
ଟସ୍ ଜିତି ଚେନ୍ନଇ ସୁପର କିଙ୍ଗ୍‌ସ ଚଳିତ ଆଇପିଏଲ୍‌ରେ ପ୍ରଥମଥର ପ୍ରଥମେ ବ୍ୟାଟିଂ କରିଥିଲା। ଏହି ମ୍ୟାଚ୍‌ରେ ସିଏସ୍‌କେର ନୂତନ ଓପ୍‌ନିଂ ଯୋଡ଼ି ଫାଫ୍ ଡୁ ପ୍ଲେସିଙ୍କ ସହ ସାମ୍ କରନ୍‌ଙ୍କୁ ଦେଖିବାକୁ ମିଳିଥିଲା। ଡୁ ପ୍ଲେସି ପ୍ରଥମ ବଲ୍‌ରେ ଆଉଟ ହୋଇଥିଲେ। ସାମ୍ କରନ୍ ସୁଯୋଗର ସଦ୍‌ବ୍ୟବହାର କରି ୨୧ଟି ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୩୧ ରନ୍‌କରି ଆଉଟ ହୋଇଥିଲେ। ୩୫ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ସେନ୍ ୱାଟ୍‌ସନ ଓ ଅମ୍ବତି ରାୟୁଡୁ ଇନିଂସକୁ ଆଗେଇ ନେଇଥିଲେ। ୬ ଓଭରର ପାୱରପ୍ଲେରେ ଚେନ୍ନଇ ୪୪ ରନ୍ କରିଥିଲା। ୱାଟ୍‌ସନ୍-ରାୟୁଡୁ ଯୋଡ଼ି ୧୪ଶ ଓଭରରେ ଦଳକୁ ଶହେ ରନ୍ ପାର କରାଇଥିଲେ। ୩ୟ ୱିକେଟ ପାଇଁ ୱାଟ୍‌ସନ୍ ଓ ରାୟୁଡୁ ୮୧ ରନ୍ ଯୋଡ଼ିବା ପରେ ରାୟୁଡୁ ଆଉଟ ହୋଇଥିଲେ। ରାୟୁଡୁ ୩୪ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୪୧ ରନ୍‌ କରିଥିଲେ। ପରବର୍ତ୍ତୀ ଓଭରରେ ୱାଟ୍‌ସନ ୩୮ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୪୨ ରନ୍‌କରି ଆଉଟ୍‌ ହୋଇଥିଲେ। ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବେଶି ସମୟ କ୍ରିଜ୍‌ରେ ରହି ପାରିନଥିଲେ। ଧୋନି ୧୩ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୧ ରନ୍ କରିଥିଲେ। ଶେଷ ୪ ଓଭରରୁ ସିଏସ୍‌କେ ୪୮ ରନ୍ କରିଥିଲା। ରବୀନ୍ଦ୍ର ଜାଡ଼େଜା ୧୦ ବଲ୍‌ରୁ ଗୋଟିଏ ଛକା ଓ ୩ଟି ଚୌକା ସହ ଦ୍ରୁତ ୨୫ ରନ୍‌କରି ଅପରାଜିତ ଥିଲେ। ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ ଓ ଟି. ନଟରାଜନ୍ ୨ଟି ଲେଖାଏଁ ୱିକେଟ ନେଇଥିଲେ।
ସନ୍‌ରାଇଜର୍ସ ହାଇଦରାବାଦ ବିପର୍ଯ୍ୟୟ ସହ ୧୬୮ ରନ୍‌ର ପିଛା ଆରମ୍ଭ କରିଥିଲା। ୪ର୍ଥ ଓଭରରେ ସନ୍‌ରାଇଜର୍ସର ଦୁଇ ସଫଳ ବ୍ୟାଟ୍‌ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର ଓ ମନୀଷ ପାଣ୍ଡେ ଆଉଟ ହୋଇ ଯାଇଥିଲେ। ୱାର୍ଣ୍ଣର ୮ ରନ୍ କରିଥିବା ବେଳେ ପାଣ୍ଡେ ୪ ରନ୍‌ କରିଥିଲେ। ୨୭ ରନ୍‌ରେ ୨ଟି ୱିକେଟ ପଡ଼ିଯିବା ପରେ ଦୁଇ ଅଭିଜ୍ଞ ବ୍ୟାଟ୍‌ସମ୍ୟାନ ଜନି ବେୟାରଷ୍ଟୋ ଓ କେନ୍ ୱିଲିୟମ୍‌ସନ ଇନିଂସକୁ ସଜାଡ଼ିଥିଲେ। ୨ୟ ୱିକେଟ ପାଇଁ ୩୨ ରନ୍ ଯୋଡ଼ିବା ପରେ ବେୟାରଷ୍ଟୋ ଆଉଟ୍‌ ହୋଇଥିଲେ। ୨୪ ବଲ୍‌ରୁ ୨ଟି ଚୌକା ସହ ବେୟାରଷ୍ଟୋ ୨୩ ରନ୍ କରିଥିଲେ। ସେଟ୍‌ ହୋଇ ଯାଇଥିବା ଯୁବ ବ୍ୟାଟ୍‌ସମ୍ୟାନ୍ ପ୍ରିୟମ୍‌ ଗର୍ଗ ୧୮ ବଲ୍‌ରୁ ୧୬ ରନ୍ କରିଥିଲେ। ଦ୍ରୁତ ରନ୍ ସ୍କୋର୍‌କରିବା ପ୍ରୟାସରେ ବିଜୟ ଶଙ୍କର ୭ ବଲ୍‌ରୁ ୧୨ ରନ୍‌କରି ଆଉଟ ହୋଇଥିଲେ। ୩୬ ବଲ୍‌ରୁ ୱିଲିୟମ୍‌ସନ ଅର୍ଦ୍ଧଶତକ ପୂରଣ କରିଥିଲେ। ୨୯ ବଲ୍‌ରୁ ୭ଟି ଚୌକା ସହ ୱିଲିୟମ୍‌ସନ ୫୭ ରନ୍‌କରି ଆଉଟ ହୋଇଥିଲେ। ଶେଷ ଓଭରରୁ ୨୨ ରନ୍ ଆବଶ୍ୟକ ଥିବା ବେଳେ ୧ ରନ୍ ହୋଇଥିଲା। ରସିଦ୍ ଖାଁ ୧୪ ରନ୍ କରିଥିଲେ। କର୍ଣ୍ଣ ଶର୍ମା ଓ ଡ୍ବେନ୍ ବ୍ରାଭୋ ୨ଟି ଲେଖାଏଁ ୱିକେଟ ନେଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories