www.samajalive.in
Monday, December 8, 2025
17.1 C
Bhubaneswar

କାର୍ତ୍ତିକଙ୍କ ପାଇଁ ବିରାଟ ଆହ୍ବାନ

ସାରଜା : ଇଣ୍ଡିଆନ ପ୍ରିମିୟର ଲିଗ୍‌ ଚଳିତ ସଂସ୍କରଣର ୨୮ତମ ମ୍ୟାଚରେ ସୋମବାର ସାରଜାରେ କଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୁହାଁମୁହିଁ ହେବେ। ଉଭୟ ଦଳ ପାଇଁ ପ୍ରଥମ ରାଉଣ୍ଡର ଶେଷ ଲିଗ୍‌ ମ୍ୟାଚ ହୋଇଥିବାରୁ ବିଜୟୀ ନେଇ ଉଦ୍ୟମ କରିବେ।
ଦିନେଶ କାର୍ତ୍ତିକଙ୍କ ନେତୃତ୍ବାଧୀନ କଲକାତା ନାଇଟ୍‌ ରାଇଡର୍ସ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଦଳ ଶେଷ ଦୁଇ ଲିଗ୍‌ ମ୍ୟାଚରେ ଚେନ୍ନଇ ସୁପରକିଙ୍ଗ୍‌ସ ଓ କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ଯେଉଁଭଳି ଭାବେ ଅପ୍ରତ୍ୟାଶିତ ବିଜୟ ହାସଲ କଲା ତାହା ସମସ୍ତଙ୍କୁ ଚକିତ କରିଛି। କିଙ୍ଗ୍‌ସ ଏକାଦଶ ପଞ୍ଜାବ ବିପକ୍ଷରେ ଅଧିନାୟନ ଦିନେଶ କାର୍ତ୍ତିକଙ୍କ ଚମତ୍କାର ବ୍ୟାଟିଂ ଦଳର ମନୋବଳକୁ ଉଚ୍ଚ କରିଛି। ଓପନର ଶୁବମାନ ଗିଲ୍‌ ଭଲ ପ୍ରଦର୍ଶନ କରୁଥିବାବେଳେ ବୋଲିଂରେ ପ୍ୟାଟ୍‌ କମିନ୍ସ, ସୁନୀଲ ନାରାୟଣ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଶେଷ ମ୍ୟାଚରେ ଫାଷ୍ଟ ବୋଲର ଏମ୍‌ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଭଲ ବୋଲିଂ କରିଥିବାବେଳେ ଆଣ୍ଡ୍ୟୁ ରସେଲ ଆହତ ହୋଇଥିଲେ। ରସେଲଙ୍କ ପ୍ରତିଯୋଗିତାରେ ଏପର୍ୟ୍ୟନ୍ତ ଚମକ ଦେଖିବାକୁ ମିଳିନଥିଲେ ମଧ୍ୟ ଆହତ ପାଇଁ ଆରସିବି ବିପକ୍ଷରେ ଖେଳିବା ନେଇ ଆଶଙ୍କା ରହିଛି। ଦଳ ଆରସିବିକୁ ପରାସ୍ତ କରିବା ନେଇ ଦୃଢ ଆଶାବାଦୀ ରହିଛି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬ଟି ମ୍ୟାଚରୁ ୪ଟି ବିଜୟ ଓ ୨ଟି ପରାଜୟ ସହ ୮ ପଏଣ୍ଟ ପାଇଛି। ଶେଷ ମ୍ୟାଚରେ ଦଳ ଚେନ୍ନଇ ସୁପରକିଙ୍ଗ୍‌ସକୁ ୩୭ରନରେ ପରାଜିତ କରିଥିଲା। ବିରାଟ ଉକ୍ତ ମ୍ୟାଚରେ ଅପରାଜିତ ୯୦ରନର ଇନିଂସ ଖେଳିଥିଲେ। ବିରାଟ ଫର୍ମକୁ ଫେରିଥିବାବେଳେ ଅନ୍ୟତମ ବ୍ୟାଟ୍‌ସମ୍ୟାନ ଏ.ବି ଡିଭିଲିୟର୍ସ ବ୍ୟାଟିଂ ଫର୍ମ ହରାଇବା ଦଳକୁ ଚିନ୍ତାରେ ପକାଇଛି। ଓପନର ଦେବଦତ୍ତ ପାଡ଼ିକଲ ଓ ଶୁଭମ ଦୁବେ ମଧ୍ୟ ଉପଯୋଗୀ ରନ୍‌ କରିବାରେ ସକ୍ଷମ ହେଉଛନ୍ତି ।ବୋଲିଂରେ ନବଦୀପ୍‌ ସଇନି, କ୍ରିସ୍ ମୋରିସ, ୱାସିଂଟନ ସୁନ୍ଦର, ଯୁଜୁବେନ୍ଦ୍ର ଚହଲ ପ୍ରମୁଖ ଭଲ ପ୍ରଦର୍ଶନ କରୁଛନ୍ତି। ଦଳ କଲକାତା ନାଇଟ୍‌ ରାଇଡର୍ସକୁ ପରାସ୍ତ କରି ପଏଣ୍ଟ ଟେବୁଲର ଉପରକୁ ଉନ୍ନୀତ ହେବା ନେଇ ଲକ୍ଷ୍ୟ ରଖିଛି। ଉଭୟ ଦଳ ଭଲ ଫର୍ମରେ ରହିଥିବାରୁ ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବା ନେଇ ଆଶା କରାଯାଉଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories