www.samajalive.in
Tuesday, December 9, 2025
16.1 C
Bhubaneswar

ହାଥରସ୍‌ ଗଣବଳାତ୍କାର ଘଟଣା; ରାଜ୍ୟ ବାହାରେ ମାମଲା ବିଚାର ପାଇଁ ଦାବି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ହାଥରସ୍ ଗଣବଳାତ୍କାର ଓ ହତ୍ୟାର ଶିକାର ଯୁବତୀଙ୍କ ପରିବାର ସଦସ୍ୟ ସୋମବାର ଆହ୍ଲାବାଦ ହାଇକୋର୍ଟରେ ବୟାନ ରେକର୍ଡ କରାଇଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ ପୀଠ ନିକଟରେ ପୀଡିତାଙ୍କ ପିତାମାତା ଓ ତିନି ଭାଇ ହାଜର ହୋଇ ବୟାନ ରେକର୍ଡ କରାଇଛନ୍ତି। ପୀଡିତାଙ୍କ ପରିବାର ପକ୍ଷରୁ ଓକିଲ ସୀମା ଖୁସୱା ମାମଲାର ବିଚାର ରାଜ୍ୟ ବାହାରେ କରିବାକୁ ଅଦାଲତଙ୍କୁ ନିବେଦନ କରିଛନ୍ତି। ଏହା ସହିତ ପୀଡିତାଙ୍କ ପରିବାର ସଦସ୍ୟଙ୍କୁ ମାମଲାର ବିଚାର ଶେଷ ପର୍ଯ୍ୟନ୍ତ ସୁରକ୍ଷା ଯୋଗାଇଦେବାକୁ ନିବେଦନ କରିଛନ୍ତି। ସେହିପରି ସିବିଆଇ ତଦନ୍ତର ତଥ୍ୟକୁ ଗୋପନୀୟ ରଖିବାକୁ ପୀଡିତାଙ୍କ ପରିବାର ପକ୍ଷରୁ ଓକିଲ ସୀମା ଦାବି କରିଛନ୍ତି। ଆଜିର ଶୁଣାଣି ପାଇଁ ହାଇକୋର୍ଟ ଗୃହ ବିଭାଗ ଅତିରିକ୍ତ ସଚିବ, ପୁଲିସ ମହାନିର୍ଦେଶକ, ଅତିରିକ୍ତ ପୁଲିସ ମହାନିର୍ଦେଶ (ଆଇନ, ଶୃଙ୍ଖଳା), ହାଥରସ ଜିଲାପାଳ ଓ ହାଥରସ ଏସପିଙ୍କୁ ସମନ ଜାରି କରିଥିଲେ। ମାମଲାର ତଦନ୍ତର ସ୍ଥିତାବସ୍ଥା ସମ୍ପର୍କରେ ରିପୋର୍ଟ ଦେବାକୁ ଏହି ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଜିଲାପାଳ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିଥିବାବେଳେ ପରବର୍ତ୍ତୀ ଶୁଣାଣି ପାଇଁ ନଭେମ୍ବର ୨କୁ ଦିନ ଧାର୍ଯ୍ୟ କରାଯାଇଛି। ହାଥରସ ଘଟଣା ଉପରେ ଅକ୍ଟୋବର ୧୫ରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ସୁପ୍ରିମକୋର୍ଟ ଏହି ଘଟଣାର ତିନିଟି ଦିଗ ଉପରେ ଶୁଣାଣି କରିବେ। ପ୍ରଥମଟି ହେଲା ପୀଡିତାଙ୍କ ପରିବାର ଓ ସାକ୍ଷୀଙ୍କ ପାଇଁ କି ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆହ୍ଲାବାଦ ହାଇକୋର୍ଟରେ ମାମଲର ଶୁଣାଣି ସ୍ଥିତାବସ୍ଥା ଓ ପୀଡିତାଙ୍କ ପରିବାରକୁ ଉପଯୁକ୍ତ ଓକିଲ ଯୋଗାଇ ଦିଆଯାଇଛି କି ନାହିଁ ତାହା ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କୌଣସି ବ୍ୟକ୍ତିକୁ ନ୍ୟାୟର ବଞ୍ଚିତ ହେବାକୁ ଦିଆଯିବ ନାହିଁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories