www.samajalive.in
Tuesday, December 9, 2025
16.1 C
Bhubaneswar

ସିଭିଲ ସର୍ଭିସ ପରୀକ୍ଷାକେନ୍ଦ୍ରରେ ବଳାତ୍କାର

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବଳାତ୍କାର ସମସ୍ତ ସୀମା ଅତିକ୍ରମ କରିଛି। ହାଥରସ୍‌ ମାମଲାକୁ ନେଇ ଦେଶ କମ୍ପୁଥିବାବେଳେ ଆଉ ଏକ ଅଭାବନୀୟ ଘଟଣା ରବିବାର ସମସ୍ତଙ୍କୁ ବିସ୍ମିତ କରିଛି। ଏକ ପଲିଟେକ୍‌ନିକ କଲେଜ ପରୀକ୍ଷା କେନ୍ଦ୍ରରେ କେନ୍ଦ୍ରୀୟ ଲୋକସେବା ଆୟୋଗ ଦ୍ବାରା ପରିଚାଳିତ ସିଭିଲ ସର୍ଭିସ ପରୀକ୍ଷା ଚାଲିଥିବାବେଳେ ଏହାର ପରିସରରେ ଜଣେ ୧୭ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଯୁବତୀଙ୍କ ଚିତ୍କାର ଶୁଣି ନିକଟରେ ଯାଉଥିବା ପୁଲିସ କର୍ମଚାରୀ ତାଙ୍କୁ ଉଦ୍ଧାର କରି ଥାନାକୁ ନେବାରେ ଘଟଣା ପଦାକୁ ଆସିଛି। ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ସେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବାକୁ ଯାଇଥିବାବେଳେ ୧୦-୧୨ ଜଣ ଛାତ୍ର ତାଙ୍କୁ ବଳପୂର୍ବକ ପରିସରସ୍ଥ ଏକ ହଷ୍ଟେଲ କୋଠରିକୁ ନେଇ ଯାଇଥିଲେ। ସେଠାରେ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ବଳାତ୍କାର କରିଥିଲେ ଓ ଅନ୍ୟମାନେ ଆପତ୍ତିଜନକ ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ତାଙ୍କୁ ଓ ତାଙ୍କ ବନ୍ଧୁଙ୍କୁ ସେମାନେ ମାରପିଟ କରିବା ସହ କ୍ଷତାକ୍ତ କରିଥିଲେ। ସେମାନେ ତାଙ୍କଠାରୁ ୨ହଜାର ଟଙ୍କା ମଧ୍ୟ ଲୁଟି ନେଇଥିବା ଯୁବତୀ ଅଭିଯୋଗ କରିଛନ୍ତି। ପୁଲିସ ସୋମବାର ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି। ଯୁବତୀ ଭରତ ନାମକ ଅଭିଯୁକ୍ତକୁ ଚିହ୍ନଟ ପରେ ପୁଲିସ ଭରତ ସହିତ ରୋହିତ ସାଇନି ନାମକ ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଘଟଣାର ତଦନ୍ତ ପାଇଁ ତିନିଟି ପୁଲିସ ଦଳ ଗଠନ କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories