www.samajalive.in
Tuesday, December 9, 2025
17.1 C
Bhubaneswar

ସ୍ବର୍ଗତ ପ୍ରଦୀପ ମହାରଥିଙ୍କ ସ୍ମୃତିସଭା

ଭୁବନେଶ୍ବର: ଭୁବନେଶ୍ବରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଓ୍ବେବିନାର ସୃତିସଭା ଭକ୍ତ ଦାସିଆ ସ୍ମୃତି କମିଟି ଆନୁକୁଲ୍ୟରେ ଅନୁଷ୍ଠିତ ହୋଇ ଦିବଂଗତ ମାନ୍ୟବର ପୂର୍ବତନ କୃଷି, ମତ୍ସ୍ୟ, ପଶୁପାଳନ ଓ ପଞ୍ଚାୟତ ବିଭାଗର ମନ୍ତ୍ରୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରର୍ଥନା କରାଯାଇଥିଲା । ପ୍ରାରମ୍ଭରେ ବିଶିଷ୍ଟ କଣ୍ଠଶିଳ୍ପୀ ଦାମୋଦର ସେନାପତି ଶ୍ରୀ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ ।

ସ୍ବର୍ଗତ ମହାରଥୀ ଜଣେ ଉତମ ସଂଗଠକ, କର୍ତ୍ତବ୍ୟ ପରାୟଣ ନିର୍ଭିକ, ଦୁଃସାହସିକ, କର୍ମନିଷ୍ଠ, ପ୍ରଜାବତ୍ସଳ ରାଜନୈତିକ ନେତା ଭାବେ ୧୯୮୫ରେ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ବିଧାୟକ ଭାବେ ନିର୍ବାଚିତ ହୋଇ ୭ଥର କ୍ରମାଗତଭାବେ ୨୦୦୦ ମସିହାଠାରୁ ବିପୁଳ ଜନସମର୍ଥନ ହାସଲ କରି ରାଜ୍ୟର କୃଷି ଓ ପଞ୍ଚାୟତ ବିଭାଗର ପ୍ରମୁଖ ବିଭାଗର ମନ୍ତ୍ରୀ ହୋଇଥିଲେ। କୃଷି କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନ ‘କୃଷି କର୍ମଣ’ ଉପାଧି ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରହଣ କରିବାରେ ସେ ଥିଲେ ପ୍ରଥମ କୃଷି ମନ୍ତ୍ରୀ । ୧୯୪୭ ଦେଶ ସ୍ଵାଧୀନଠାରୁ ତାଙ୍କ ନିର୍ବାଚନ ମଣ୍ଡଳୀରେ ଯାହା ହୋଇ ନ ଥିଲା ସେ ସବୁ ତାଙ୍କ ସମୟରେ ହୋଇ ପାରିଛି । ଆଜି ତାଙ୍କର ବିୟୋଗରେ ଦଳଗତ ନିର୍ବିଶେଷରେ ସେ ନିଷ୍ଠାପର କାର୍ଯ୍ୟପାଇଁ ପ୍ରଶଂସିତ ।

- Advertisement -

୨୦୦୦ମସିହାରୁ ଭକ୍ତ ଶିରୋମଣି ଦାସିଆଙ୍କ ସ୍ମତିପୀଠର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ଉଦ୍ୟମ ଜାରିରଖିଥିଲେ। ବିଗତ ୨୦ ବର୍ଷର ଏହି ଅନୁଷ୍ଠାନର ସ୍ଥାୟୀ ସଭାପତି ଭାବେ ସେ ନିଷ୍ଠାପର ସେବା କରିଥିବାରୁ ଆଜିର ସ୍ମୃତି ସଭାରେ ଯୋଗ ଦେଇଥିବା ବରିଷ୍ଠ ସଦସ୍ୟମାନେ ମତଦେଇ ତାଙ୍କର ବିୟୋଗରେ ଅନୁଷ୍ଠାନର ଅନେକ ଅପୂରଣୀୟ କ୍ଷତି ହୋଇଛି ବୋଲି ବର୍ଣ୍ଣାନା କରିଥିଲେ। ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଅଶୋକ କୁମାର ମହାପାତ୍ର ତାଙ୍କର ନିଷ୍ଠାପର ସେବାର ଜ୍ଜଳନ୍ତ ଉଦାହରଣ ଦେଇ ତାଙ୍କ ସହିତ ସେ ନିଜେ କିଭଳି ଏହି ପୀଠର ଉନ୍ନତି ନିମନ୍ତେ ପର୍ଯ୍ୟଟନ, ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀଙ୍କୁ ସାକ୍ଷାତ କରି ଯଥା ଶିଘ୍ର ଏହାର ବିକାଶ ନିମନ୍ତେ କାର୍ଯ୍ୟଧାରା ଆରମ୍ଭ ହୋଇ ପାରିଥିଲା ବୋଲି ବର୍ଣ୍ଣନା କରିଥିଲେ। ସେ ଥିଲେ ଅନୁଷ୍ଠାନର ଭୀଷ୍ମ ପିତାମହ। ଏହି ଅବସରରେ ବରିଷ୍ଠ ସଦସ୍ୟ ଡଃ ବିନାୟକ ରଥ, ପ୍ରଫେସର ହରମୋହନ ପ୍ରଧାନ, ଶିକ୍ଷାବିତ୍ ଡ.ଚିତରଞ୍ଜନ ମିଶ୍ର, ସାମ୍ବାଦିକ ସୁରଥ ଦାସ, ପ୍ରଭାତ କୁମାର ନନ୍ଦ, ପୀତବାସ ରାଜତରାୟ, ଡ. ଉଦୟ ନାଥ ତ୍ରିପାଠୀ, ତ, ଆରତୀ କର, ଅର୍ଜୁନ ଚରଣ ସାମଲ, ଜିତେନ୍ଦ୍ର କୁମାର ମହାନ୍ତି, ପ୍ରଦୀପ କୁମାର ସାହୁ, ରମେଶ ଚନ୍ଦ୍ର ପ୍ରଧାନ, ଅନିଲ କୁମାର ନାୟକ ପ୍ରମୁଖ ଯୋଗ ଦେଇ ନିଜ ଅନୁଭୂତିର ବିଷୟ ବର୍ଣ୍ଣା କରିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories