www.samajalive.in
Monday, December 8, 2025
17.1 C
Bhubaneswar

ଟ୍ରକକୁ ପଛରୁ ପିଟିଲା ଟ୍ରକ ; ଜଣେ ଚାଳକ ମୃତ ଜଣେ ଆହତ

ବ୍ରହ୍ମପୁର : ଜାତୀୟ ରାଜପଥ ୧୬ ନଂ ଲାଞ୍ଜିପଲ୍ଲୀ ବାଇପାସ ନିକଟରେ ଗତ ରାତି ସାଢ଼େ ୨ ଟା ସମୟରେ ୨ ଟ୍ରକ ମଧ୍ୟରେ ଦୁର୍ଘଟଣା ହୋଇଛି । ଏଥିରେ ଜଣେ ଟ୍ରକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତ ଚାଳକ ଜଣଙ୍କ ହେଲେ ନରେନ୍ଦ୍ରପୁରର ଶିବାରମ ବେହେରା (୩୧) ।
ସୂଚନା ଯୋଗ୍ୟ , ଶିବରାମ ନିଜ ଗାଡିକୁ ରାଜପଥ କଡରେ ଛିଡା କରି ତ୍ରୁଟି ଯାଞ୍ଚ କରିଥିବା ବେଳେ ଆନ୍ଧ୍ରପ୍ରଦେଶରୁ ଫେରୁଥିବା ପଶ୍ଚିମବଙ୍ଗର ଏକ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ଖବର ପାଇ ଟ୍ରାଫିକ ଥାନା ପୁଲିସ ସେଠାରେ ପହଂଚି ୨ ଚାଳକଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିବରାମକୁ ମୃତ ଘୋଷଣା କରିଥିଲେ । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଥାନା ଏସଆଇ ଜିଏନ ମଲ୍ଲିକ କହିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories